ଟାଉନ ହାଇସ୍କୁଲ ପୁରାତନ ଛାତ୍ର ସଂଘର ବୈଠକ

ସମ୍ବଲପୁର:ନୃସିଂହ ଗୁରୁ ଟାଉନ ହାଇସ୍କୁଲ ପୁରାତନ ଛାତ୍ର ସଂସଦର ଏକ ସଭା ସଭାପତି ଡ଼ ପରେଶ ଚନ୍ଦ୍ର ଦାନୀଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା l ଯୁଗ୍ମ ସମ୍ପାଦକ ଗୋରେଖ ଲାଲ ଦାଶ ଓ କୋଷାଧକ୍ଷ ବେଦବ୍ୟାସ ସୁପକାର ମଂଚାସୀନ ଥିଲେ l ପ୍ରଥମେ ପୁରାତନ ଛାତ୍ର ନାଟ୍ୟକାର ସ୍ବର୍ଗତ ରବି ନାରାୟଣ ବହିଦାର, ହୀରାକୁଦ କଲେଜର ଅଧ୍ୟକ୍ଷ ସ୍ବର୍ଗତ ପ୍ରସନ୍ନ କୁମାର ସାହୁ ଓ ସ୍ବର୍ଗତ କିଶୋର କୁମାର ଗୁରୁ ଙ୍କ ବିୟୋଗରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା l ସଭାପତି ଡ଼ ଦାନୀ ଶୋଚନୀୟ ଅବସ୍ଥାରେ ପଡିରହିଥିବା ବିଦ୍ୟାଳୟର ପୁରାତନ ସଭାଗୃହର ନବୀକରଣ, ଶ୍ରେଣୀଗୃହ ନିର୍ମାଣ ଏବଂ ବାର୍ଷିକ ଉତ୍ସବ ପାଳନ ଦିଗରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ l ଉପସ୍ଥିତ ସଭ୍ୟମାନେ ଏନସିସି ର ପୁନଃ ସ୍ଥାପନ ଓ ନିର୍ମାଣ କାର୍ଯ୍ୟର ବିଭିନ୍ନ ଦିଗ ଉପରେ ସୁଚିନ୍ତିତ ମତାମତ ଦେଇଥିଲେ l ଏହି ସଭାରେ ନିର୍ମାଣ କାର୍ଯ୍ୟର ତଦାରଖ ପାଇଁ ଏକ ନିର୍ମାଣ କମିଟି ଗଠନ କରାଯାଇଥିଲା ଓ ସମସ୍ତ ପୁରାତନ ଛାତ୍ର ମାନଙ୍କ ଗୋଟିଏ ବାର୍ଷିକ ବନ୍ଧୁ ମିଳନ ଆସନ୍ତା ମାର୍ଚ୍ଚ 10 ତାରିଖ ରବିବାର ଦିନ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା l ସର୍ବଶ୍ରୀ ଅକ୍ଷୟ କୁମାର ହୋତା, ଅରବିନ୍ଦ ମିଶ୍ର, ଗୋକୁଳ ମେହେର, ବିଷ୍ଣୁ ପ୍ରସାଦ, ଗୁରୁ, ଚକ୍ରଧର ମିଶ୍ର, ରାମକୃଷ୍ଣ ନନ୍ଦ, ଅରୁଣ କୁମାର ମୁଖାର୍ଜୀ, ପ୍ରଫୁଲ୍ଲ ଗୁରୁ, ଅମୁଲ୍ୟ କୁମାର ମିଶ୍ର, ହର୍ଷଦ କକଡ଼, ଦେବାର୍ଚନ ଠାକୁର ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ lଶେଷରେ ଗୋରେଖ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।