Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମଲେଈ ପ୍ରକଳ୍ପ ଲୋକାର୍ପିତ ସମୟରେ ଆଦିବାସୀ ମହିଳା ଲୋକ ପ୍ରତିନିଧି ଅସଦବ୍ୟବହାର ନେଇ କ୍ଷେତରାଜପୁର ଥାନାରେ ଏତଲା

ସମ୍ବଲପୁର:ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଅନ୍ତର୍ଗତ ବଲମ୍ ଗ୍ରାମପଞ୍ଚାୟତର ସମିତି ସଭ୍ୟା ଭାରତୀ ନାଏକ କିସିଣ୍ଡା ଥାନାରେ ଅଭିଯୋଗ କଲାପରେବି ଅଭିଯୋଗ ଗ୍ରହଣ ନକରିବାରୁ ଶେଷରେ ସେ ଆଜି କ୍ଷେତରାଜପୁର ଥାନାରେ ଅଭିଯୋଗ କରିଛନ୍ତି।ଏହାକୁ ନେଇ ଏହି ଘଟଣା ଭିନ୍ନ ମୋଡ ନେଇଛି।୨୭ତାରିଖ ମାଁ ସମଲେଶ୍ଵରୀ ମନ୍ଦିର ପ୍ରକଳ୍ପ ଲୋକାର୍ପିତ ବେଳେ ଆଦିବାସୀ ମହିଳା ଲୋକ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ଭଳି ଗୁରୁତର ଅଭିଯୋଗ ନେଇ ଶ୍ରୀମତୀ ନାଏକ ଦ୍ୱାରସ୍ଥ ହୋଇଛନ୍ତି କିସିଣ୍ଡା ପରେ ଆଜି କ୍ଷେତରାଜପୁର ଥାନାରେ। ତାଙ୍କ ଅଭିଯୋଗ ମତେ ସନୁହୋତ୍ତା ନାମକ ଏକ ଘରୋଇ ବସ୍ ଯୋଗେ ନାକଟିଦେଉଳ ବଳମ୍ ଘରକୁ ଫେରିବା ପାଇଁ ସମ୍ବଲପୁର ଠାରେ ବସରେ ବସିଥିଲେ।ଠିକ୍ ଏତିକିବେଳେ ନାକଟିଦେଉଳର ଜଣେ ବ୍ୟବସାୟୀ ବବଲୁ ଅଗ୍ରୱାଲ ଉକ୍ତ ମହିଳା ପ୍ରତିନିଧିଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଥାନାକୁ ଲିଖିତ ଭାବେ ଜଣାଇ ଦିଆଯାଇଛି।ମହିଳା ପ୍ରତିନିଧିଙ୍କ କହିବାନୁସାରେ ତାଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହିତ ଜାତି କଥା ଉଠାଇ ଟଣା ଓଟରା କରିଥିବା ଥାନାକୁ ଦିଆ ଯାଇଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି।ଏପରି ଆଚରଣ ସହିନପାରି ଶ୍ରୀମତୀ ନାଏକ ବସରୁ ଓହ୍ଲାଇ କାନ୍ଦୁ ଥିବା ସମୟରେ ଘଟଣା ବିଷୟରେ ଜାଣିବା ପରେ କିସିଣ୍ଡା ଗ୍ରାମ ପଞ୍ଚାୟତର ସରପଞ୍ଚ ରୀନା ନାଏକ ଓ ସମିତି ସଭ୍ୟା ଜାଜ୍ଞସେନି କୁଅଁର ଭାରତୀଙ୍କ ସ୍ୱର ସହିତ ସ୍ୱର ମିଶାଇ ଘଟଣାର ପ୍ରତିରୋଧ କରିଥିଲେ।ଏହା ପରେ ମଧ୍ୟ ଉଭୟ ପ୍ରତିନିଧିଙ୍କୁ ବବଲୁ ଅଗ୍ରୱାଲ ଗାଳି ଗୁଲଜ କରିଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି।ଏବେ କଥା ଉଠୁଛି ଏହାହିଁ ମାଆ କୁ ସମ୍ମାନର ନାରା ।ଜଣେ ମହିଳା ଲୋକ ପ୍ରତିନିଧି ଯଦି ସୁରକ୍ଷିତ ନୁହଁ ଓ ଏଭଳି ଲିଖିତ ଅଭିଯୋଗକୁ ଯଦି ଥାନାରେ ଚାପି ଦିଆଯାଇ ପାରୁଛି ତେବେ ତାହା ମାନବ ଅଧିକାର ଉପରେ ଘୋର ଲାଞ୍ଛନା ବୋଲି ଆଦିବାସୀ ସଂଘ ବିଚାର କରୁଛି। ଏହି ଘଟଣାରସଠିକ୍ ତଦନ୍ତ କରି ଆଦିବାସୀ ମହିଳା ଜନ ପ୍ରତିିନିଧିଙ୍କ ଆତ୍ମସମ୍ମାନକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ଏହି ଅଭିଯୋଗକୁ ଗୁରୁତର ସହ ନେବାକୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ କହି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ଦାବି କରିଛି।ଏଠାରେ ସୂଚନା ଯୋଗ୍ୟଯେ,ମହିଳା ପ୍ରତିନିଧିଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ସ୍ଥାନୀୟ କିସିଣ୍ଡା ଥାନାକୁ ଲିଖିତ ଭାବେ ଜଣାଇ ଦିଆଯାଇଥିଲା।କିନ୍ତୁ ଗୋଟିଏ ଦିନ ପରେ ଏସ ଡି ପି ଓ ରେଢ଼ାଖୋଲ ପ୍ରଶାନ୍ତ ମେହେର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପ୍ରଭାରୀ ରୋହିତ ଭୋଇଙ୍କୁ ପରାମର୍ଶ କ୍ରମେ କ୍ଷେତରାଜପୁର ପୋଲିସ ଷ୍ଟେସନରେ ଆଜି ଏକ ମାମଲା ରୁଜୁ ହୋଇଛି।ସେଦିନ କିସିଣ୍ଡା ପୋଲିସ ସନ୍ତୋଷ ଜନକ ବ୍ୟବହାର ଦେଇ ନଥିଲେ ବୋଲି ଏହି ପ୍ରତିନିଧି ଦଳ ଅଭିଯୋଗ କରିଥିବା ବେଳେକ କ୍ଷେତରାଜପୁର ଥାନାରେ ସନ୍ତୋଷ ଜନକ ବ୍ୟବହାର ସହିତ ଏଫ୍ ଆଇ ଆର୍ ଗ୍ରହଣ କରିଥିବା ସେମାନେ ସୂଚନା ଦେଇଛନ୍ତି।ଅଭିଯୋଗ ସମୟରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ତାରିଣୀ ଖଡିଆ ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନିତା ଓରାମ ଜାକ୍ସ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ବ୍ଲକ୍ ପ୍ରତିନିଧି ମହେନ୍ଦ୍ର କୁଅଁର,ଯୁବରାଜ ଭୋଇ ସାଧାରଣ ସମ୍ପାଦକ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସମ୍ବଲପୁର,କବିର ନାଏକ, କିସିଣ୍ଡା ସରପଞ୍ଚ ରୀନା ନାଏକ,ସମିତି ସଭ୍ୟା ଯାଗ୍ୟସେନି କୁଅଁର ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ