Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୟ ଦୁର୍ଗା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଲଗାମ ଛଡା:ସବୁ ଜାଣି ପ୍ରଶାସନ ନୀରବଦ୍ରଷ୍ଟା,ବଢିଲାଣି ଜନ ଅସନ୍ତୋଷ

ସମ୍ବଲପୁର(ପଡିଆବାହାଲ):ବାପା ମାଁ ଓ ଅବିଭାବକ ନଥିଲେ ପରିବାରର ଅବସ୍ଥା ଯାହା ହୁଏ ତାଠୁ ବି ବଳି ପଡିଛି ପଡିଆବାହାଲ ସ୍ଥିତ ଜୟଦୂର୍ଗା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ। ଏହି ବିଦ୍ୟାଳୟର ସ୍ଥାୟୀ ଭିତ୍ତିଭୁମି ଥାଇବି ସେଥି ପ୍ରତି ସମସ୍ତେ ଆଖି ମୁଜି ବସିଥିବାରୁ ଅନୁଷ୍ଠାନର ଯାହା ସ୍ୱପ୍ନ ଥିଲା ତାହା ଦିନକୁ ଦିନ ମରିବାକୁ ଯାଉଛି । ଏପରିକି ସକାଳ ‍ ୧୦ ରୁ ସନ୍ଦ୍ୟା ୪ ପର୍ଯ୍ୟନ୍ତ ଏହି ବିଦ୍ୟାଳୟ ଖୋଲିବା ନିୟମ ଥିଲେ ମଧ୍ୟ ଅଧିକାଂଶ ଦିନ ସମୟ ପୁର୍ବରୁ ଗେଟରେ ତାଲା ଝୁଲିଥାଏ । ଆଜିବି ସେଭଳି ଅବସ୍ଥା ଦେଖାଦେଇଛି।ଗତ ବୁଧବାର ବିଦ୍ୟାଳୟକୁ ସ୍କିଲ ଡପ୍ଲଭମେଣ୍ଟ ଅଫ ଇଣ୍ଡିଆ ଆଜି ଆସି ଫେରିବା ପରେ ବିଦ୍ୟାଳୟରେ କାହାରି ଉପସ୍ଥିତି ଦେଖିବାକୁ ମିଳିନଥିଲା। ଆଜି ଗୁରୁବାରବି ସେଭଳି ଅବସ୍ଥା।ଶିକ୍ଷାର୍ଥୀ ଓ ଶିକ୍ଷକ ଉଭୟଙ୍କ ଅନୁପସ୍ଥିତ ନେଇ ଏହି ବିଦ୍ୟାଳୟର ଭବିଷ୍ୟତଯେ କଣ ହେବ ତାକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ ପାଇଛି। ଏନେଇ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ଏହା ଭୁଲ ହୋଇଛି ଆଗକୁ ଏଭଳି ଆଉ ହେବନାହିଁ ଓ ଗୁରୁବାର ଦିନ ଏହାର ସମାଧାନ ହେବ ବୋଲି କହିବା ସତ୍ତ୍ୱେ ସବୁଦିନ ପରି ଆଜି ପୁଣି ସେହିଭଳି ଚିତ୍ର ସାମ୍ନକୁ ଆସିଛି।ତେବେ ବିଦ୍ୟାଳୟରେ କର୍ମଚାରୀ ମାନଙ୍କ ମଧ୍ୟରେ ସମ୍ମନ୍ୱୟର ଅଭାବ,ନିଜ ନିଜ ଦାୟିତ୍ୱ ପ୍ରତି ଅସଚେତନ ସହିତ କଲେଜ ହେବା ଦିନଠୁ ପରିଚାଳନା କମିଟି ଦ୍ୱାରା ରହିଥିଲେ ସେମାନଙ୍କ ହମାବଡା ନିତି ଓ ଅପାରଗତା ଯୋଗୁଁ ଦିନକୁ ଦିନ ବିଦ୍ୟାଳୟର ଅବସ୍ଥା ରସାତଳଗାମୀ ହେବାକୁ ବସିଛି। ବିଦ୍ୟାଳୟର ନିଜ ଭିତ୍ତିଭୂମିରେ ଉନ୍ନୟନ ମୂଳକ କାମରେ କଲେଜ କର୍ତ୍ତୁପକ୍ଷଙ୍କ ସହଯୋଗ ମନୋଭାବ ରହୁନଥିବା ଯୋଗୁଁ ଅନୁଷ୍ଠାନର ଉନ୍ନତି ଆଗେଇ ପାରୁନାହିଁ । ଏପରିକି ସ୍ଥାୟୀ ବିଦ୍ୟୁତି କରଣ ପାଇଁ ଆବଶ୍ୟକ ଅର୍ଥ ଦେବାକୁ କର୍ତ୍ତୁପକ୍ଷ କୁନ୍ଥୁକୁନ୍ଥୁ ହେଉଥିବା ନେଇ ଅବିଭାବକ ଓ ଅଞ୍ଚଳବାସୀଙ୍କ ମହଳରେ ଘୋର ନୈରାଶ୍ୟ ପ୍ରକାଶ ପାଇଛି।ଅନୁଷ୍ଠାନ ପ୍ରତି କୌଣସି ଲଗାମ ନଥିବା ଯୋଗୁଁ ଆସନ୍ତା ସକାଳରେ ପିଲାଙ୍କ ପରୀକ୍ଷା ଫଳାଫଳ ନେଇ ସନ୍ଦେହ ଉପୁଜିଲାଣି। ଏପରିକି ସ୍ଥାନୀୟ ବାସିନ୍ଦା ଓ ବୁଦ୍ଧିଜୀବୀ ମାନେ ଉପ ଜିଲ୍ଲାପାଳଙ୍କୁ ଭେଟି ପରିଚାଳନା କମିଟି ଗଠନ କରିବାକୁ ବାରମ୍ବାର ଅନୁରୋଧ କଲେ ସୁଦ୍ଧା ଏହା କାର୍ଯ୍ୟକାରୀ ହୋଇପାରୁନି।ଏହି ବିଦ୍ୟାଳୟ ଭବିଷ୍ୟତ ପାଇଁ ତୁରନ୍ତ ପରିଚାଳନା କମିଟି ଗଠନ କରିବା ନେଇ ଜନମତକୁ ଉପ ଜିଲ୍ଲାପାଳ ଗୁରୁତ୍ୱର ସହ ନେବାକୁ ଦାବି ଉଠିଛି।ବିଦ୍ୟାଳୟରେ ଦୁର୍ନୀତି ବଢିବାରେ ଲାଗିଥିବାରୁ ଏଥିରେ ରୋକ ଦେବାକୁ ପ୍ରଶାସନ ନୀରବ ଦ୍ରଷ୍ଟା ନସାଜି ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ସବୁ ମହଳରେ ଦାବି ଉଠୁଛୁ।ବିଦ୍ୟାଳୟକୁ ମହାବିଦ୍ୟାଳୟରେ ପରିଣତ କରିବାକୁ ଅଞ୍ଚଳବାସୀଙ୍କ ପ୍ରୟାସରେ କତ୍ତୃପକ୍ଷ ଅନ୍ତରାୟ ଭଳି ଠିଆ ହୋଇଥିବାରୁ ଉନ୍ନୟନରେ କେବଳ ବାଧା ଉପୁଜିନାହିଁ ବରଂ ଅଞ୍ଚଳବାସୀଙ୍କ ଉଚ୍ଚ ସ୍ୱପ୍ନ ମଉଳିବାରେ ଲାଗି ବିଦ୍ୟାଳୟରୁ ମୁହଁ ଫେରାଇ ନେବା ଭଳି ମାନସିକ ସ୍ତରରେ ପହଞ୍ଚି ଗଲେଣି।ଏପରିକି ଅଧକ୍ଷ ମଧ୍ଯ ନିଜର ଅସହାୟତା କେବଳ ପ୍ରକାଶ କରୁଥିବା ବେଳେ ଅନୁଷ୍ଠାନର ମଙ୍ଗଳ ସାଧନା ପାଇଁ ନିଜର ଆନ୍ତରିକତା ମଧ୍ୟ ଦେଖାଉନଥିବା ନେଇ ଦିନକୁ ଦିନ ଅସନ୍ତୋଷ ବଢିବାରେ ଲାଗିଲାଣି।ଏଥିରେ ପରିବର୍ତ୍ତନ ନଆସିଲେ ସ୍ଥାନୀୟ ବାସିନ୍ଦା ଏକ ହୋଇ ବିହୀତ ପଦକ୍ଷେପ ନେବାକୁ ବାଧ୍ୟହେବେ ବୋଲି ଡା.ରାଜାରାମ ଷଡଙ୍ଗୀ ଆଜି ଅଧ୍ୟକ୍ଷଙ୍କୁ ଜଣାଇଦେଇ ଶିକ୍ଷାର୍ଥୀ ମାନଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଶିକ୍ଷକ ମନୋଭାବରେ ପରିବର୍ତ୍ତନ ଆଣି ନିଜ ଭିତରେ ଏକତା ରଖି ନିୟମିତ ବିଦ୍ୟାଳୟକୁ ସକାଳ ‍ ୧୦ ରୁ ସନ୍ଦ୍ୟା ୪ ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ ନିବେଦନ କରିଛନ୍ତି। ବର୍ତ୍ତମାନ ବିଦ୍ୟାଳୟ ଯେଭଳି ଚାଲିଛି ତାହା ବଜାୟ ରହିଲେ ଅନୁଷ୍ଠାନ ଓ ଅଞ୍ଚଳର ସୁନାମରେ ବାଧା ସୃଷ୍ଟି ଆଶଙ୍କା ବଢୁଥିବାରୁ କଲେଜ ପରିଚାଳନାରେ କଠୋର ନିତି ଆପଣାଇବାକୁ ଅଧ୍ୟକ୍ଷ ଓ ଜିଲ୍ଲା ପ୍ରଶାସନ ଠାରେ ସେ ନିବେଦନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ