Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନର୍ଲା ଥାନା ରେ ନୂତନ ଆଇଆଇସି ଙ୍କୁ ସ୍ଵାଗତ ଓ ବିଦାୟୀ ଆଇଆଇସି ଙ୍କୁ କୃତଜ୍ଞତା ଜ୍ଞାପନ

କଳାହାଣ୍ଡି, ୦୩/୦୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ରେ ଆଇଆଇସି ମମତା ପାଣିଗ୍ରାହୀ ନୂତନ ଭାବରେ ଯୋଗ ଦେଇଛନ୍ତି ଏବଂ ନର୍ଲା ଥାନାର ପୂର୍ବ କାର୍ଯ୍ୟରତ ଆଇଆଇସି ଶ୍ରୀ ଗଙ୍ଗାଧର ମେହେର ଦାୟିତ୍ଵ ହସ୍ତାନ୍ତର ପରିପେକ୍ଷୀ ରେ ଆଜି ଶୁକ୍ରବାର ସନ୍ଧ୍ୟା ୬ ଘଣ୍ଟା ସମୟରେ ନର୍ଲା ପ୍ରେସ ଆସୋସିଏସନ୍ ର ସମସ୍ତ ସଦସ୍ୟ ନର୍ଲା ଥାନା କାର୍ଯ୍ୟଳୟ ରେ ପହଞ୍ଚି ନୂତନ ଆଇଆଇସି ଶ୍ରୀମତୀ ମମତା ପାଣିଗ୍ରାହୀ ଙ୍କୁ ଅଭିନନ୍ଦନ ଜଣାଇ ଉପଢୋକନ ଓ ପବିତ୍ର ଭାଗବତ ଗୀତା ଦେଇ ସମ୍ମାନିତ କରାଯାଇଥିବା ବେଳେ ବିଦାୟୀ ଆଇଆଇସି ଶ୍ରୀଯୁକ୍ତ ଗଙ୍ଗାଧର ମେହେର ଙ୍କୁ ମଧ୍ୟ ଅନୁରୂପ ଭାବରେ ନର୍ଲା ପ୍ରେସ ଆସୋସିଏସନ୍ ତରଫରୁ ମର୍ଯ୍ୟାଦା ଜନକ କୃତଜ୍ଞତା ଜ୍ଞାପନ କରି ଦୁଇ ଅଧିକାରୀ ଙ୍କ ଆଗାମୀ ଚାକିରି ଜୀବନ ମଙ୍ଗଳମୟ କାମନା କରାଯାଇଛି ଏବଂ ଜଣେ ଦକ୍ଷ ସଚ୍ଚୋଟ ଅଧିକାରୀ ଭାବରେ ଜିଲ୍ଲାରେ ସୁନାମ ଅର୍ଜନ କରିବା ପାଇଁ ସଂଘ ଆଶା ବ୍ୟକ୍ତ କରିଛି ଏହି ସୌଜନ୍ୟମୂଳକ ସାକ୍ଷାତକାର ରେ ନର୍ଲା ପ୍ରେସ ଆସୋସିଏସନ୍ ର ସଭାପତି ଦୀପକ କୁମାର ସାହୁ, ଉପ ସଭାପତି ଚିନ୍ତାମଣି ନାଏକ,ସମ୍ପାଦକ ସନ୍ତୋଷ ପାତ୍ର ବରିଷ୍ଠ ସଦସ୍ୟ ଡୋଳାମଣୀ ସାହୁ , ସଞ୍ଜୀବ ଦାସ , ତପନ ସାହୁ , ଅଜିତ ମାଝୀ , ରାଜା ପାୟା ସିଂ , ଗୁପ୍ତେଶ୍ୱର ହାତୀ ନୀଳକଣ୍ଠ ବେହେରା, ଗଣେଶ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ