Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟ ସରକାର ଙ୍କ ବିକାଶ ଯୋଜନା କୁ ମୋ ଓଡ଼ିଶା ନବୀନ ଓଡ଼ିଶା ରେ ସଚେତନତା।।

ହାଟଡିହି ବ୍ଲକ ଆଗାମୀ ସାଧାରଣ ନିର୍ବାଚନ କୁ ଆଖି ଆଗରେ ରଖି ରାଜ୍ୟ ସରକାର ମୋ ଓଡ଼ିଶା ନବୀନ ଓଡ଼ିଶା ମାଧ୍ୟମ ରେ ପ୍ରତି ପଞ୍ଚାୟତ ରେ ସଚେତନତା ଜାରି ରଖିଛନ୍ତି । ଯାହାକୁ ନେଇ ହାଟଡିହି ବ୍ଲକର ଦ୍ୱିତୀୟ ଦିନ ଧନୁର୍ଜୟପୂର୍, କେ.ବାଲିପାଳ , ଗେଡମା,ପଞ୍ଚାୟତ ରେ ବହୁ ସଂଖ୍ୟା ରେ ମହିଳା ପୁରୁଷମାନେ ଯୋଗ ଦେଇ ଥିଲେ, ସେମାନଙ୍କୁ ପାଲା ମାଧ୍ୟମ ରେ ବିଭିନ୍ନ ସରକାରୀ ଯୋଜନା ଗୁଡିକ ସଫଳ ରୂପାୟନ କରବା ପାଇଁ ଲୋକଙ୍କୁ ଲିଫଲେଟ ଦ୍ଵାରା ବୁଝାଇ ଦେବା ପରେ ପ୍ରଥମେ ଧନୁର୍ଜୟପୁର ପଞ୍ଚାୟତ ରେ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଉପାଦକ୍ଷ ରତିକାନ୍ତ ରାଉତ, ବିଡ଼ିଓ ସୌମ୍ୟା ଶ୍ରୀ ପାଣିଗ୍ରାହୀ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଖୁବ୍ ଆନନ୍ଦର ସହ ପରିଚାଳନା କରିବା ପରେ,ବିଡ଼ିଓ ସୌମ୍ୟ ଶ୍ରୀ ପାଣିଗ୍ରାହୀ ପହଞ୍ଚି କାର୍ଯ୍ୟକ୍ରମ କୁ ବୁଲି ଦେଖିଥିଲେ। ଏଥିରେ ଧନୁର୍ଜୟପୁର୍ ପଞ୍ଚାୟତ ର ସରପଞ୍ ସର୍ଦ୍ଦାର ହୋ ପଞ୍ଚାୟତ ନିର୍ବାହୀ ଅଧିକାରୀ ଅମୂଲ୍ୟ ମାଝୀ, ସମାଜସେବୀ ଅଭିମନ୍ୟୁ ସେଠୀ ସମାଜ ସେବୀ ବିଜୟ ରାଉତ, ଙ୍କ ସହ କେ ବାଲିପାଳ ପଞ୍ଚାୟତ ରେ ସରପଂଚ କୁନ୍ତଳା ନାୟକ ଓ ସମିତି ସଭ୍ୟ ମାନଙ୍କ ସହ ଜିଆରେସ୍ ବିନୟ କୁମାର ମଲ୍ଲିକ ରହିଥିଲେ। ଏଥି ସହ ମଧ୍ୟରେ ଗେଡମା ପଞ୍ଚାୟତ ରେ ଶିଶୁ କଳାକାର ମାନଙ୍କ ଦ୍ବାରା ବି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେଥିରେ ସରପଂଚ ସିଲାରାଣୀ କାଣ୍ଡି, ସମିତି ସଭ୍ୟ ସସ୍ମିତା ଜେନା, ପଞ୍ଚାୟତ ନିର୍ବାହୀ ଅଧିକାରୀ ଉମାକାନ୍ତ ଶା, ଜିଆରେଶ ଜ୍ୟୋତି ସ୍ମିତା ସେନାପତି, ଏହାଛଡା ସମସ୍ତ ପଞ୍ଚାୟତ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ମାନେ ଯୋଗ ଦେଇଥିଲେ । ଏଥିରେ ଆନନ୍ଦପୁର ବିଧ୍ୟାୟକ ଭାଗିରଥି ସେଠୀ ଯୋଗ ଦେଇ କାର୍ଯ୍ୟକ୍ରମ ରେ ସରକାରୀ ଯୋଜନା ଗୁଡିକ ଲୋକଙ୍କୁ ବୁଝାଇ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ