Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଏବିସିଡି ଚାରେଟେବଲ ଟ୍ରଷ୍ଟର ସପ୍ତମ ବାର୍ଷିକୋତ୍ସୋବ

ସମ୍ବଲପୁର:ଆଜି ଏଵିସିଡି ଚାରିଟେବଲ ଟ୍ରଷ୍ଟର ସପ୍ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।ତପସ୍ୱିନି ହଲ ଠାରେ ଆୟୋଜିତ ଉତ୍ସବରେ ସମ୍ବଲପୁର ଜ଼ିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲର ନବମ ଶେଣୀରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା।ମୁଖ୍ୟ ଅଥିତି ରୂପେ ଅଶୋକ ଜଲାନ ଉପସ୍ଥିତ ରହିଥିବାବେଲେ ସମ୍ମାନିତ ଅଥିତି ରୂପେ ସଚିତାନଦ ମିଶ୍ର, ଅନ୍ୟ ଅଥିତି ରୂପେ ସମାଜ ସେବୀ କାର୍ତିକ କଲେତ, ସମ୍ବଲ ପରିବାର ଅନ୍ୟତମ ସଦସ୍ୟ ରାମଦାସ ପଣ୍ଡା, ଜ଼ିଲ୍ଲା ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଲୋକିତା ଦାସ, ରେଗାଲୀ ଆଦର୍ଶ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମନୀକାନ୍ତ ସାହୁ, ପ୍ରାୟ ଏହି କାର୍ଯ୍ୟକ୍ରମରେ ଶହେରୁ ଅଧିକ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଛି ଓ ଟ୍ରଷ୍ଟ ରେ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାରେ ବିଜୟ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ କପ ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ପରିଚାଲନା କରିଥିଲେ ତର୍ପଣ ପ୍ରଧାନ ଓ ରମାସିଶ୍ ତ୍ରିପାଠୀ ପରିଚାଳନା କରିଥିଲେ ।ଶେଷରେ ଟ୍ରଷ୍ଟର ଶିକ୍ଷକ ସୁନୀଲ ସାଗର ଧନ୍ୟବାଦ ଦେଇଥିଲେ।ଟ୍ରଷ୍ଟର ଅନ୍ୟ ସମସ୍ତ ଶିକ୍ଷକ ମୁକେଶ ମେହେର, ଅଜୟ କୁମାର, ଓଁ ପ୍ରକାଶ, ପରକ୍ଷିତ ମେହେର, ବିଳାସିନୀ କଲେତ, କାର୍ତିକ ବହିଦାର, ନାନାଗ୍ରାମ ହାଇ ସ୍କୁଲର ଶିକ୍ଷୟତ୍ରୀ ସରିତା ମିଶ୍ର ଉପସ୍ଥିତ ରହିଥିଲା l