Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚିତ୍ରାଙ୍କନ ପ୍ରତିଯୋଗିତାରେ ରେକର୍ଡ ସଂଖ୍ୟକ ପ୍ରତିଯୋଗୀ

ସମ୍ବଲପୁର :ଆଜି ସମ୍ବଲପୁର ସାଂସ୍କୃତିକ୍‌ ପରିଷଦ ତରଫରୁ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି। ୧୭୪୦ ଜଣ ପ୍ରତିଯୋଗୀ ୫ ଟି ବର୍ଗରେ ଯୋଗ ଦେଇ ବିଭିନ୍ନ ବିଷୟକ ଚିତ୍ର ଅଙ୍କନ କରିଛନ୍ତି। ମୁଖ୍ୟତ ପଶ୍ଚିମାଂଚଳ ବିଷୟକ ଦୃଶ୍ୟଚିତ୍ର ଆଙ୍କିବାକୁ ଦିଆଯାଇଥିଲା। ଆୟୋଜକମାନେ ଏ ବର୍ଷ ଫେବୃଆରୀ ମାସରେ ସମ୍ବଲପୁର ମହୋତ୍ସବ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ବିଭିନ୍ନ ଶ୍ରେଣୀର ପରୀକ୍ଷା ଯୋଗୁଁ କମ୍‌ ଅଂଶଗ୍ରହଣ ହେବ ବୋଲି ଆଶଙ୍କା କରାଯାଉଥିଲା ।ମାତ୍ର ସବୁ ସନ୍ଦେହକୁ ପଛରେ ପକାଇ ଆଜି ଅଭୂତପୂର୍ବ ପ୍ରତିଯୋଗୀଙ୍କ ଯୋଗଦାନ ଆୟୋଜକଙ୍କ ଉତ୍ସାହକୁ ବହୁଗୁଣିତ କରିଦେଇଛି। ପୂର୍ବରୁ କେବେ କୌଣସି ଅଂକନ ପ୍ରତିଯୋଗୀତାରେ ଏତେ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଭାଗ ନେଇ ନ ଥିଲେ। ସମସ୍ତ ଅଂଶଗ୍ରହଣକାରୀଙ୍କୁ ସମ୍ବଲପୁର ମହୋତ୍ସବର ପ୍ରଥମ ସଂଧ୍ୟା ପେବୃଆରୀ ୮ ତାରିଖ ଦିନ ସାର୍ଟିଫିକେଟ ପ୍ରଦାନ କରାଯିବ। ପ୍ରତି ବର୍ଗରେ ତିନି ଜଣ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ଟ୍ରଫି ସହ ସାର୍ଟିଫିକେଟ ଦିଆଯିବ। ଏବେ ମହୋତ୍ସବରେ ପଶ୍ଚିମାଂଚଳର କଳାକୃତି ସମ୍ବନ୍ଧିତ ବିଭିନ୍ନ ଉପାଦାନ,ପେଟିଂଗ୍‌,ଫଟୁଚିତ୍ର,ମାଟି ଓ ଧାତୁର କଳାତ୍ମକ ଅଭିବ୍ୟକ୍ତି ଗୁଡ଼ିକୁ ସ୍ଥାନିତ କରାଯିବ। ଏଥି ପାଇଁ ଆୟୋଜକମାନେ ସମସ୍ତଙ୍କଠାରୁ ସେସବୁକୁ ସଂଗ୍ରହ କରୁଛନ୍ତି। ଇଛ୍ଛୁକ ବ୍ୟକ୍ତିମାନେ ନିଜ ନିଜ ଉପାଦାନକୁ ଆୟୋଜକଙ୍କଠାରେ ଜମା ଦେବାକୁ ନିବେଦନ କରାଯାଇଛି। ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ସାର୍ଟିଫିକେଟ୍‌ ପ୍ରଦାନ କରାଯିବ। ଆସନ୍ତା ୮ ତାରିଖ ଦିନ ୧୧ ଟାରେ ବୀର୍‌ସା ମଏଦାନ୍‌,ପିଏଚ୍‌ଡ଼ି ପଡ଼ିଆରେ ଝୁଟି-ଅଲ୍‌ପିନା-ରଙ୍ଗୋଲୀ ପ୍ରତିଯୋଗୀତା ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ସୂତ୍ରରୁ ପ୍ରକାଶ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ