Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡୁଡାଲୁ ରୁ ଶିଆଳ ମାଲ ରାସ୍ତା କାର୍ଯ୍ୟରେ ବ୍ୟାପକ ଅନିୟମିତତା ଅଭିଯୋଗ

କଳାହାଣ୍ଡି, ୦୫/୦୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ କୁର୍ମେଲ ଗ୍ରାମ ପଞ୍ଚାୟତ ଅଧିନସ୍ତ ଡୁଡ଼ାଲୁ ଗ୍ରାମରୁ ଶିଆଳ ମାଲ କୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ ରେ ଦଶଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି ,ପ୍ରାପ୍ତ ସୂଚନା ଅନୁଯାୟୀ ପୂର୍ତ୍ତ ବିଭାଗ ରୋଡ ଏବଂ ବ୍ରିଜ କାର୍ଯ୍ୟ ପାଇଁ ୯ ଲକ୍ଷ ୫୦ ହଜାର ଏବଂ ମନରେଗା ଯୋଜନା ରେ ଶ୍ରମିକ ମାନଙ୍କ ପାଇଁ ୫ ଲକ୍ଷ ୬୨ ହଜାର ସମୁଦାୟ ୧୫ ଲକ୍ଷ ୧୨ ହଜାର ଟଙ୍କା ୨୦୨୨-୨୩ ମସିହାରେ ଖର୍ଚ୍ଚ କରାଯାଇଥିବା ସୂଚନା ରହିଛି ,କିନ୍ତୁ ସଂପୃକ୍ତ କାର୍ଯ୍ୟରେ ନିୟୋଜିତ ଥିବା ଠିକାଦାର ତଥା କୁର୍ମେଲ୍ ପଞ୍ଚାୟତ ର ପୂର୍ବତନ ସମିତି ସଭ୍ୟ ତହସିଲ ସାହୁ ଏହି କାର୍ଯ୍ୟ ଟିକୁ ଅତି ନିମ୍ନ ମାନର କାର୍ଯ୍ୟ କରିବା ସହ, ନିୟୋଜିତ ଶ୍ରମିକ ମାନଙ୍କୁ ବର୍ଷେ ରୁ ଅଧିକ ସମୟ ଧରି ପାରିଶ୍ରମିକ ନ ଦେବା ଏବଂ ରାସ୍ତା କାର୍ଯ୍ୟରେ ଅନୁମୋଦନ ପାଇଥିବା ବ୍ରିଜ ଓ ପୋଲ କାର୍ଯ୍ୟ ନ କରି ମିଥ୍ୟା ବିଲ୍ କରି,ଅର୍ଥ ଆତ୍ମସାତ କରିଥିବା ,ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି, ଏବଂ ଅଭିଯୋଗ କାରୀ ଗ୍ରାମବାସୀ ଓ ସ୍ଥାନୀୟ ସ୍ଵୟଂ ସହାୟକ ମହିଳା ଗୋଷ୍ଠୀ ସ୍ଥାନୀୟ ନର୍ଲା ବିଡ଼ିଓ ଙ୍କୁ ଜଣାଇବାସହ କାର୍ଯ୍ୟାନୁଷ୍ଠାନ ଦାବି କରି ଛନ୍ତି,ପରେ ସଂପୃକ୍ତ ଠିକାଦାର ପ୍ରତିକ୍ରିୟାଶୀଳ ହୋଇ ମାଁ ମାନଙ୍କର ରାସନ୍ କାର୍ଡ କାଟିଦେବିକହି, ଠିକାଦାର ଧମକ୍ ଦେଇଥିବା ମହିଳା ମାନେ ଅଭିଯୋଗ ଆଣିଛନ୍ତି,ତେଣୁ ସମସ୍ତ ଅଭିଯୋଗ ର ବିଷୟରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଆଲୋକ କୁମାର ନାଏକ ଙ୍କୁ ପଚାରିବାରୁ ସେହି କାର୍ଯ୍ୟରେ କୌଣସି ପ୍ରକାର ଅନିୟମିତତା ହୋଇନାହିଁ କିମ୍ବା କୌଣସି ସରକାରୀ ଅର୍ଥ ଦୁରୁପଯୋଗ ହୋଇ ନ ଥିବା ପ୍ରକାଶ କରିଛନ୍ତି ଏବଂ କାର୍ଯ୍ୟ ଟି ଏଷ୍ଟିମେଟ ରେ ୯୦୦ ମିଟର ଥିବାବେଳେ ଢେର୍ ଅଧିକ କାର୍ଯ୍ୟ କରାଯାଇଥିବା ଦୃଢୋକ୍ତି ପ୍ରକାଶ କରିଛନ୍ତି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories