Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୋନପୁର ପୌର ପରିଷଦ ପକ୍ଷରୁ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆଜି ସୋନପୁର ପୌର ପରିଷଦ ତରଫରୁ ନୂଆଁ ଓ କାର୍ଯ୍ୟକ୍ରମରେ ସୋନପୁର ନୂଆ ଟାଉନହଲ ଠାରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ମହା ସମାରୋହରେ ପାଳନ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ନୂତନ ଜିଲ୍ଲାପାଳ ଅନ୍ୟା ଦାଶ ଓ ସମ୍ମାନିତ ଅତିଥି ଭାବେ ମୁନ୍ସିପାଲଟି ଅଧ୍ୟକ୍ଷ୍ୟା ତାମସୀ ତାମସ୍ମିତା ନାୟକ, ଶିକ୍ଷାବିତ୍ ଗବେଷକ ବ୍ରଜକିଶୋର ଦାନୀ, ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଇଂ ମନୋରଞ୍ଜନ ପଣ୍ଡା, ମୁଖ୍ୟବକ୍ତା ଓଡ଼ିଆ ଅଧ୍ୟାପକ ଧର୍ମଶାଳା ମହାବିଦ୍ୟାଳୟ ଡ. ପୁରୁଷୋତ୍ତମ ମିଶ୍ର ଓ ଶ୍ୟାମ ଓଁ ପ୍ରସାଦ ମିଶ୍ର ଯୋଗ ଦେଇଥିଲେ। ଜିଲ୍ଲା ର ଲେଖକ ଗବେଷକ ଗୋରେଖନାଥ ସାହୁ, ବ୍ରଜକିଶୋର ଦାନୀ, ଡ.ଜ୍ୟୋତିରଞ୍ଜନ ବହିଦାର, ଡ. ସୌରଭ ରଂଜନ ଖମାରି, ଡ.ଦେବାଶିଷ ପାଣ୍ଡିଆ, ଶ୍ରୀଧର ବାଘ, ଆର୍ତ୍ତତ୍ରାଣ ବାବୁ, ପ୍ରଦ୍ୟୁମ୍ନ ସାହୁ, ସୁଦାମ ନାଏକ, ରଂଜିତା ପଣ୍ଡା, ସସ୍ମିତା ମେହେରଙ୍କୁ ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ଜିଲ୍ଲାପାଳ ଙ୍କ ଦ୍ଵାରା ସମ୍ମର୍ଦ୍ଧିତ କରାଯାଇଥିଲା। ସିଆରସିସି ବ୍ରତାନନ୍ଦ ଭୋଇ ସଭାକାର୍ଯ୍ୟ ପରିଚାଳନା କରିଥିବାବେଳେ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଇଂ ମନୋରଂଜନ ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମକୁ ପରିଚଳନା କରାଯାଇଥିଲା। ଶେଷରେ ଈଂ ଶ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ସରସ୍ବତୀ ଶିଶୁଵିଦ୍ୟାମନ୍ଦିର ଛାତ୍ରୀ ମାନେ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ କରିଥିଲା ବେଳେ ଛାତ୍ରୀ ଅନୁସୂୟା ମେହେର ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ। ପ୍ରବନ୍ଧ, ବିତର୍କ ଇତ୍ୟାଦି ପ୍ରତିଯୋଗିତା ର କୃତୀଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ପୌରପରିଷଦ ର ସମସ୍ତ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ। ଏହି ଅବସରରେ ସ୍କୁଲ କଲେଜ ଛାତ୍ର ଛାତ୍ରୀ ମାନଙ୍କୁ ଓଡ଼ିଆ ପୁସ୍ତକ ବଣ୍ଟନ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ