Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଆର ଆମ୍ବେଦକର ସେବା ସମିତିର ବାର୍ଷକ ଉତ୍ସବ

ସମ୍ବଲପୁର (ପଡିଆବାହାଲ):ବାହାମ ପଞ୍ଚାୟତରେ ଥିବା ବିଆର ଆମ୍ବେଦକର ସେବା ସମିତିର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଆୟୋଜିତ ଉତ୍ସବରେ ବାହାମ ସରପଞ୍ଚ ସରସ୍ୱତୀ ଭୋସାଗର ମୁଖ୍ୟଅତିଥି,ଗୋପାଳ ବାଗ୍ ମୁଖ୍ୟବକ୍ତା ଓ ସମ୍ମାନୀତ ଅତିଥି ଭାବେ ଗିରିଧାରୀ ଖୋରା ଓ ପ୍ରିତି ପ୍ରଧାନ ଯୋଗ ଦେଇଥିଲେ । ସଭାରେ ସମିତି ସଭାପତି ଜୟକୃଷ୍ଣ ବାଗ୍ ଅଧ୍ୟକ୍ଷତା କରିଥିବା ବେଳେ ଆବାହକ ସୁବାସ ବେଶନ ସମିତିର ଲକ୍ଷ,ଉଦ୍ଦେଶ୍ୟ ଉପରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇ ଚଳିତ ବର୍ଷ ପଞ୍ଚୟତକୁ ମଦମୁକ୍ତିରେ ପରିଣତ କରିବା ସହିତ ପ୍ରାଥମିକ ଶିକ୍ଷା ଠୁ ଉଚ୍ଚ ମାଧ୍ୟମିକ ଶିକ୍ଷା ଉପରେ ସମିତି କାର୍ଯ୍ୟ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଆୟୋଜିତ ସଭାରେ ଦେବାନନ୍ଦ ଭୋସାଗର,ଅକ୍ଷୟ ରଣବିଡା,ଝସ ବେସନ,ନକୁଳ ଲୁହା, ଗଣେଷ ବେସନ,ମୁନା କୁମ୍ଭାର ଓ ସଞ୍ଜୟ କୁମ୍ଭାର ଉପସ୍ଥିତ ରହି ବିଭିନ୍ନ କାମ ସଂଚାଳନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ