Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କନ୍ଧ କୁମ୍ଭାର ସମାଜ ର ସଧାରଣ ଅଧିବେଶନ: ବାଲିଗୁଡା ଖେମୂଣ୍ଡିଗଡର କାର୍ଯ୍ୟକର୍ତ୍ତା ଚୟନ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଖେମୁଣ୍ଡୀଗଡ ରେ କନ୍ଧକୁମ୍ଭାର ସମାଜ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଚାରିଗଡ ର ମୂଖ୍ୟ କାର୍ଯ୍ୟକର୍ତ୍ତା ସମେତ ବହୁ କନ୍ଧ କୁମ୍ଭାର ଭାଇ ଭଉଣୀ ମାନେ ଯୋଗ ଦେଇଥିଲେ l ସର୍ବ ପ୍ରଥମେ କନ୍ଧ କୁମ୍ଭାର ସମାଜ ର କୁଳ ଦେବୀ ଗଙ୍ଗା ମାତା ଓ ମା ‘ ପାଟ୍ଟଖଣ୍ଡା ଙ୍କୁ ପୂଜାର୍ଚ୍ଚନା ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା l କନ୍ଧ କୁମ୍ଭାର ସମାଜ ର ଜିଲ୍ଲା ସଭାପତି ଅଜିତ କୁମାର ମଲ୍ଲିକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ଯ କ୍ରମରେ ଉପସଭାପତି ବିଜୟକୁମାର ବେହେରା, ସମ୍ପାଦକ ତପନ ବେହେରା, କୋଷାଧକ୍ଷ ସୁରେନ୍ଦ୍ର ବେହେରା, ଯୋଗାଯୋଗ କର୍ତ୍ତା ଭାବେ ଜୟନ୍ତ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ସମାଜ ର ନୀତି ନିୟମ ସମ୍ୱନ୍ଧରେ ଅବଗତ କରିଥିଲେ l କନ୍ଧ କୁମ୍ଭାର ସମାଜ ଅବହେଳିତ ନିଷ୍ପେସିତ ଅବସ୍ଥାରେ ରହୁ ଥିବାରୁ ସେମାନଙ୍କୁ ମୂଖ୍ୟ ସ୍ରୋତରେ ଆଣିବା ପାଇଁ ସରକାର ଙ୍କ ନିକଟରେ ନିଜର ହକ ଅଧିକାର ସାବ୍ୟସ୍ତ ଦାବୀ ଉପସ୍ଥାପନା ପାଇଁ ସଂଗଠିତ ହେବାକୁ ଆମନ୍ତ୍ରିତ ମୂଖ୍ୟ କାର୍ଯ୍ୟକର୍ତ୍ତା ନିଜ ଅଭିଭାଷଣ ରେ କହିଥିଲେ l ସମାଜ ରେ ପ୍ରଚଳିତ ଅନ୍ଧବିଶ୍ୱାସ କୁ ସଂସ୍କାର, ବାଲ୍ୟ ଵିଵାହ ଦୂରୀକରଣ ନିଶା ନିବାରଣ କରିବା ସହିତ ଶିକ୍ଷା କୁ ପ୍ରାଧାନ୍ୟ ଦେଇ ରକ୍ତଦାନ, ବୃକ୍ଷ ରୋପଣ ଆଦି ସାମାଜିକ କାର୍ଯ୍ୟକ୍ରମରେ ସମାଜ ନିଜକୁ ନିୟୋଜିତ କରିବା ପାଇଁ ସମୂହ ଶପଥ ପାଠ କରିଥିଲେ l ପରେ ବାଲିଗୁଡ଼ା ଖେମୁଣ୍ଡଗଡ ର କାର୍ଯ୍ୟକର୍ତ୍ତା ଚୟନ କରାଯାଇଥିଲା l ଏଥିରେ ସର୍ବସମ୍ମତି କ୍ରମେ ସଭପତି ଭାବେ ପଙ୍କଜ ବେହେରା, ଉପ ସଭାପତି ଭାବେ ଦୀପକ କୁମାର ବେହେରା, ସାଧାରଣ ସମ୍ପାଦକ ଭାବରେ ନୀଳ ମାଧବ ବେହେରା, ସଂପାଦକ ଭାବେ ଇନ୍ଦ୍ରଜିତ ବେହେରା କୋଷାଧ୍ୟକ୍ଷ ଭାବେ ରାମକୃଷ୍ଣ ବେହେରା ମୂଖ୍ୟ ସଭ୍ୟ ଭାବରେ ମାର୍କଣ୍ଡ ବେହେରା ଓ ପତ୍ରକାର ଭାବରେ ରଞ୍ଜିତ କୁମାର ବେହେରା ଙ୍କୁ ଚୟନ କରାଯାଇଥିଲା l ସେହିପରି ମାତୃ ମଣ୍ଡଳୀ ର ସଭାନେତ୍ରୀ ଭାବରେ ସର୍ବ ସମ୍ମତି କ୍ରମରେ ମିଥିଳା ବେହେରା ଉପ ସଭାପତି ଭାବେ ତପସ୍ଵିନୀ ବେହେରା, ସମ୍ପାଦିକା ଭାବରେ ଆରତୀ ବେହେରା ଏବଂ ମୂଖ୍ୟ ସଭ୍ୟ ଭାବରେ ସରସ୍ୱତୀ ବେହେରା ଙ୍କୁ ଚୟନ କରାଯାଇଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ