Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାମ୍ୱାଦିକ ପ୍ରଫୁଲ୍ଲ ପଣ୍ଡାଙ୍କୁ ରତ୍ନଶ୍ରୀ ସମ୍ମାନ

ସମ୍ବଲପୁର: ଗତ ତିନି ଦିନ ଧରି ବେଲପାହାଡ଼ ଠାରେ ଅନୁଷ୍ଠିତ ମଚାନ ଉତ୍ସବ -୨୦୨୪ ର ଉଦଯାପନୀ ଉତ୍ସବରେ ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ କୁମାର ପଣ୍ଡାଙ୍କୁ ତାଙ୍କର ଉତ୍କୃଷ୍ଟ ସାମ୍ବାଦିକତା, ଚିଠି ସାହିତ୍ୟ ରଚନା, ରଙ୍ଗମଞ୍ଚ, ବେତାର ନାଟକ ସୃଷ୍ଟି ପାଈଁ ରତ୍ନ ଶ୍ରୀ ଉପାଧିରେ ସମ୍ମାନିତ କରାଯାଇଛି।
ଏହି ଉତ୍ସବରେ ପ୍ରଫୁଲ୍ଲ କୁମାର ପଣ୍ଡାଙ୍କ ଅନୁପସ୍ଥିତରେ ତାଙ୍କ ପ୍ରେରିତ ପ୍ରତିନିଧି ଅଶୋକ ମହାପାତ୍ର ମାନ ପତ୍ର, ଉପଢୌକନ ଗ୍ରହଣ କରିଥିଲେ।
ଗାଁ, ସାହିତ୍ୟ, ସଂସ୍କୃତି, ରଂଗ ମଞ୍ଚ, ବେତାର ନାଟକ ସୃଷ୍ଟି, , ସମାଜ ସେବା ପାଈଁ ସାମ୍ବାଦିକତା ପାଈଁ ତାଙ୍କର ଉଲ୍ଲେଖନିୟ ଅବଦାନ ରହିଛି। ଆକାଶବାଣୀରେ ପ୍ରଚାରିତ ନାଟକ ଏ ସ୍ଵପ୍ନ ର ଅନ୍ତ କେବେ, ଯନ୍ତ୍ରଣାର ସ୍ୱର, ସନ୍ଧ୍ୟା ଏକ ଅଶାନ୍ତ ଆକାଶର, ରାତି ପାହି ପାହି ଆସୁଛି, ପୁନର୍ଜନ୍ମ ଏକ ଯୋଗିର… ତୁମ ଗାଁ ଆମ ସହର…. ତଥା ଅନେକ ମଞ୍ଚ ନାଟକ ବେଶ୍ ଲୋକ ପ୍ରିୟତା ହାସଲ କରିଛି। ତାଙ୍କର ଚିଠି ସାହିତ୍ୟ କ୍ଷେତ୍ର ମଣିଷର ଅନ୍ତର୍ଚେତନାର ବିକାଶ ତଥା ଏକ ସୁଦୃଢ଼ ସମାଜ ଗଠନରେ ସହାୟକ ହୋଇଛି। ଏଥି ପାଇଁ ସେ କର୍ଣ୍ଣାଟକ, କେରଳର ତତ୍କାଳୀନ ମୂଖ୍ୟ ଶାସନ ସଚିବ, ଓଡ଼ିଶା, କେରଳ, ଆନ୍ଧ୍ର ପ୍ରଦେଶ ଆଦିର ରାଜ୍ୟ ପାଲ…, ଭାରତୀୟ ଡ଼ାକ ବିଭାଗ, ଆକାଶବାଣୀ, ଦୂରଦର୍ଶନ , ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ, ପ୍ରମୁଖ ଅନୁଷ୍ଠାନ ର ବହୁବିଶିଷ୍ଠ ବ୍ୟକ୍ତି ଙ୍କ ଠାରୁ ଶହ ଶହ ପ୍ରଶଂସା ପତ୍ର ହାସଲ କରି ଛନ୍ତି। ତାଙ୍କର ପତ୍ର ରଚନା ରେ ଏ ଦେଶ ର ଅନେକ ବ୍ୟକ୍ତି ବିଶେଷ ପ୍ରଭାବିତ ହୋଇ ଛନ୍ତି।ଗତ କାଲି ରାତିରେ ଅନୁଷ୍ଠିତ ଏହି ଉଦଯାପନୀ ଉତ୍ସବରେ ନଗର ପାଲ ନିମାଇ ଚରଣ ପଣ୍ଡା, ଶିକ୍ଷାବିତ୍ ପ୍ରତାପ ବେହେରା, ଅଧ୍ୟାପକ ଶ୍ରୀ କର ଭୋଇ, ମଚାନ ଉତ୍ସବର ସଭାପତି ଦେବୀ ମିଶ୍ରଙ୍କ ସମେତ ଅନ୍ୟ କର୍ମ କର୍ତ୍ତା, ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ଉତ୍ସବର ପରିସମପ୍ତି ଘୋଷଣା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ