ମାଁ ସମଲେଇ ପ୍ରକଳ୍ପ ଦେଖିବାକୁ ଲାଗିଛି ଭିଡ,ପ୍ରସାଦ ପାଇଁ ମଣ୍ଡଳିଆରେ ବ୍ୟବସ୍ଥା

ସମ୍ବଲପୁର:ରାଜ୍ୟ ସରକାରଙ୍କ ପକ୍ଷରୁ ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ଵରୀଙ୍କ ସମଲେଇ ପ୍ରକଳ୍ପର ଲୋକାର୍ପଣ ପରେ ବିଭିନ୍ନ ଜିଲ୍ଲାର ଭକ୍ତଙ୍କୁ ମାଁ ଙ୍କ ଦର୍ଶନ କରାଯାଉଛି।ଗତକାଲି ରେଢ଼ାଖୋଲ, କୁଚିଣ୍ଡା ଓ ଆଠମଲ୍ଲିକ ବିଧାନସଭା କ୍ଷେତ୍ରରୁ ଆସିଥିବା ପ୍ରାୟ ୭୦୦୦ ହଜାର ଭକ୍ତ ମାଁଙ୍କ ଦର୍ଶନ କରି ପ୍ରକଳ୍ପ ବୁଲି ଦେଖିବା ପରେ ମଣ୍ଡଳିଆ ପଡ଼ିଆରେ ସାମୁହିକ ପ୍ରସାଦ ସେବନ ପାଇଁ ବ୍ୟବସ୍ଥା କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ପାଇଁ ମନ୍ଦିର ଟ୍ରଷ୍ଟ୍ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ ଉତ୍ସାହୀ ଯୁବକ ମାନେ ଏଥିରେ ସହଯୋଗ କରିଥିଲେ।