Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଟୁଆମହାନରେ ହାତି ପଳ:ପଡିଆବାହାଲରେ କଲେଣି ଘର

ସମ୍ବଲପୁର(ପଡିଆବାହାଲ):କେବଳ ପଡିଆବାହାଲ ରେଞ୍ଚ କାହିଁକି ସମଗ୍ର ଯୁଯୋମୁରାରେ ହାତୀ ତାର ମଚାଲ ନଚାଇଛି । କିନ୍ତୁ ବନ ବିଭାଗ ନିରବ । ଜଙ୍ଗଳ ହାତି ଘରେ ପଶି ଧାନ ଚାଉଳ ଖାଇ ଘର ଚୁରମାର କରିବା ସହ ଅନେକ ଜୀବନ ନେଲାଣି । ଏପରିକି ଘରକାନ୍ଥ ଭାଙ୍ଗିବା ନେଇ ଶିଶୁଙ୍କ ସହ ଏବେବି ଅନେକ ମେଡିକାଲରେ ଚିକିତ୍ସିତ ହେଉଥିଲେବି ବନ ବିଭାଗର ନିଦ ଭାଙ୍ଗୁନି।
ସବୁଦିନ ପରି ଆଜି ମଧ୍ୟ ପଟୁଆମହାଣ କଦଲୀମୁଣ୍ଡା ପ୍ରଭୃତି ଅଞ୍ଚଳରେ ବହୁ କୃଷିଜାତ ଦ୍ରବ୍ୟ ନଷ୍ଟ କରିଛନ୍ତି । ହାତୀଙ୍କ ଦୌରାତ୍ମ୍ଯରେ ଚାଷୀ ମଧ୍ୟ ଚାଷରୁ ମୁହଁ ଫେରାଇ ନେବାକୁ ପରିସ୍ଥିତିରେ ପଡିଲାଣି। କିନ୍ତୁ ବନ ବିଭାଗର ଦୃଷ୍ଟାନ୍ତ ମୂଳକ କୌଣସି ପଦକ୍ଷେପ ନେଉ ନଥବାରୁ ଜନ ଅସନ୍ତୋଷ ତେଜିଲାଣି ।ଆଜି ଅଞ୍ଚଳର କଦଳିମୁଣ୍ଡା,ପଟୁଆମହାନ ଠାରେ ହାତୀ ପଳ ସକାଳୁ ସକାଳୁ ବୁଲୁଥିଲେ।ଗୋଟିଏ ନୁହେଁକି ୨ ଟି। ଏକା ସହିତ ୪ ଟି ହାତି ସଂଘବଦ୍ଧ ଭାବେ ଅଞ୍ଚଳରେ ବୁଲୁଥିବା ଆଜି ସକାଳୁ ସକାଳୁ ଲୋକେ ଦେଖିଛନ୍ତି। ରାତିସାରା ବିଭିନ୍ନ ଫସଲ ନଷ୍ଟ କରି ଜଙ୍ଗଳ ମୁହାଁ ହେଉଥିବା ସମୟରେ ହାତୀ ଦେଖିଥିଲେ ଅଞ୍ଚଳବାସୀ। ଏ ସଂକ୍ରାନ୍ତରେ ଅଞ୍ଚଳର ବିଶିଷ୍ଟ ଚାଷୀ ସୁବୋଧ କୁମାର ବେହେରା ଆଜି ସକାଳୁ ପଡିଆବାହାଲ ଫରେଷ୍ଟ୍ ରେଞ୍ଜ୍ ରେ ପହଞ୍ଚି ରେଞ୍ଜର ସହିତ ହାତୀ ଦୌରାତ୍ମ୍ଯ ନେଇ ଆଲୋଚନା କରିଛନ୍ତି। ହାତୀଙ୍କ ଉପଦ୍ରବ ଅସହ୍ୟ ହେଲାଣି।ନିଲଡୁଙ୍ଗରୀ,ମାଲିମୁଣ୍ଡା,ବାହାମ,କଦଲୀମୁଣ୍ଡା, ବେଲ ଡୁଙ୍ଗରୀରେ ହାତୀ ଘରକରି ରହିଲେଣି । ଦିନକୁ ଦିନ ଘରଦ୍ୱାର ନଷ୍ଟ କରିବା ସହ ଧାନ ଚାଉଳ ଖାଇ ଫସଲ ନଷ୍ଟ ହେଉଥିଲେବି ଏହାର କ୍ଷତିପୂରଣ ମିଳୁନି ।ଏହି ସବୁ ବିଷୟରେ ଶ୍ରୀ ବେହେରା ଆଲୋଚନା କରି ଏହାର ସ୍ଥାୟୀ ପ୍ରତିକାର ପାଇଁ ଦାବି ବଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ