Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲୋକ ସେବକ ମଣ୍ଡଳ ପକ୍ଷରୁ ପଦ୍ମଭୂଷଣ ଡ଼ଃ ରାଧାନାଥ ରଥଙ୍କ ୨୬ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ସମ୍ବଲପୁର : ଲୋକ ସେବକ ମଣ୍ଡଳ ସମ୍ବଲପୁର ଜୋନ୍ ପକ୍ଷରୁ ରବିବାର ପୂର୍ବାହ୍ନରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ପ୍ରଖ୍ୟାତ ସାମ୍ବାଦିକ ଓ ସମ୍ପାଦକ, ସୁସାହିତ୍ୟିକ, ରାଷ୍ଟ୍ରନୀତିଜ୍ଞ, ଲୋକ ସେବକ ମଣ୍ଡଳ ଓଡ଼ିଶାର ପୂର୍ବତନ ରାଜ୍ୟ ସଭାପତି ତଥା ‘ଦୈନିକ ସମାଜ’ ର ପ୍ରାକ୍ତନ ସମ୍ପାଦକ, ଜନସେବକ ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୨୬ ତମ ଶ୍ରାଦ୍ଧ ବାର୍ଷିକୀ ଭକ୍ତିମୟ ପରିବେଶରେ ପାଳନ କରା ଯାଇଅଛି |
ଲୋକ ସେବକ ମଣ୍ଡଳ, ସ୍ଥାନୀୟ ଉପଦେଷ୍ଟା କମିଟିର ବରିଷ୍ଠ ସଭ୍ୟା ସମାଜସେବିକା ଡାକ୍ତର ନାରାୟଣୀ ପଣ୍ଡା ଙ୍କ ତତ୍ତ୍ଵ|ବଧାନରେ ସଂସ୍କୃତି ରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର, ଶ୍ରୀଯୁକ୍ତ ସଦାଶିବ ମହାପାତ୍ର, ଶ୍ରୀଯୁକ୍ତ ଲୋକନାଥ ରାଉତ, ଶ୍ରୀମାନ୍ ଲିଙ୍ଗରାଜ ସାହୁ, ଶ୍ରୀମାନ୍ ଖଗେଶ୍ୱର ନାୟକ ପ୍ରମୁଖ ମୁଦିପଡ଼ା ସ୍ଥିତ ଡ଼ଃ ରାଧାନାଥ ରଥ କମ୍ୟୁନିଟି ସେଣ୍ଟର ଠାରେ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ, ପ୍ରତିମୂର୍ତ୍ତି ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ ଓ ଧୂପଦୀପ ପ୍ରଦାନ ସହ ପୂଜାର୍ଚ୍ଚନା କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ |
ଏଠାରେ ଉଲ୍ଲେଖ୍ୟଯୋଗ୍ୟ ଯେ – ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଡ଼ଃ ରାଧାନାଥ ରଥ ଭାରତ ଛାଡ଼ ଆନ୍ଦୋଳନରେ ଅଂଶ ଗ୍ରହଣ କରି ୨ ବର୍ଷ କାରାବରଣ କରିଥିଲେ | ଆଠଗଡ଼ ବିଧାନ ସଭା ଆସନରୁ ସେ ୫ ଥର ବିଧାୟକ ହେବା ସଙ୍ଗେ ସଙ୍ଗେ ଓଡ଼ିଶାର ଅର୍ଥମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, କୃଷି, ଉନ୍ନୟନ ଓ ଜଙ୍ଗଲ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବରେ ସେବା ପ୍ରଦାନ କରିଥିଲେ | ୧୯୬୮ ମସିହାରେ ଭାରତ ସରକାରଙ୍କ ଦ୍ୱାରା ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନୀତ କରା ଯାଇଥିଲା | ୧୯୯୮ ମସିହା ଫେବୃଆରୀ ମାସ ୧୧ ତାରିଖ ପବିତ୍ର ମାଘ ପୂର୍ଣ୍ଣମୀ ଦିନ ୧୦୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିଲା | ଆଜି ସମ୍ବଲପୁରରେ ତାଙ୍କର ଅମ୍ଲାନ ସ୍ମୃତି ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରା ଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ