Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମ ଓଡ଼ିଶା ନବୀନ ଓଡିଶା ବ୍ୟାଗ ଗୁଡ଼ିକୁ ଲୁଟିନେଇ ରାସ୍ତାରେ ନିଆଁ ଲଗାଇଲେ ବିଜେପି ନେତା ଓ କର୍ମୀ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): ସରକାରୀ ସୁଲଭ ମୂଲ୍ୟ ଖାଉଟି କେନ୍ଦ୍ରରୁ ବିଜେପି ନେତା ଏବଂ କର୍ମୀମାନେ ଆମ ଓଡ଼ିଶା ନବୀନ ଓଡିଶା ବ୍ୟାଗ ଗୁଡ଼ିକୁ ଲୁଟିନେଇ ରାସ୍ତାରେ ନିଆଁ ଲଗାଇ ପୋଡି ଦେଇଛନ୍ତି । ଏ ନେଇ ଥାନାରେ ମାମଲା ରୁଜୁ ହୋଇଥିବାବେଳେ ନେତା ଓ କର୍ମୀଙ୍କ ନାମରେ ସଙ୍ଗିନ ମାମଲା ଲାଗିଛି । ଏହାକୁ ନେଇ ଏବେ ବିଜେପି-ବିଜେଡି ମୁହାଁମୁହିଁ ହୋଇଛନ୍ତି । କେନ୍ଦ୍ର ସରକାର ଗରିବ ହିତାଧିକାରୀଙ୍କୁ ମାଗଣାରେ ଚାଉଳ ଦେଉଥିବାବେଳେ ରାଜ୍ୟ ସରକାର ହିତାଧିକାରୀଙ୍କୁ ୫-ଟି ,ଆମ ଓଡ଼ିଶା ନବୀନ ଓଡ଼ିଶା ଏବଂ ଶଙ୍ଖ ଚି଼ହ୍ନ ଥିବା ବ୍ୟାଗ ଦେଇ ମିଛରେ ବାହାବା ନେବାକୁ ଚେଷ୍ଟା କରୁଛି ବୋଲି ଅଭିଯୋଗ କରିଛି ବିଜେପି । ଏହାକୁ ନେଇ କନ୍ଧମାଳ ଜିଲ୍ଲା ଫୁଲବାଣୀର ଏକ ସରକାରୀ ସୁଲଭ ମୂଲ୍ୟ ଖାଉଟି କେନ୍ଦ୍ରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ଘଟଣା ଥାନାରେ ପହଞ୍ଚିଛି। ସୂଚନା ଅନୁଯାୟୀ ଫୁଲବାଣୀ ସହରର ମାଷ୍ଟ୍ରପଡା ଠାରେ ଥିବା ଏକ ବିକ୍ରୟ କେନ୍ଦ୍ରରେ ହିତାଧିକାରୀଙ୍କୁ ରାଜ୍ୟ ସରକାରଙ୍କ ପ୍ରଦତ୍ତ ବ୍ୟାଗରେ ଚାଉଳ ବଣ୍ଟନ କରାଯାଉଥିଲା । ଏହି ସମୟରେ କିଛି ବିଜେପି ନେତା ଏବଂ କର୍ମୀ ସେଠାରେ ପହଞ୍ଚି ଏହାକୁ ବିରୋଧ କରିଥିଲେ। କେନ୍ଦ୍ର ସରକାର ଚାଉଳ ଦେଉଥିବା ବେଳେ ନବୀନ ଓଡିଶା ଚିହ୍ନ ଥାଇ ବ୍ୟାଗରେ ଏହି ଚାଉଳ କାହିଁକି ଦିଆଯାଉଛି ବୋଲି ପ୍ରଶ୍ନ କରିଥିଲେ ବିଜେପି ନେତା । ପରେ କିଛି ବ୍ୟାଗ ନେଇ ରାସ୍ତାରେ ପକାଇ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ବହୁ ବିଜେପି କର୍ମୀ ଏଥିରେ ସାମିଲ ଥିବା ଅଭିଯୋଗ ହୋଇଛି । ପରେ ଏ ସମ୍ପର୍କରେ ରାସନ ବଣ୍ଟନ କେନ୍ଦ୍ରର ବିକ୍ରେତା, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଏବଂ ବିଜେଡ଼ି କର୍ମୀ ମାନେ ମିଳିତ ଭାବେ ଯାଇ ଫୁଲବାଣୀ ଟାଉନରେ ଏକ ମାମଲା ରୁଜୁ କରିଥିବା ଜଣାପଡ଼ିଛି । ଏ ନେଇ ଟାଉନ ଥାନାରେ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଚାଲିଥିବା ବେଳେ କିଛି ବିଜେପି ନେତା ଓ କର୍ମି ମାନଙ୍କ ନାମରେ ସଙ୍ଗୀନ୍ ମାମଲା ଲାଗିଛି ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ