Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଞ୍ଜେଇ ଭର୍ତ୍ତି ବୋଲେରୋ ଜବତ : ଜଣେ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ଗିରଫ

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): ଏକ ନମ୍ବର ବିହୀନ ବୋଲେରୋ ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ ବେଳେ ଅବକାରୀ ବିଭାଗର ଚଢ଼ାଉ । ୮୦ କେଜି ଗଞ୍ଜେଇ ସହ ବୋଲେରୋ ଜବତ, ଜଣେ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ଗିରଫ । କନ୍ଧମାଳ ଅବକାରୀ ଏସପି ପ୍ରବୀର କୁମାର ସାମଲଙ୍କ ନିର୍ଦ୍ଦେଶରେ ଗଞ୍ଜେଇ ଚୋରା ଚାଲାଣ ରୋକିବା ପାଇଁ ବାଲିଗୁଡ଼ା ଅବକାରୀ ସବ୍ ଇନ୍ସପେକ୍ଟର ସୁମିତ୍ରା ଦଳେଇ ନିଜ ଟିମ୍ ସହ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ବାଲିଗୁଡ଼ା ଥାନା ଡ୍ରାପ୍ ସାହି ନିକଟରେ ଏକ ନମ୍ବର ବିହୀନ ବୋଲେରୋ ଅବକାରୀ ପୋଲିସଙ୍କୁ ଦେଖି ଖସି ପଳାଇବାକୁ ଚେଷ୍ଟା କରିଥିଲା, କିନ୍ତୁ ସକ୍ଷମ ହୋଇନଥିଲା । ଗଞ୍ଜେଇ ଭର୍ତ୍ତି ବୋଲେରୋକୁ ଜବତ କରିବା ସହ କେରଳ ରାଜ୍ୟର ମାନାର୍ ଅଞ୍ଚଳର ଗଞ୍ଜେଇ ମାଫିଆ ଅଜୁବ୍ କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ପୋଲିସ୍ । ସେପଟେ ଏହି ଗଞ୍ଜେଇ ବାଲିଗୁଡ଼ା ଅଞ୍ଚଳରୁ କେରଳ ରାଜ୍ୟକୁ ଚୋରା ଚାଲାଣ ହେଉଥିବା ବେଳେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଚାରି ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଉଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ଘଟଣାକୁ ନେଇ ଅଧିକ ତଦନ୍ତ ଜାରୀ ରଖିଛି ଅବକାରୀ ପୋଲିସ୍ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ