Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡୁମେରକୁଦା କେନ୍ଦ୍ରଗୁଡିସ୍ତରୀୟ କିସାନ ସମାଜର ମହିଳା ସଶକ୍ତିକରଣ ଓ ସଚେତନତା

ସମ୍ବଲପୁର(ଡୁମେରକୁଦା):ରବିବାର ଦିନ ଲାଇମୁରାଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ଏହି ସମାବେଶ ପାଇଁ ୫୫୦ କିସାନ ସମାଜର ରାଜ୍ୟ ସଭାପତି ଶ୍ରୀ ମୋହନ ଲାଲ କିସାନ ରାଜ୍ୟ ଉପସଭାପତି ପୂର୍ବତନ ବିଧାୟକ କୁଚିଣ୍ଡା ଓ ଲାଇକେରା ଶ୍ରୀ ବୃନ୍ଦାବନ ମାଝି, ସମ୍ବଲପୁର ଜିଲ୍ଲା ସଭାପତି ଶ୍ରୀ ପଞ୍ଚାନନ ପଧାନ,ଦେବଗଡ଼ ଜିଲ୍ଲା ସଭାପତି ଶ୍ରୀ ମନୋଜ ପ୍ରଧାନ ଓ ସମ୍ପାଦକ ଶ୍ରୀ ସର୍ତ ଚନ୍ଦ୍ର କିସାନ , କୁଚିଣ୍ଡା ମହାଗୁଡି ସଭାପତି ଶ୍ରୀ ଶୋଭାରାମ ପ୍ରଧାନ, ଉପସଭାପତି ଶ୍ରୀ କରୁଣାକର କିସାନ, ସାଧାରଣ ସମ୍ପାଦକ ଶ୍ରୀ ମନୋଜ କୁମାର ବାଘ,ସଙ୍ଜୋଜକ ଶ୍ରୀ ଜଗନ୍ନାଥ ଲାକ୍ରା ଓ ଶ୍ରୀ ଭଦ୍ର ଚରଣ କିସାନ ପ୍ରମୂଖ ନୀମନ୍ତ୍ରୀତ ଅତିଥି ଥିଲେ। ଏହି ସମାବେଶର ନିବେଦକ ଭାବରେ ଯଥାକ୍ରମେ ଶ୍ରୀ ବୃନ୍ଦାବନ ପ୍ରଧାନ ସଭାପତି,ଶ୍ୟାମଳ ବାଘ ଉପସଭାପତି,ଵୁନ୍ଦୁରାମ କିସାନ ସମ୍ପାଦକ ଡୁମେରକୂଦା କେନ୍ଦ୍ରଗୁଡି ଓ ଏହି କେନ୍ଦ୍ରଗୁଡି ଅଧିନସ୍ତ ବିଭିନ୍ନ ଆନ୍ଚଲିକ ଗୁଡ଼ିର ସଭାପତି ଓ ସମ୍ପାଦକ ଯଥାକ୍ରମେ ଶ୍ରୀ ଜୟ କିସାନ, କଟୁ କିସାନ ଟିମ୍ପେରସିଙ୍ଘା ଆନ୍ଚଲିକ ଗୁଡ଼ି ,ବୈଶାଖୁ କିସାନ, ଘନଶ୍ୟାମ କିସାନ,ଗୋଗୁଆ ଆନ୍ଚଲିକ ଗୁଡ଼ି, କଲାକର କିସାନ , ପରମା କିସାନ ଝରାଗୋଗୁଆ ଆନ୍ଚଲିକ ଗୁଡ଼ି, ଅନନ୍ତ ରାମ କିସାନ ଟିକନୁ ପଲେଇ ଡିମିରି କୁଦା ଆନ୍ଚଲିକ ଗୁଡ଼ି ଇତ୍ୟାଦି । ଏହି ସମାବେଶର ଏହି ସମାବେଶରେ ରାଜ୍ୟ ସଭାପତି, ସମ୍ବଲପୁର ଜିଲ୍ଲା ସଭାପତି, କୁଚିଣ୍ଡା ମହାଗୁଡି ସଭାପତି, ଉପସଭାପତି ସମ୍ପାଦକ ସହ ସ୍ଥାନୀୟ ସ୍ଥରରେ ଡୁମରକୁଦା କେନ୍ଦ୍ର ଗୁଡ଼ିର ବୀଭିନ୍ନ ଆନ୍ଚଲିକ ଗୁଡ଼ିର କର୍ମକର୍ତ୍ତାଙ୍କ ସମେତ ମହିଳା ନେତ୍ରୀ ଶ୍ରୀମତୀ ସୁମିତ୍ରା କିସାନ ,ପ୍ରମିଳା କିସାନ ପ୍ରମୂଖ କିସାନ ସମାଜର ମହିଳା ସଶକ୍ତିକରଣ ଓ ସଚେତନତା ଉପରେ କିଭଳୀ ଶିକ୍ଷା,ସ୍ୱାସ୍ଥ୍ୟ, କୃଷି, ନଯୁକ୍ତି, ଶିଳ୍ପ ପ୍ରତିଷ୍ଠା, ବିଭିନ୍ନ ବୈଷୟିକ ଜ୍ଞାନ, ଦକ୍ଷତା, ତଥା ସାମାଜିକ, ସାନ୍ସ୍କୃତିକ, ଭାଷାର ବିକାଶ ଓ ସୁରକ୍ଷା ତଥା ସାମାଜିକ ଆଇନ ୨୦୧୨ ର ସଠିକ କାର୍ଯ୍ୟକାରୀ କରିବା, ସାମାଜିକ ବେଆଇନ କାର୍ଯ୍ୟରେ ଲିପ୍ତ ବ୍ୟକ୍ତି ଓ ଗୋଷ୍ଠି ଠାରୁ ଦୂରେଇ ରହିବା, ସାମାଜିକ ସାନ୍ସ୍କୃତିକ ସଙ୍ଗଠନକୁ ସୂଦୃଢ କରିବା, ସ୍ଵତନ୍ତ୍ର ମହିଳା ସଙ୍ଗଠନ ଗଠନ କରିବା , ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାରରେ, ନିର୍ଯ୍ୟାତନା, ଶୋଷଣ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ସାମାଜିକ ନ୍ୟାୟ ବିଚାରକୁ ବିନା ପକ୍ଷପାତିତା, ବିନା ମାଦକ ଦ୍ରବ୍ୟ ସେବନରେ, ବିନା ଶୁଳ୍କ ରେ ନ୍ୟାୟ ବିଚାର ପ୍ରଦାନ ପାଇଁ ସପଥ ପାଠ କରିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସଭାସମାପନ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ