Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କୋଟସମଲେଇ ହାଇସ୍କୁଲ ର ରେଡକ୍ରସ ଓ ସ୍କାଉଟ୍ ତରଫରୁ ସେବା ଶିବିର ଆୟୋଜିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଏ ସ୍ଥିତ ପାତାଳୀ ଶ୍ରୀକ୍ଷେତ୍ର ରେ ଶ୍ରୀ ଜଗନ୍ନାଥ ଏକଡେ଼ମୀ ହାଇସ୍କୁଲ ର ରେଡକ୍ରସ ଓ ସ୍କାଉଟ ତରଫରୁ ସେବା ଶିବିର ଆୟୋଜିତ ହୋଇଯାଇଛି । ଶିବିରରେ ମୁଖ୍ୟ ଅତିଥି ଭାବେ ନବ ନିର୍ମାଣ କୃଷକ ସଙ୍ଗଠନ ର ମହିଳା ରାଜ୍ୟ ଉପସଭାପତି ସୋନାଲି ବିଶି ଯୋଗଦେଇ ସେବା ହିଁ ଜୀବନ ର ଧେୟ ହେବା ଉଚିତ ବୋଲି ମତ ବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ପ୍ରମୋଦ ପଣ୍ଡା ଯୋଗ ଦେଇ ସେବା ରେ ରେଡକ୍ରସ ର ଭୂମିକା ଅତୁଳନୀୟ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ସମାଜସେବୀ ଉତ୍ତର ପାତ୍ର ଓ ପାତାଳୀ ଶ୍ରୀ କ୍ଷେତ୍ର ଟ୍ରଷ୍ଟ ର ସଦସ୍ୟ ପୂର୍ଣଚନ୍ଦ୍ର ପାଢ଼ୀ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ବରିଷ୍ଠ ଶିକ୍ଷକ ଅନିରୁଦ୍ଧ ପାଢ଼ୀ ମଞ୍ଚ ପରିଚାଳନା କରିଥିବାବେଳେ ମଣ୍ଡଳ ବିଜ୍ଞାନ ସମ୍ପାଦକ ସୁଧିର କୁମାର ହୋତା ସେବା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଆୟୋଜିତ ଜଳଦାନ ଓ ସଚେତନତା ରାଲି ଓ ସେବା କାର୍ଯ୍ୟକ୍ରମ କୁ ପ୍ରଧାନ ଶିକ୍ଷୟିତ୍ରୀ ଶୋଭାଶିନୀ ମିଶ୍ର ଖେଳ ଶିକ୍ଷକ ସାନ ଡାଙ୍ଗ ଓ ଗଣିତ ଶିକ୍ଷକ ହୃଷୀକେଶ ପଧାନ ପରିଚାଳନା କରିଥିଲେ ।ଶେଷରେ ଓଡ଼ିଆ ଭାଷା ସାହିତ୍ୟ ର ଶିକ୍ଷକ ଶଙ୍ଖସିନ୍ଧୁ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ ।