Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସମ୍ୱଲପୁର ମହୋତ୍ସବରେ ସମ୍ବଲପୁରୀ କବିତା ପାଠୋତ୍ସବ

ସମ୍ବଲପୁର:ସମ୍ବଲପୁର ସାଂସ୍କୃତିକ ପରିଷଦ ଦ୍ଵାରା ଆୟୋଜିତ ସମ୍ବଲପୁର ମହୋତ୍ସବ ଅବସରରେ ସ୍ଥାନୀୟ ପି ଏଚ୍ ଡି ପଡିଆ ଠାରେ ଏକ ଭବ୍ୟ କବିତା ପାଠୋତ୍ସବ ଓ କବି ସମ୍ମିଳନୀ ଅନଷ୍ଠିତ ହୋଇଥିଲା। କମିଟି ଆବାହକ ଅଧ୍ୟାପକ ତୁଷାର ରଞ୍ଜନ ବାରିକ ଏବଂ କବି ଡ଼ଃ ନିତ୍ୟାନନ୍ଦ ଖମାରୀଙ୍କ ସଂଯୋଜନାରେ ଆୟୋଜିତ ଏହି ସମ୍ମିଳନୀରେ ବିଶିଷ୍ଟ କବି ସୁଶୀଲ କୁମାର ପାଣିଗ୍ରାହୀ ଏବଂ ବର୍ଷୀୟାନ୍ ସାହିତ୍ୟିକ ଅନନ୍ତରାମ ସାହୁ ଯଥାକ୍ରମେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଯୋଗଦାନ୍ କରିଥିଲେ । ଅନୁଷ୍ଠାନ ତରଫରୁ ସାଧକଶ୍ରୀ ସଦାନନ୍ଦ ପଣ୍ଡା , ମାନସ କୁମାର ଷଡଙ୍ଗୀ, ଗୋପୀନାଥ ଷଡଙ୍ଗୀ ମଞ୍ଚାସୀନ ଥିଲେ । ସମ୍ବଲପୁର ସମେତ ବରଗଡ , ଝାରସୁଗୁଡ଼ା, ବଲାଙ୍ଗିର, ସୋନପୁର ଅଞ୍ଚଳରୁ ଶତାଧିକ କବି ଲେଖକ ଯୋଗଦାନ୍ କରି ଉତ୍ସଵ କୁ ସାଫଲ୍ୟ ମଣ୍ଡିତ କରିଥିଲେ । ଏହାର ସଫଳ ପରିଚାଳନାରେ ଅନୁଷ୍ଠାନ ର ଜୟଶ୍ରୀ ପୁରୋହିତ , ଆୟୁଷ ବଢେଇ , ଯତୀନ୍ଦ୍ର ନାଏକ , ଅନିଶ ଷଡଙ୍ଗୀ , ଚିରଞ୍ଜିବୀ ପ୍ରଧାନ ଓ ତନ୍ମୟ ବାରିକ ବିଶେଷ ଭାବେ ସହଯୋଗ କରିଥିଲେ ।ଶେଷରେ ସମ୍ବଲପୁର ମହୋତ୍ସବ ର ସଂଯୋଜକ ଡଃ ସପନ୍ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।କବିଙ୍କର କବିତାମାନଙ୍କରେ ପଶ୍ଚିମାଂଚଳର ସଂସ୍କୃତି ଓ ଅସ୍ମୀତା ସ୍ପଷ୍ଟ ବାରି ହେଉଥିଲା। କେତେକ କବିତା ଜୀବନାଭୂତିକୁ ବ୍ୟକ୍ତ କରୁଥିବା ବେଳେ ଅଉ କେତେକ କବିତାର୍‌ ସ୍ବର୍‌ ଥିଲା ବିପ୍ଳବାତ୍ମକ। ସମ୍ବଲ୍‌ପୁରୀ ଭାଷାର ସରକାରୀ ଓ ସାମ୍ବିଧାନିକ ସ୍ବୀକୃତିକୁ ନେଇ ମଧ୍ୟ କେତେକ କବିତାରେ ତୀବ୍ର ସ୍ବର ପ୍ରତିଧ୍ବନିତ ହୋଇଥିଲା।