ସମୁଦ୍ର‌ରୁ ମାଛ ଧରିବା ଉପରେ ଲାଗିଲା କଟକଣା; ନିୟମ ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ


ଭୁବନେଶ୍ବର: ଏବେ ସମୁଦ୍ରରୁ ଧରିପାରିବେନି ମାଛ। ସମୁଦ୍ର‌ରୁ ମାଛ ଧରିବା ଉପରେ ଲାଗିଲା କଟକଣା। ପ୍ରଜନନ ସମୟରେ ସମୁଦ୍ରରେ ମାଛ ଧରିବା ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର। ଏହି କଟକଣା ସ୍ବଳ୍ପ ଅବଧି ପାଇଁ ଜାରି କରାଯାଇଛି। ରାଜ୍ୟ କୃଷିଭବନଠାରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ସୂଚନା ଅନୁସାରେ, ଅପ୍ରେଲ ୧୫ରୁ ଜୁନ୍ ୧୪ ଯାଏ ୬୧ ଦିନ ଯାଏଁ ସମୁଦ୍ରରେ ମାଛ ଧରିବା ଉପରେ କଟକଣା ଲାଗୁ ହୋଇଥିବା ଜଣାପଡ଼ିଛି । ଯଦି କେହି ଏହି ନିୟମକୁ ଉଲ୍ଲଂଘନ କରେ ତାହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ନେଇ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗ ପକ୍ଷକୁ ସତର୍କ କରାଯାଇଛି।