Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତରବରିଆ ଭାବେ ବୀରସା ମଇଦାନ ସଭା:ଆଜି ଲକ୍ଷ୍ମୀ ବସର ଲୋକାର୍ପିତ ଉତ୍ସବ

ସମ୍ବଲପୁର:ସ୍ଥାନୀୟ ବୀର୍‌ସା ମଏଦାନ୍‌,ପିଏଚ୍‌ଡ଼ି ପଡ଼ିଆ ଠାରେ ଚାଲିଥିବା ସମ୍ବଲ୍‌ପୁର ମହୋତ୍ସବ ଗତ ୧୪ ତାରିଖ ଦିନ ସମାପିତ ହୋଇଯାଇଛି। ସେହି ପଡ଼ିଆରେ ୧୯ ଫେବୃଆରୀ ଦିନ ସମ୍ବଲ୍‌ପୁର୍‌ ଜିଲ୍ଲା ପାଇଁ ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ବସ୍‌ ଯୋଜନାର ଶୁଭାରମ୍ଭ ମାନ୍ୟବର ମୂଖ୍ୟମନ୍ତ୍ରୀ କରିବାର କାର୍ଯ୍ୟକ୍ରମ ରହିଛି। ଅଳ୍ପ ଦିନର ନୋଟିସ୍‌ରେ ଏହି ପଡ଼ିଆକୁ ଖାଲି କରିବାକୁ ପଡ଼ୁଥିବାରୁ ପଡ଼ିଆରେ ଲାଗିଥିବା ପ୍ରାୟ ୨୫୦ ଟି ଷ୍ଟଲ୍‌ ଓ ଅନ୍ୟାନ୍ୟ ଟେଣ୍ଟକୁ ଯୁଦ୍ଧକାଳୀନ ଭିତ୍ତିରେ ଖୋଲିବାକୁ ପଡ଼ିଥିଲା। ଟେଣ୍ଟ କର୍ମଚାରୀଙ୍କ ସହ ଆୟୋଜକ କମିଟୀର ସଦସ୍ୟମାନେ ମଧ୍ୟ ଦିନରାତି ପରିଶ୍ରମ କରି ଏହି କାମକୁ ତତ୍ପରତାର ସହ କରିଥିଲେ। ଏତେ କମ୍‌ ସମୟ ମଧ୍ୟରେ ଏତେ ଗୁଡ଼ାଏ ଷ୍ଟଲ୍‌ ଓ ଟେଣ୍ଟ୍‌କୁ ଅପସାରିତ କରିବା କାର୍ଯ୍ୟ ଦୁରୂହ ଥିଲା।
ଏହାଛଡ଼ା କର୍ମକର୍ତ୍ତାମାନେ ବୀର୍‌ସା ମଏଦାନ୍‌,ପିଏଚ୍‌ଡ଼ି ପଡ଼ିଆକୁ ନିଜେ ଅଣ୍ଟା ଭିଡ଼ି ସଫା ମଧ୍ୟ କରି ଏକ ସକରାତ୍ମକ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି। ସମ୍ବଲପୁର ସାଂସ୍କୃତିକ ପରିଷଦ ତରଫରୁ ଭକ୍ତପ୍ରସାଦ ନନ୍ଦ,ମିତାରାଣୀ ତ୍ରିପାଠୀ,ପାର୍ବତୀ ସେଠ,ଭାରତୀ ପଣ୍ଡା,ସପନ ମିଶ୍ର,ସଦାନନ୍ଦ ପଣ୍ଡା,ଭାସ୍କର ଭଟ୍ଟାଚାର୍ଯ୍ୟ,ସ୍ବୟଂଜିତ ପଟ୍ଟନାୟକ,ସୁମନ୍ତ ଆଚାର୍ଯ୍ୟ,ମାନସ ବକ୍ସି ପ୍ରମୂଖ ପୂରା ପଡ଼ିଆର ସଫେଇ କାର୍ଯ୍ୟ କରିଥିଲେ।ଅନ୍ୟପକ୍ଷରେ ଲକ୍ଷ୍ମୀ ବସ ଉଦଘାଟନ ପାଇଁ ଆଜି ଏହି ସ୍ଥାନରେ ଆୟୋଜନ ଚାଲିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ