Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଲାହାଣ୍ଡି ଜିଲ୍ଲା ଅନସୂଚିତ ଜାତି ଜନଜାତି ଉନ୍ନୟନ ବିଭାଗର ଜିଲ୍ଲା ସ୍ତରୀୟ ସାଧାରଣ ବୈଠକ,ନୂତନ କର୍ମକାର୍ତ୍ତା

ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ର ଜିଲ୍ଲା ସ୍ତରୀୟ ସାଧାରଣ ବୈଠକ ଶଗଡା ନିକଟସ୍ଥ ଖମ୍ବେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଅତ୍ୟନ୍ତ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ଅନୁଷ୍ଠିତ ହୋଇଥିଲା l ଏଥିରେ କଳାହାଣ୍ଡି ଜିଲ୍ଲାର ସମସ୍ତ ବିଦ୍ୟାଳୟରୁ ପ୍ରାୟ ୨୨୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦାନ କରିଥିଲେ ।
ଉକ୍ତ ବୈଠକରେ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା ।ସଭାପତି ଭାବେ ମଧୁପୁର ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବେଦବ୍ୟାସ ପ୍ରଧାନ,ସାଧାରଣ ସମ୍ପାଦକ ଭାବରେ କାଉଗୁଡା ଉଚ୍ଚ ବିଦ୍ୟାଳୟର ଏନ.ସି.ସି ଶିକ୍ଷକ ସନ୍ଦୀପ ମିଶ୍ର କୋଷାଧ୍ୟକ୍ଷ ଭାବରେ ମଧୁପୁର ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗିରିଧାରୀ ବାରିକ , ଉପସଭାପତି ଭାବରେ ଲମ୍ବୋଦର ସାହୁ, ଶିକ୍ଷକ କାଉଗୁଡ଼ା ଓ ପ୍ରମୋଦ ଛତ୍ରିଆ,ଶିକ୍ଷକ ଗୁଣପୁର ଯୁଗ୍ମ ସମ୍ପାଦକ ଭାବରେ ଆଲୋକ ସାହୁ ଓ ସନ୍ତୋଷ ପାତ୍ର,ମହିଳା ସମ୍ପାଦିକା ଶ୍ରୀମତୀ ନିଲେନ୍ଦ୍ରି ଶବର, ସାଂଗଠନିକ ସମ୍ପାଦକ ଶାନ୍ତନୁ ଶଗଡ଼ିଆ,ଗଣମାଧ୍ୟମ ସଂଯୋଜକ ବିଜୟ ନାଏକ, ଅଡିଟର ଭାବରେ ହରିବଂଶ ବାଗ ଓ କୃଷ୍ଣପ୍ରସାଦ ନାୟକ, ଏଥି ସହିତ ବିଭିନ୍ନ ବ୍ଲକ ପ୍ରତିନିଧି ଭାବରେ ଅମୂଲ୍ୟ ନାୟକ କୋକସରା, ସନ୍ତୋଷ ମେହେର ଓ ଶ୍ରୀମତୀ ଲୋପାମୁଦ୍ରା ମହାନ୍ତି ଜୁନାଗଡ,ଶ୍ରୀମତୀ ବେଦମତି ରଣା ଓ ଲଲିତ ମୋହନ ମାଝୀ , ମ,ରାମପୁର ଶ୍ରୀମତୀ ମମତା ମାଝୀ ଓ ଜୟଲାଲ ଭୋଇ ଲାଞ୍ଜିଗଡ଼,ଶ୍ରୀମତୀ ପୁଷ୍ପମଞ୍ଜରି ଦଳପତି ଗୋଲାମୁଣ୍ଡା,ଶ୍ରୀ ଉପେନ୍ଦ୍ର କୁମାର ସା କେସିଙ୍ଗା,ଶ୍ରୀମତୀ ରୋଷନି ମୁଣ୍ଡ ଓ ଭୋଜରାଜ ପୁଞ୍ଜି ଜୟପାଟଣା, ହିମାଂଶୁ ଶେଖର ମାଝୀ ଧର୍ମଗଡ,ଶ୍ରୀ ଚାଞ୍ଚଲ୍ୟ ବାଗ ଥୁ,ରାମପୁର, ଓ ସୁଷମ କୁମାର ଦଳେଇ କଲମପୁର ଏଥି ସହିତ ସଂଘର ଉପଦେଷ୍ଟା ଭାବରେ ବରିଷ୍ଠ ସଦସ୍ୟ ଉମାଶଙ୍କର ପଣ୍ଡା,ହୃଷିକେଶ ମେହେର,ରଞ୍ଜନ କୁମାର ପଣ୍ଡା,ସୂର୍ଯ୍ୟ ନାରାୟଣ ପଣ୍ଡା,ଶ୍ରୀମତୀ ବୀଣାପାଣି ସାମନ୍ତ,ଶ୍ରୀମତୀ ଅସୀମା ଦୋରା ,ଦୀପକ ରଞ୍ଜନ ପଣ୍ଡା ଓ ବିଜୟ ବାଗ ଙ୍କୁ ମନୋନୀତ କରା ଯାଇଥିଲା ।
ଉକ୍ତ ନିର୍ବାଚନ ପ୍ରକ୍ରିୟାକୁ ସୁଚାରୁ ରୂପେ ସମ୍ପାଦିତ କରିଥିଲେ ନବରଙ୍ଗପୁର ଜିଲ୍ଲା ଶିକ୍ଷା ନିରୀକ୍ଷକ କୈଳାସ ମହାରଣା ଓ ବିଭାଗର ତିନିଜଣ ଅବସର ପ୍ରାପ୍ତ ଶିକ୍ଷକ ବିନୋଦବିହାରୀ ମହାରଣା,ବାଙ୍କାବିହାରୀ ଖମାରି, ସୀତାକାନ୍ତ ପ୍ରଧାନ ।ପରବର୍ତ୍ତୀ ପର୍ଯ୍ୟାୟରେ କମିଟିର ସମସ୍ତ ନବ ନିର୍ବାଚିତ ସଦସ୍ୟଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ଓ ଆଗାମୀ ଦିନରେ ସଂଘ ସୁଦୃଢ କିପରି ହେବ ସେ ବିଷୟରେ ଆଲୋଚନା କରାଯାଇଥିଲା। ରାଜ୍ୟ ସଂଘର ଜିଲ୍ଲା ପ୍ରତିନିଧି ତଥା ମୁଖପାତ୍ର ସଂଜୀବ କୁମାର ପଣ୍ଡା ମଞ୍ଚ ପରିଚାଳନା କରିବା ସହିତ ଧନ୍ୟବାଦ ଜ୍ଞାପନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ