ବାଲିଗୁଡା ,(ସଞ୍ଜୟ କୁମାର ପାଣିଗ୍ରାହୀ): ଓଡିଶା ସରକାର ଙ୍କ ଜଙ୍ଗଲ ,ପରିବେଶ ଓ ଜଳବାୟୁ ବିଭାଗ ପକ୍ଷରୁ ଫୁଲବାଣୀ କେନ୍ଦୁପତ୍ର ବନଖଣ୍ଡ ଆନୁକୂଲ୍ୟରେ ବାଲିଗୁଡା କେନ୍ଦୁପତ୍ର ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ଦିନିକିଆ କେନ୍ଦୁପତ୍ର ଦକ୍ଷତା ବିକାଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ରେ ବାଲିଗୁଡା ,ଲଣ୍ଡାଗାଁ, ଖମନଖୋଲ ଓ ଜୁନାଗାଁ ସେକସନ ର ଶହେ ରୁ ଉର୍ଦ୍ଧ କର୍ମଚାରୀ ଯୋଗ ଦେଇ କେନ୍ଦୁପତ୍ର ସଂଗ୍ରହ ,ସୁଖା ,ରଚେଇ ,ବନ୍ଧେଇ ଉପରେ ତାଲିମ ନେଇଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ବର୍ଷ ପତ୍ର କେରି ୧.୪୦ ପଇସା ରୁ ୧.୬୦ ପଇସା ବୃଦ୍ଧି କରିଛନ୍ତି ,ତୋଳାଳି ମାନଙ୍କୁ ୫୦ ପ୍ରତିଶତ ବୋନସ ଓ ବନ୍ଧାଳି ଓ ସାମୁହିକ କର୍ମଚାରୀ ମାନଙ୍କୁ ୧୦ ପ୍ରତିଶତ ବୋନସ ପ୍ରଦାନ କରିଛନ୍ତି l ଏଣୁ ଚଳିତ ବର୍ଷ କିଭଳି ଅଧିକ କେନ୍ଦୁ ପତ୍ର ସଂଗ୍ରହ ହୋଇପାରିବ ସେ ସମ୍ପର୍କ ରେ ଦକ୍ଷତା ବିକାଶ ଶିବିରରେ ତାଲିମ ପ୍ରଦାନ କରିଥିଲେ l ରେଞ୍ଜର ଦାୟିତ୍ଵ ରେ ରହିଥିବା ଫରେଷ୍ଟର ସୁଜିତ କୁମାର ସାମଲ ଙ୍କ ସହ ଜୁନାଗାଁ ଫରେଷ୍ଟର ପ୍ରମିଳା ସାହୁ ,ଖମନଖୋଲ ଫରେଷ୍ଟର ରଶ୍ମୀ ରଞ୍ଜନ ଘଡାଇ ଓ ହେଡ ଚେକର କଳାକାର ବେହେରା ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।