ବେଲଗୁଣ୍ଠାରେ 5t ଅଧକ୍ଷ ପାଣ୍ଡିଆନ ଙ୍କୁ ଟମାଟୋ ମାଡ, ଓଡ଼ିଶାର ବିକାଶକୁ କେହି ଅଟକାଇ ପାରିବେନି ପାଣ୍ଡିଆନ,


ବେଲଗୁଣ୍ଠା-୨୨/୨-ସୋରଡା ନିର୍ବାଚନ ମଣ୍ଡଳୀ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ଠାରେ ୫ ଟି ତଥା ଆମ ଓଡିଶା-ନବୀନ ଓଡିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ଙ୍କୁ ଭବ୍ୟ ସ୍ଵାଗତ କରାଯାଇଛି । ବେଲଗୁଣ୍ଠା ଗସ୍ତରେ ଆସି ଶ୍ରୀ ପାଣ୍ଡିଆନ୍ ନବୀନଙ୍କ ନୂତନ ଓଡିଶାର ବିକାଶ ବାର୍ତ୍ତା ପ୍ରଦାନ କରିଛନ୍ତି । ବେଲଗୁଣ୍ଠା ବିଜେଡି ସଭାପତି ତଥା ସାଂସଦ ପ୍ରତିନିଧି ରବୀନ୍ଦ୍ରନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ସମାବେଶରେ ବିଜୁ ଜନତା ଦଳ ରାଜ୍ୟ ମୁଖପାତ୍ର ଓମ୍ ପ୍ରକାଶ ସାହୁ, ସୋରଡ଼ା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ, ଗଞ୍ଜାମ ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଆସ୍କା ସାଂସଦ ପ୍ରମିଳା ବିଷୋୟୀ, ଆସ୍କା ବିଧାୟିକା ମଞ୍ଜୁଳା ସ୍ୱାଇଁ ,ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀ, ଉପାଧ୍ୟକ୍ଷା ଟି.ବବିତା କୁମାରୀ, ସୋରଡ଼ା ନଗରପାଳ ଶିବରାମ ପଣ୍ଡା, ବେଲଗୁଣ୍ଠା ବ୍ଳକ ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ ପ୍ରମୁଖ ପୁର୍ବରୁ ମଞ୍ଚାସୀନ ରହି ନିଜର ବକ୍ତବ୍ୟ ରଖିଥିଲେ ।ଠିକ୍ ୧୧.୧୫ ମି ସମୟରେ ୫ଟି ଅଧ୍ୟକ୍ଷ
ଭି.କେ ପାଣ୍ଡିଆନ୍ ବେଲଗୁଣ୍ଠା ବସ୍ ଷ୍ଟାଣ୍ଡ ପଡିଆରେ ଓହ୍ଲାଇ ନବନିର୍ମିତ ଇନଣ୍ଡୋର୍ ଷ୍ଟାଡିୟମ ପରିଦର୍ଶନରେ ଯାଇଥିଲେ ।ସେଠାରୁ ସମାବେଶ ସ୍ଥଳରେ ପହଞ୍ଚିବା ବେଳେ ଜଣେ ଯୁବକ ହାତରେ କଂଗ୍ରେସ ପତାକା ଦେଖାଇବା ସହିତ ଗୋଟିଏ ଟମାଟକୁ ଦଳି ଶ୍ରୀ ପାଣ୍ଡିଆନ୍ ଙ୍କ ଉପରକୁ ଫିଙ୍ଗି ଥିଲା ।ସଙ୍ଗେ ସଙ୍ଗେ ଉପସ୍ଥିତ ପୋଲିସ କର୍ମୀ ଓ ବିଜେଡି କର୍ମୀମାନେ ତାକୁ କାବୁ କରି ଉତ୍ତମ ମଧ୍ୟମ କରିଥିଲେ ।ପରେ ତାକୁ ପୋଲିସ ଉଦ୍ଧାର କରି ବେଲଗୁଣ୍ଠା ଥାନାରେ ଅଟକ ରଖିଛି ।ଏହା ସତ୍ତ୍ୱେ ଶ୍ରୀ ପାଣ୍ଡିଆନ୍ ପ୍ରାୟ ୧୧୦୦୦ରୁ ଉର୍ଦ୍ଧ୍ଵ ଉପସ୍ଥିତ ମହିଳା ଓ ଜନସାଧାରଣଙ୍କ ସହିତ ହାତ ମିଶାଇ ଅଭିବାଦନ ଗ୍ରହଣ କରିବା ସହିତ ନିଜେ ଯୁବ ବର୍ଗଙ୍କ ମୋବାଇଲ ନେଇ ସେଲ୍ଫି ଦେଇଥିଲେ ।ବେଲଗୁଣ୍ଠା ଏନ.ଏ.ସି ର ସମସ୍ତ କାଉନସିଲ ଉପସ୍ଥିତ ଥିଲା ବେଳେ ଏକ ବିରାଟ ଫୁଲମାଳ ଓ ପିତଳ ମାଛ ଦ୍ୱାରା ଶ୍ରୀ ପାଣ୍ଡିଆନ୍ ଙ୍କୁ ସ୍ୱାଗତ କରିଥିଲେ ।ପାଣ୍ଡିଆନ୍ ଙ୍କ ଗତ ସୋରଡ଼ା ଗସ୍ତ ସମୟରେ ମିଳିଥିବା ୪୦୦ରୁ ଉର୍ଦ୍ଧ୍ଵ ଅଭିଯୋଗରୁ ୪୦୦ ଅଭିଯୋଗ ସମାଧାନ ହୋଇଥିବା ଏବଂ ଆଜି ମିଳିଥିବା ୩୨୦ ଅଭିଯୋଗରୁ ପାଞ୍ଚ ଦିନ ମଧ୍ୟରେ ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।ନିର୍ବାଚନ ପାଇଁ ରାସନ କାର୍ଡ ଆବେଦନ କରିଥିଲେ ମଧ୍ୟ ବର୍ତ୍ତମାନ ତାହା ସମ୍ଭବ ନଥିବାରୁ ନିର୍ବାଚନ ପରେ ସମସ୍ତ ଆବେଦନକାରୀ ଙ୍କୁ ରାସନ କାର୍ଡ ମିଳିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ମନ୍ଦିର, ମସଜିଦ ଓ ଚର୍ଚ୍ଚର ଉନ୍ନତି କରଣ,ତଥା କମ୍ୟୁନିଟି ହଲ୍ ପାଇଁ ଆଗାମୀ ୨୭ ତାରିଖ ସୁଦ୍ଧା ଖୁସି ଖବର ପାଇବେ ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ ଓଡ଼ିଶା ବାସୀଙ୍କୁ ନିଜ ପରିବାର ବୋଲି ଭାବୁଛନ୍ତି ତେଣୁ ସେ ସବୁ ବର୍ଗର ଲୋକମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଥିବା ସହିତ ବିଭିନ୍ନ ଭତ୍ତାକୁ ୫୦୦ ଟଙ୍କାରୁ ହଜାର କରିବା ଏବଂ ଯେଉଁ ମାନେ ଭତ୍ତା ପାଇଁ ଆବେଦନ କରିଛନ୍ତି ତାଙ୍କୁ ତୁରନ୍ତ ଭତ୍ତା ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ।
ମମତା ଯୋଜନାରେ ଗର୍ଭବତୀ ମାଁ ମାନଙ୍କ ପାଇଁ ୫ ହଜାର ଟଙ୍କା ଥିବା ବେଳେ ଏବେ ତାହା ୧୦ ହଜାର କରାଯାଇଛି । ଲକ୍ଷ୍ମୀ ଯୋଜନା ବସ୍ ମାଧ୍ୟମରେ ପ୍ରତି ପଞ୍ଚାୟତରୁ ବ୍ଳକ ମୁଖ୍ୟାଳୟକୁ ଏବଂ ଛାତ୍ରଛାତ୍ରୀ ମାନେ କଲେଜ ଯିବା ପାଇଁ ମାତ୍ର ୫ ଟଙ୍କା ରଖାଯାଇଛି ବୋଲି ସେ ବକ୍ତବ୍ୟ ଦେଇଥିଲେ । କଳାକାର ଭତ୍ତା ୧୨୦୦ ଟଙ୍କା ଥିବା ବେଳେ ଏହା ଏବେ ୨୦୦୦ କରାଯାଇଛି ।ଯୁକ୍ତ ୩ ଛାତ୍ରଛାତ୍ରୀ ମାନଙ୍କୁ ନୁଆ-ଓ ଛାତ୍ରବୃତ୍ତି ଜରିଆରେ ପୁଅମାନେ ୯୦୦୦ ଓ ଝିଅ ମାନେ ୧୦୦୦୦ ଆଗାମୀ ୭ ଦିନ ମଧ୍ୟରେ ବ୍ୟାଙ୍କଖାତାକୁ ଯିବ ବୋଲି କହିଥିଲେ ।ବିନା ସୁଧରେ ଚାଷୀ,ଓ ଯୁବକଙ୍କୁ ୧ ଲକ୍ଷ ଟଙ୍କା ଋଣ ଯୋଗାଇ ଦେଉଥିବା ସେ ପ୍ରକାଶ କରିଥିଲେ ।ସ୍ୱତନ୍ତ୍ର ଭାବେ ବେଲଗୁଣ୍ଠା ପିତ୍ତଳ ମାଛକୁ ଗୁରୁତ୍ଵ ଦେଇ କାରିଗର ମାନଙ୍କ ଉନ୍ନତ ପାଇଁ ଚେଷ୍ଟା କରାଯିବ ବୋଲି କହିଥିଲେ । ବେଲଗୁଣ୍ଠାର ପିତ୍ତଳ ମାଛ ତାଙ୍କର ଶ୍ରେଷ୍ଠ ଉପହାର ବୋଲି ସେ ବକ୍ତବ୍ୟ କରିଥିଲେ ।ଏହାକୁ ବିଶ୍ୱ ଦରବାରରେ ପରିଚିତ କରାଇବା ପାଇଁ ସେ ପ୍ରତିଶ୍ରୁତି ଦେଇଥିଲେ ।
ପରିଶେଷରେ ସେ ଓଡ଼ିଶା ବାସୀଙ୍କ ସେବା ପାଇଁ, ଆପଣ ଟମାଟୋ ପକାନ୍ତୁ,ଅଣ୍ଡା ପକାନ୍ତୁ,ଜୋତା ମାରନ୍ତୁ କ ଗୁଳି ମାରନ୍ତୁ ମୁଁ ଲୋକଙ୍କ ନିକଟକୁ ଯିବି ବୋଲି ସେ ପ୍ରକାଶ କରିଥିଲେ ।
ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଏକ ନୂତନ ଓଡିଶା ଗଠନ କରିବାର ସ୍ୱପ୍ନକୁ ସମସ୍ତ ଓଡ଼ିଶା ବାସୀ ସହଯୋଗ କରିବା ପାଇଁ ଆହ୍ୱାନ ଦେଇଥିଲେ । ସମ୍ପୁର୍ଣ୍ଣ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଦକ୍ଷିଣାଞ୍ଚଳ ଆଇ.ଜି ଜୟ ନାରାୟଣ ପଙ୍କଜ,ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା, ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ,ନୋଡାଲ ଅଫିସର ଆସ୍କା ଚିନି କାରଖାନା ପରିଚାଳନା ନିର୍ଦ୍ଦେଶକ ଗାୟତ୍ରୀ ଦତ୍ତ ନାୟକ,ବେଲଗୁଣ୍ଠା ବିଡିଓ ଭାରତୀ ଦେବୀ,ତହସିଲଦାର କଳାକୃଷ୍ଣ ପ୍ରଧାନଙ୍କ ସମେତ ଜଗନ୍ନାଥ ପ୍ରସାଦ, ବୁଗୁଡ଼ା ଓ ଭଞ୍ଜନଗରର ତହସିଲଦାର ଓ ବିଡ଼ିଓ ଉପସ୍ଥିତ ଥିବା ବେଳେ ୩ ଜଣ ଅତିରିକ୍ତ ଏସ୍.ପି ,୨ ଜଣ ଡି.ଏସ୍.ପି,୧୭ ଇନ୍ସପେକ୍ଟର,୩ ସେକ୍ସନ ପୋଲିସ ଫୋର୍ସ ମୂତୟନ ଥିଲେ । ଶ୍ରୀ ପାଣ୍ଡିଆନ ଙ୍କୁ ଟମାଟୋ ମାଡ ଘଟଣାକୁ 48 ନମ୍ବର ଯୋନ ବିଜେଡି ଜିଲ୍ଲା ପରିଷଦ ପ୍ରାଥି ତଥା ମା ବୁଢ଼ାକେନ୍ଦୁ ଯୁବକ ସଙ୍ଘ ସଭାପତି ପଞ୍ଚାନନ ନାୟକ ନିନ୍ଦା କରିବା ସହ ରାଜ୍ୟ ସରକାରଙ୍କ ବହୁମୁଖୀ ବିକାଶ ଯୋଜନାକୁ ବିରୋଧୀ ମାନେ ସହି ପାରୁନାହାନ୍ତି । ଶ୍ରୀ ପାଣ୍ଡିଆନ ବିଭିନ୍ନ ଜିଲ୍ଲା ଗସ୍ତକରି ଲୋକଙ୍କ ଠାରୁ ପାଉଥିବା ଅଭିଯୋଗ କୁ ଗୁରନ୍ତ ସମାଧାନ କରି ଓଡିଶା ବାସୀଙ୍କ ହୃଦୟରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ପାଣ୍ଡିଆନ ସାରଙ୍କୁ ଯିଏ ଯେତେ ବିରୋଧ କଲେବି ଓଡ଼ିଶାର ବିକାଶ କୁ କେହି ଅଟକେଇପାରିବେନି ବୋଲି ପଞ୍ଚାନନ କହିଛନ୍ତି ।