Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡିମ୍ବୁଲି ପାହାଡ ଦେଶରେ ଡିମ୍ବୁଲି ମହୋତ୍ସବ

ବେଲଘର: ନିକଟସ୍ଥ ତରଗାବାଲି ଗ୍ରାମରେ ଡିମ୍ବୁଲି ପାହାଡର ପାଦ ଦେଶରେ କୁଇ ସମ୍ପ୍ରଦାୟର ଲୋକମାନେ ରାଜ୍ଯର ବହୁତ ଦୂର ଦୂରାନ୍ତରୁ ଆସି ପ୍ରଥମ ଥର ବହୁ ଆଡମ୍ବର ସହକାରେ ଫେବ୍ରୁଆରି ୨୦ ଓ ୨୧ଦୁଇ ଦିନିଆ ଡିମ୍ବୁଲି ମହୋତ୍ସବ ପାଳନ କରାଯାଇଥିଲା I ଆଦି କାଳରୁ କୁଇ ଜାତିର ଲୋକମାନେ ସେହି ପାହାଡା କୁ ପୂଜା କରି ଆସୁଛନ୍ତି I ମୁଖ୍ୟ ଅତିଥି ଏସଡିସି ଅଧ୍ୟକ୍ଷ ଶ୍ରୀଯୁକ୍ତ ରୋଦନ ମଲିକ, ଡିମ୍ବୁଲି ମହୋତ୍ସବର କମିଟିର ଉପଦେଷ୍ଟା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ କରେନ୍ଦ୍ର ମାଝୀ, ମହୋତ୍ସବ ର ପ୍ରତିଷ୍ଠାତା ଟ୍ରାଇଫେଡ୍ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ପବିତ୍ର କୁମାର କହଁର, ସଭାପତି ଗୌର ଚନ୍ଦ୍ର ମାଝୀ, ଉପ ସଭାପତି ଦୟାନିଧି ମାଝୀ, ସମ୍ପାଦକ ରାମଚନ୍ଦ୍ର ମାଝୀ, ତୁମୁଡ଼ିବନ୍ଧ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ମାଝୀ, ବେଲଘର ସରପଞ୍ଚ ଗୋବିନ୍ଦ ମାଝୀ, ଗୁମା ସରପଞ୍ଚ ସଞ୍ଜୁ ମଲିକ,ସମିତିସଭ୍ଯ ଭାଗ୍ୟଲକ୍ଷ୍ମୀ ପ୍ରଧାନ, ବିଲାମାଳ ସରପଞ୍ଚ ବବି ମାଝୀ, ମନୋଜ ମାଝୀ, ପୃଥିବାସ ମାଝୀ, ଯୋଗେଶ୍ୱର ମାଝୀ, ଭାବିନ୍ଦ୍ର କହଁର, ସଙ୍କର କହଁର, ଆଶୋକ କହଁର, ପ୍ରମୁଖ ଉପସ୍ଥିତ ଥିଲେ I ୧୭୦ ଗୋଟି କ୍ଲାମ୍ବୁ ର ମୁଖିଆ ମାନଙ୍କୁ ସ୍ଵାଗତ କରାଯିବା ସହିତ ୧୦,୦୦୦ ରୁ ଅଧିକ ସଂଖ୍ୟକ ଲୋକ ଏକାଠି ଠୁଳ ହୋଇଥିଲେ I ପର୍ବତର ଉପରି ଭାଗରେ ୧୨ ଗୋଟି ବିହନ ର ସ୍ରୁଷ୍ଟି ସହିତ ୧୨ ଗୋଟି ବିରାଟ କାୟ ପଦର ଏବଂ ୩୦ ରୁ ଅଧିକ ଗୁମ୍ଫା ରହିଥିବାର ଅନୁମାନ କରାଯାଉଛି l ପାହାଡର ସୈାନ୍ଦର୍ଯ୍ୟ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବ ସରକାର ଏହାକୁ ଦୃଷ୍ଟି ଦେବା ସହିତ ଏହାକୁ ପର୍ଯ୍ୟଟନ ସ୍ଥଳୀ ରୂପେ ପରିଣତ କଲେ ଅଞ୍ଚଳବାସୀ ଉନ୍ନତି ଦିଗରେ ଅଗ୍ରସର ହେବା ସଙ୍ଗେ ସଙ୍ଗେ ଜିଲ୍ଲା ର ମର୍ଯ୍ୟାଦା ବଢିବ I ଗମନାଗମନ ର କୌଣସି ସୁବିଧା ନଥିବାରୁ ଦେଖିବାକୁ ଯାଉଥିବା ଲୋକେ ବହୁତ କଷ୍ଟ ଅନୁଭବ କରୁଛନ୍ତି I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ