ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ


ଭୁବନେଶ୍ୱର: ଅର୍ଚ୍ଚନା ନାଗକୁ ମିଳିଲା ବେଲ୍‌ । ଆଜି ଅର୍ଚ୍ଚନାଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି ହାଇକୋର୍ଟ । ତେବେ ତଦନ୍ତରେ ସହଯୋଗ କରିବା ଏବଂ ବାହାରକୁ ନ ଯିବା ପାଇଁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଥାଉ କି,  ଅକ୍ଷୟ ପରିଜା ଅର୍ଚ୍ଚନାଙ୍କ ବିରୋଧରେ  ନୟାପଲ୍ଲୀ ଥାନାରେ  ବ୍ଲାକମେଲିଂ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ପୋଲିସ  ଅର୍ଚ୍ଚନା ନାଗଙ୍କୁ ଗିରଫ କରିଥିଲା । ସୂଚନା ଥାଉ କି ଅର୍ଚ୍ଚନାଙ୍କ ବିରୋଧରେ ୩ଟି ମାମଲା ରହିଛି । ସେଥରୁ ଗୋଟିଏରେ ଆଜି ତାଙ୍କୁ ଜାମିନ ମିଳିଛି ।