Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରର ଭତରା ଠାରେ ‘ଲାଭାର୍ଥୀ ସମ୍ପର୍କ ଅଭିଯାନର ଶୁଭାରମ୍ଭ

ସମ୍ବଲପୁର:ଆଜି ଘରେ ଘରେ ମୋଦୀ ଗ୍ୟାରେଣ୍ଟିର ନାରା ଶୁଭୁଛି । ସମସ୍ତଙ୍କ ସେବା ଓ କଲ୍ୟାଣ କରିବା ମୋଦୀ ଗ୍ୟାରେଣ୍ଟିର ସଂକଳ୍ପ ହୋଇଛି ବୋଲି ରବିବାର ସମ୍ବଲପୁରର ଭତରା ଠାରେ ‘ଲାଭାର୍ଥୀ ସମ୍ପର୍କ ଅଭିଯାନ’ରେ ସାମିଲ ହେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହି ଅଭିଯାନ ଅଧୀନରେ କେନ୍ଦ୍ରମନ୍ତ୍ରୀ ମୋଦୀ ସରକାରଙ୍କ କଲ୍ୟାଣକାରୀ ଯୋଜନାର ସ୍ଥାନୀୟ ଲାଭାର୍ଥୀମାନଙ୍କୁ ଭେଟିବା ଆଲୋଚନା କରିଥିଲେ । ଘର ଘର ବୁଲି ମୋଦିଙ୍କ ଷ୍ଟିକର ଲଗାଇବା ସହ ଲିଫଲେଟ୍ ବାଣ୍ଟିଥିଲେ । ସେ କହିଥିଲେ ଯେ ଆଜି ମୋଦୀଙ୍କ କାରଣରୁ ଦେଶରେ ଭବ୍ୟ ରାମ ମନ୍ଦିର ନିର୍ମାଣ ହୋଇଛି । ଦେଶ ପ୍ରଗତି ପଥରେ ଗତି କରୁଛି । ମୋଦୀ ସରକାର ଲୋକଙ୍କ ଜୀବନକୁ ସହଜ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଆବାସ ଯୋଜନାରେ ପ୍ରାୟ ୩୪ ଲକ୍ଷ ଘର ଓଡ଼ିଶା ପାଇଁ ଯୋଗାଇ ଦେଇଛନ୍ତି ।
ସେହିପରି ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, ଜଳ ଜୀବନ ମିଶନରେ ପ୍ରତି ଘରକୁ ପାଇପ ଯୋଗେ ବିଶୁଦ୍ଧ ପାଣି ପହଞ୍ଚାଯାଇଛି । ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ଚାଉଳ, ଉଜ୍ଜ୍ୱଳା ଯୋଜନାରେ ମାଗଣାରେ ରନ୍ଧନ ଗ୍ୟାସ ସହ କରୋନା ସମୟରେ ଟିକା ଉପଲବ୍ଧ କରାଇଛନ୍ତି ।ଏହି ଅବସରରେ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ମୋଦୀଙ୍କ କଲ୍ୟାଣକାରୀ ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବା ସହ ତାଙ୍କ ହାତମୁଠାକୁ ଟାଣ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ