Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଡ଼ରମାରେ ୨ଟ୍ରକ୍ ମୁହାଁ ମୁହିଁ ଧକ୍କା:ଷ୍ଟିୟରିଂରେ ଚାପି ହୋଇ ଦୁଇ ଡ୍ରାଇଭର ଗୁରୁତର

ସମ୍ବଲପୁର : ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ଅନ୍ତର୍ଗତ ବଡରମା ଗ୍ରାମ ଏନ୍ଏଚ୍ ୫୩ରେ ଆଜି ଅପରାହ୍ନରେ ଦୁଇଟି ଟ୍ରକ୍ ମୁହାଁ ମୁହିଁ ଧକ୍କା ହୋଇଅଛି। ଉଭୟ ଟ୍ରକର ଡ୍ରାଇଭର ଷ୍ଟିୟରିଂରେ ଚାପି ହୋଇ ପ୍ରାୟ ୨ଘଣ୍ଟା ଧରି ଗୁରୁତର ଅବସ୍ଥାରେ ଥିଲେ। ପରେ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଉଭୟଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବୁର୍ଲା ଡ଼ାକ୍ତରଖାନା ପଠାଯାଇ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଅଛି। ତେବେ ଏଚ୍ଆର ୫୫ ଭି ୦୯୭୧ ନମ୍ବର ବିଶିଷ୍ଟ ଟ୍ରକଟି ସମ୍ବଲପୁର ପଟୁ ଜମନକିରା ଆଡ଼କୁ ଯାଉଥିବାବେଳେ ବିପରୀତ ଦିଗରୁ ଆସୁଥିବା ଓଡି ୦୫ ଏଫ୍ ୮୫୮୧ ନମ୍ବର ବିଶିଷ୍ଟ ଟ୍ରକ୍ ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାଟି ଏତେ ଭୟଙ୍କର ହୋଇଥିଲା ଯେ, ଉଭୟ ଟ୍ରକର ସାମନା କ୍ୟାବିନ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ଦୁର୍ଘଟଣାରେ ଉଭୟ ଟ୍ରକର ଡ଼୍ରାଇଭର ଷ୍ଟିୟରିଂରେ ଚାପି ହୋଇ ରହିଯାଇଥିବା ବେଳେ ଉଭୟ ଟ୍ରକର ହେଲ୍ପର ମାନେ ସାମାନ୍ୟ ଆହତ ହୋଇଛନ୍ତି। ଖବର ପାଇ ଜମନକିରା ଥାନା ପୋଲିସ ଓ ଗୌଡ଼ପାଲି ଫାଣ୍ଡି ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ପରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଭୟ ଡ୍ରାଇଭରକୁ ଉଦ୍ଧାର କରିଥିଲେ। ତେବେ ଜମନକିରା ପୋଲିସ ଓ ଗୌଡ଼ପାଲି ପୋଲିସ ଘଟଣା ସମ୍ପର୍କରେ ତଦନ୍ତ ଜାରି ରଖିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ