Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଇଆଇଏମରେ ୧ ମାର୍ଚ୍ଚରୁ ୧୦୦ କ୍ଯୁବ ଷ୍ଟାର୍ଟ ଅପ୍ କଂକ୍ଲେଭ

ସମ୍ବଲପୁର:ସ୍ଥାନୀୟ ବସନ୍ତପୁରରେ ସ୍ଥାପିତ ଭାରତୀୟ ପ୍ରବନ୍ଧନ ସଂସ୍ଥାନ ପରିସରରେ ଆଗାମୀ ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହେବ ୧୦୦ କ୍ଯୁବ ଷ୍ଟାର୍ଟ ଅପ୍ କଂକ୍ଲେଭ ।‌ ଏବିଷୟରେ ଆଇଆଇଏମ୍ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସମଗ୍ର ଭାରତରେ ଯୁବା ମାନଙ୍କୁ ଉଦ୍ଯମୀତା ଆଡକୁ ଆକର୍ଷିତ କରିବା ପାଇଁ ଅନୁଷ୍ଠିତ ଏକ ପ୍ରଚେଷ୍ଟା କ୍ରମେ ଏଠାରେ ଏହା ଆରମ୍ଭ କରାଯାଉଛି । ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଓ ଆଇଆଇଏମର ଏକ ଯୁଗ୍ମ କାର୍ଯ୍ଯକ୍ରମ ଅନୁସାରେ ଏହା ଆୟୋଜିତ କରାଯାଉଛି । ଯୁବଗୋଷ୍ଠୀଙ୍କ ମଧ୍ୟରେ ନବସୃଜନ ପ୍ରତି ଆକର୍ଷଣ ସୃଷ୍ଠି କରିବା ପାଇଁ ଏହା ଉଦ୍ଦିଷ୍ଟ ଓ ଏଥିରେ ଚୟନିତ ୧୦୦ଟି ଷ୍ଟାର୍ଟ ଅପ୍ ଉଦ୍ଯମୀ ସାମିଲ ରହିବେ । ଏହାର ଏହା ମଧ୍ୟ ଉଦ୍ଦେଶ୍ୟ ରହିଛି ଯେ ଏମାନେ ପ୍ରତ୍ଯେକର ମୂଲ୍ୟ ୨୦୪୭ରେ ଦେଶର ସ୍ବାଧିନତା ଶତବାର୍ଷିକୀ ପାଳନ ସମୟରେ ୧୦୦ କୋଟି ଟଙ୍କା ହୋଇଯିବ ତଥା ଉଦ୍ୟୋଗ ଓ ଉଦ୍ଯମୀତା ପରିବର୍ଦ୍ଧନ ସହିତ ରୋଜଗାର ସୃଷ୍ଟି କ୍ଷେତ୍ରରେ ଏମାନଙ୍କ ଉଲ୍ଲେଖଯୋଗ୍ୟ ଅବଦାନ ରହିବ । ନିଜ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ଯକ୍ରମ ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଉଦ୍ଘାଟନ କରିବେ । ଏଥିରେ ସମ୍ବଲପୁର ଓ ଏହାର ଆଖପାଖ ଜିଲ୍ଲା ସୁନ୍ଦରଗଡ, ଝାରସୁଗୁଡ଼ା, ବରଗଡ଼ ଆଦି ଜିଲ୍ଲାରୁ ଅନ୍ୟୁନ ୫୦ ଟି ଷ୍ଟାର୍ଟ ଅପ୍ ଯୋଜନା ରହିବେ ବୋଲି ଆଶା କରାଯାଉଛି । ଏହା ସହିତ ଏଥିରେ ୩୦୦ ଷ୍ଟାର୍ଟ ଅପ୍, ଶିଳ୍ପଗୁରୁ (ମେଣ୍ଟର), ନିବେଶକ, ମୁଖ୍ୟ ଅଂଶୀଦାର, ମନ୍ତ୍ରାଳୟ ପ୍ରତିନିଧି, ପୁଞ୍ଜି ନିବେଶକ (ଭେଞ୍ଚର କ୍ୟାପିଟାଲ) ଓ ଛାତ୍ରଛାତ୍ରୀଙ୍କୁ ମିଶାଇ ପ୍ରାୟ ୧୨୦୦ ଜଣ ସାମିଲ ହେବାର ଆଶା କରାଯାଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ