Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟାଟା ପାୱାର ର ପ୍ରିପେଡ ସ୍ମାର୍ଟ ମିଟର ଓ ମନୋମୁଖି କାର୍ଯ୍ୟକଳାପକୁ ବିରୋଧ କରି ଟି.ପି.ଡବ୍ଲୁ.ଓ.ଡି.ଏଲ୍ କାର୍ଯ୍ୟଳୟକୁ ଘେରାଓ

ସମ୍ବଲପୁର:ଟାଟା ପାୱାରର ପ୍ରିପେଡ ସ୍ମାର୍ଟ ମିଟର ଓ ମନୋମୁଖି କାର୍ଯ୍ୟକଳାପକୁ ବିରୋଧ କରି ଆଜି ବିଜେପି ପକ୍ଷରୁ ଟି.ପି.ଡବ୍ଲୁ.ଓ.ଡି.ଏଲ୍ କାର୍ଯ୍ୟଳୟକୁ ଘେରାଓ କରାଯାଇଛି।
ସମିର ରଞ୍ଜନ ବାବୁ, ଡ.ପ୍ରମୋଦ ରଥ, ସୁଶାନ୍ତ କୁମାର ପୁରୋହିତ ଓ ମାନସ ରଞ୍ଜନ ବକ୍ସି ଙ୍କ ମିଳିତ ନେତୃତ୍ଵରେ ହୋଇଥିବା ଆନ୍ଦୋଳନ ରେ ସମ୍ବଲପୁର ବିଧାନସଭା କ୍ଷେତ୍ର ର ସମସ୍ତ ମଣ୍ଡଳ ରୁ କାର୍ଯ୍ୟକର୍ତ୍ତା, ପଦାଧିକାରୀ ଓ ବିଦ୍ୟୁତ ଉପଭୋକ୍ତା ସାମିଲ ଥିଲେ ।
ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ କୁମାର ବେହେରା ସଭାପତିତ୍ବ ରେ ହୋଇଥିବା ବିକ୍ଷୋଭ ସଭାରେ ମାନସ ରଞ୍ଜନ ବକ୍ସି, ସମିର ରଞ୍ଜନ ବାବୁ, କର୍ଣ୍ଣେଲ ପ୍ରଭାତ କୁମାର ପଣ୍ଡା, ଡ.ପ୍ରମୋଦ କୁମାର ରଥ, ଦାମୋଦର କର, ଗୋବିନ୍ଦ ଅଗ୍ରୱାଲ, ଅଶ୍ୱିନୀ ମାଝୀ, ନିରଞ୍ଜନ ଦାସ, ସୁଧୀର ରଞ୍ଜନ ବହିଦାର, ଅନ୍ନପୂର୍ଣ୍ଣା ବାରିକ୍, ଭାରତୀ ପଣ୍ଡା, ରୁନୁ ପ୍ରଧାନ ପ୍ରମୁଖ ନିଜ ନିଜ ଉଦବୋଧନ ରେ ଟାଟା ପାୱାର ବିରୋଧ ରେ ଗର୍ଜିଥିଲେ ।
ଆଜିର ଆନ୍ଦୋଳନ ରେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଗିରିଶ ପଟେଲ, ବିପିନ ଭାଟିଆ, ସରୋଜ କୁମାର ଦଲପତ, ଶମ୍ଭୁ ବରେଲିଆ, କ୍ରିଷ୍ଣା ମହାକୁଡ, ଅରୁଣ କୁମାର ଦାସ, ମୋହନ ଦାଶ, ଅନୁପ ମିଶ୍ର, ଅଜିତ୍ ବେହେରା, କାହ୍ନୁରାମ ଶର୍ମା, ମୁକେଶ ଜରିୱାଲ, ସରୋଜ ଘଡେ଼ଇ, ଗିରିଜା ସାହୁ, ଅଜୟ ବଡଗେୟାଁ, ପ୍ରଭୁଦତ୍ତ ପଣ୍ଡା, ମନୋଜ ପଲସନିଆ, ସନ୍ତୋଷ ଡ଼ାଲୁଆ, ଦିଲିପ ଶର୍ମା, ସୁଶାନ୍ତ ପ୍ରଧାନ, ଧିରୁ ଧୱନ୍, ସୌମିତ୍ର ଜତି, ବଳରାମ ମହାପତ୍ର, ଆକାଶ ଆଚାର୍ଯ୍ୟ, ଉମେଶ ବଳ, ସଞ୍ଜୀବ ବର୍ମା, ନମ୍ରଶକାନ୍ତ ପଟ୍ଟନାୟକ, ଗୋପୀନାଥ ଷଣ୍ଢ, ପ୍ରଦୀପ ବେହେରା, ସମିର ଲୁହା, ସନାତନ କଣ୍ଟା, ପ୍ରଭାଶିନି ଦାଶ, ସରୋଜିନୀ ବନଛୋର୍, ଆରତୀ ବରାଡ ଲକ୍ଷ୍ମୀପ୍ରିୟା ଜେନା, ସୁଜାତା ଗୁରୁ, ସଲିଲା ପଣ୍ଡା, ଅନୁଷୟା ସାମଲ୍, ଲକ୍ଷ୍ମୀପ୍ରିୟା ପ୍ରଧାନ, ଶେଫାଳୀ ସାହୁ, ରିଙ୍କି ସାହୁ, ସୁବର୍ଣ୍ଣ କହଁର, ଭବାନୀ ଦୁଷର୍, ମୁନମୂନ୍ ସୌଦାଗର, ସୁମି ପରିଡ଼ା, ସବିତା ହୋତା ପ୍ରମୁଖ ସାମିଲ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ