Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁର୍ଲାରେ ବିଜୁ ପ୍ରମିୟମ କ୍ରିକେଟ ଟୁର୍ନାମେଣ୍ଟ: ସମଲେଶ୍ବରୀ ଦଳ ବିଜୟୀ

ସମ୍ବଲପୁର(ବୁର୍ଲା):ବିଜୁ ପଟ୍ଟନାୟକ ଷ୍ଟାଡିଅମ ଠାରେ ବିଜୁ ପ୍ରିମିୟମ ଲିଗ କ୍ରିକେଟ ଟୁର୍ନାମେଣ୍ଟ ଆଜି ଆୟୋଜିତ ହୋଇ ଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବରେ ବିଜେଡି ରାଜ୍ୟ ଛାତ୍ର ସଭାପତି ରାଜେଶ ରାଜ ସ୍ୱାଇଁ, ବିଜେଡି ଜୋନାଲ ସମ୍ପାଦକ ମିଳନ ହୋତା, ବିଜେଡି ସମ୍ବଲପୁର ଯୁବ ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର, ବିଜେଡି ସମ୍ବଲପୁର ଛାତ୍ର ସଭାପତି ଶୁଭ୍ରାଂଶୁ ପାଢ଼ୀ, ବୁର୍ଲା ବିଜେଡିର ବରିଷ୍ଠ ନେତା ପ୍ରଦୀପ କୁମାର ମିଶ୍ର ଉପସ୍ଥିତ ଥିଲେ।ଏହି ଟୁର୍ନାମେଣ୍ଟକୁ ବୁର୍ଲା ବିଜେଡି ଯୁବ ଏବଂ ଛାତ୍ର ନେତା ମୋହିତ ଦାସ, ନରେଶ ବାରିକ, ରାମ ଚନ୍ଦ୍ର ମହାକୁଡ଼ ପରିଚାଳନା କରି ଥିଲେ.ଅନ୍ୟ ମାନଙ୍କ ମଧ୍ୟ୍ୟରେ ବିଜେଡି ନେତା ଦୀପ୍ତିକାନ୍ତ ମଲ୍ଲିକ, ଗୌତମ ବେହେରା, ଶ୍ୟାମ ନାୟକ, ଦୀପକ ପ୍ରଧାନ,ଶେଖର ରେଡ୍ଡୀ, ଡି ପବନ କୁମାର ସେଠି ପ୍ରମୂଖ ବିଜେଡି କର୍ମୀ ଉପସ୍ଥିତ ଥିଲେ।ଏହି ପ୍ରତିଯୋଗିତାରେ ସମୁଦାୟ ୧୮ଟିଟିମ ଯୋଗଦାନ କରିଥିଲେ।ଫାଇନାଲ ମେଚରେ ସମଲେଶ୍ୱରୀ ଟିମ ଏବଂ ତେଲଗୁ ପଡା ମଧ୍ୟ୍ୟରେ ଅନୁଷ୍ଠିତ ହୋଇ ସମଲେଶ୍ୱରୀ ଟିମ ବିଜେତା ହୋଇ ଥିବା ବେଳେ ତେଲଗୁ ପଡା ଉପ ବିଜେତା ହୋଇ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ