Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମସ୍ୟା ସମାଧାନରେ ବିଫଳ ସମ୍ବଲପୁର ମହାନଗର ନିଗମ -ସୂର୍ଯ୍ୟ ପାଣିଗ୍ରାହୀ

ସମ୍ବଲପୁର:ଦୀର୍ଘ ୧୦ ବର୍ଷ ହେଲା ସମ୍ବଲପୁର ମହାନଗର ନିଗମ ଘୋଷଣା ହେଲା ସତ, ହେଲେ ଆଜିଯାଏ ନିର୍ବାଚନ ବି ହୋଇପାରିଲା ନାହିଁ l ନିର୍ବାଚନ ନହେବା କାରଣରୁ ନିର୍ବାଚିତ ଲୋକ ପ୍ରତିନିଧି ମଧ୍ୟ ନାହାନ୍ତି, ଯାହାର ସୁଯୋଗ ନେଇ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ଚଳେଇଛନ୍ତି ମନୋମୁଖୀ କାର୍ଯ୍ୟ l ସହରବାସୀ ଙ୍କର ସାଧାରଣ ସମସ୍ୟା ର ସମାଧାନ ମଧ୍ୟ ହେଉନାହିଁ l ସହରର ନାଳ ନର୍ଦମାର ନିୟମିତ ହେଉନଥିବା କାରଣରୁ ସମ୍ବଲପୁର ସହର ଦୁର୍ଗନ୍ଧମୟ ସହର ହୋଇବସିଲାଣି।
ସାମାନ୍ୟ ପୌର ସୁବିଧା ସହରବାସୀ ପାଇବାରୁ ବଂଚିତ ହେଉଥିବା ଦୁର୍ଭାଗ୍ୟ ର ବିଷୟ ବୋଲି ବରିଷ୍ଠ ବିଜେପି ନେତା ସୂର୍ଯ୍ୟ ପାଣିଗ୍ରାହୀ ଏକ ପ୍ରେସ ବିବୃତି ରେ ପ୍ରକାଶ କରିଛନ୍ତି l
ସୂଚନା ଯୋଗ୍ୟ ଯେ ଦୀର୍ଘ ବର୍ଷଧିକ ସମୟ ହେଲା ଜେଲ ଛକ ରୁ ଧନୁପାଲି ମୁଖ୍ୟ ରାସ୍ତା ନିର୍ମାଣ ଶେଷ ହୋଇ ପାରିନାହିଁ l ଚାରଭାଟି ନିକଟରେ ରାସ୍ତାର ଉପରି ପାର୍ଶ୍ଵ ରେ ପାଣି ଜମିରହୁଥିବା କାରଣରୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି l ଦୀର୍ଘ ବର୍ଷ ରୁ ଏହି ସମସ୍ୟା ବିଷୟ ରେ ଜିଲ୍ଲା ପ୍ରଶାସନ ତଥା ସମ୍ବଲପୁର ମହାନଗର ନିଗମ କର୍ତୃପକ୍ଷ କୁ ଅଭିଯୋଗ ପତ୍ର ସହ ସୂଚନା ପ୍ରଦାନ କରିଥିଲେ ମଧ୍ୟ ଏହାର ସମାଧାନ କରିପାରିନଥିବା ଦ୍ୱର୍ଭାଗ୍ୟର ବିଷୟ ବୋଲି ଶ୍ରୀ ପାଣିଗ୍ରାହୀ ଉଦବେଗ ପ୍ରକାଶ କରିଛନ୍ତି l କେବଳ ସେତିକି ନୁହେଁ ସେପଟେ ଜମି ରହୁଥିବା ଦୁର୍ଗନ୍ଧପୂର୍ଣ୍ଣ ପାଣି କୁ ଦୀର୍ଘ ଦିନ ହେଲା ପୌର ପ୍ରଶାସନ ମୋଟର ପାଇପ ଲଗାଇ ରାସ୍ତା ଦେଇ ରାସ୍ତା ର ଅପର ପାର୍ଶ୍ଵ ରେ ଛାଡି ଦେଉଛି, ଯଦ୍ୱାରା ଏକ ଅଭବନୀୟ ପରିସ୍ଥିତି ସୃଷ୍ଟି ହେଉଛି l ଦୁର୍ଗନ୍ଧ ପୂର୍ଣ୍ଣ ପାଣିର ନିଷ୍କାସନ ପାଇଁ ଯୋଜନାବଦ୍ଧ ଭାବରେ ସମସ୍ୟା ର ସମାଧାନ ର ସୂତ୍ର ବାହାର ନ କରି ଏମିତି ଲୋକଙ୍କୁ ଅସୁବିଧାରେ ପକାଇବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ଶ୍ରୀ ପାଣିଗ୍ରାହୀ ପ୍ରଶାସନ କୁ ପ୍ରଶ୍ନ କରିଛନ୍ତି l ଏହି ଅପ୍ରୀତିକର ପରିସ୍ଥିତି ରୁ ଲୋକଙ୍କୁ ମୁକ୍ତି ଦେବା ସଙ୍ଗେ ସଙ୍ଗେ ତୁରନ୍ତ ସମାଧାନ ପାଇଁ ଯୋଜନାବଦ୍ଧ ଭାବରେ ଆଗେଇ ଆସି କାର୍ଯ୍ୟ କରିବାକୁ ଦାବି ଜଣାଇଛନ୍ତି ଶ୍ରୀ ପାଣିଗ୍ରାହୀ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ