Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଞ୍ଚାୟତ ସମିତି ବୈଠକକୁ ବର୍ଜନ କଲେ ସରପଞ୍ଚ,ସମିତି ସଭ୍ୟ

ଅନୁଗୁଳ: ମଙ୍ଗଳବାର ଦିନ ୧୧ ଘଟିକା ବେଳେ ଅନୁଗୁଳ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଅନୁଗୁଳ ବିଧାୟକ, ବ୍ଲକ ଅଧ୍ୟକ୍ଷା, ସମସ୍ତ ସରପଞ୍ଚ, ସମିତି ସଭ୍ୟ ଓ ବିଭିନ୍ନ ଅଧିକାରୀ ମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହେଇଥିଲା। ପଞ୍ଚାୟତ ସମିତି ବୈଠକ ରେ ବିିଭିନ୍ନ ସମସ୍ୟା ନେଇ ଆଲୋଚନାର କରାଯାଇଥିଲା ଏଵଂ ଏହାର କୌଣସି ସମାଧାନ ନ ମିଳିବାରୁ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ମାନେ ବୈଠକ କୁ ବର୍ଜନ କରିଥିଲେ। ସୂଚନା ଯେ, ପଞ୍ଚାୟତ ସ୍ତରରେ ବିଭିନ୍ନ ଉନ୍ନତୀ ମୂଳକ କାର୍ଯ୍ଯ ବିଷୟରେ ସରପଞ୍ଚ କିମ୍ବା ସେମିତି ସଭ୍ୟ ମାନଙ୍କୁ ଜଣାଉ ନଥିବା ବେଳେ ମନମୁଖୀ କାର୍ଯ୍ଯ କହୁଛନ୍ତି ଅଧିକାରୀ। ଏନେଇ ପ୍ରଶାସନକୁ ଲିଖିତ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ପଞ୍ଚାୟତ ସମିତି ବୈଠକ ରେ ଅଭିଯୋଗ କଲେ ବି ମଧ୍ୟ ତା ପର ମାସରେ କୌଣସି ପଦକ୍ଷେପ ନେଉନାହାନ୍ତି। ଯାହା ଫଳରେ ବାରମ୍ବାର ଅଭିଯୋଗ କରି ହତାଶ ହୋଇ ଜିଲ୍ଲା ପରିଷଦ ଅଧିକାରୀ ଙ୍କ କର୍ଯ୍ୟଳୟ ଦ୍ଵାରସ୍ଥ ହୋଇଛନ୍ତି ସମସ୍ତ ସରପଞ୍ଚ ଏବଂ ସମିତି ସଭ୍ୟ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ