Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବିଦାୟ ନେଲେ ମନୋଜ ହୋତା

ସମ୍ବଲପୁର(ଯୁଯୋମୁରା): ଯୁଯୋମୁରା ସ୍ଥିତ ବୀର ସୁରେନ୍ଦ୍ର ସାଏ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ମନୋଜ ହୋତା ଆଉ ନାହାଁନ୍ତି । ଚିକିତ୍ସିତ ଅବସ୍ଥାରେ ଗତ କାଲି ରାତିରେ ତାଙ୍କ ପରଲୋକ ହୋଇଛି। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସମଗ୍ର ଜିଲ୍ଲାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।ମନୋଜ ଜଣେ ଯୁବ ସୁଲଭ ବ୍ୟକ୍ତିତ୍ୱ ଓ ଜଣେ ସଂଗଠକ ଥିଲେ।ବିଦ୍ୟାଳୟର ଭବିଷ୍ୟତ ସହିତ ଅଞ୍ଚଳର ବିକାଶ ଦିଗରେ ନିଜର ଅନେକ ପାରଦର୍ଶିତା ସେ ଛାଡି ଦେଇଛନ୍ତି। ପିଲାଟି ଦିନରୁ ସେ ବିଜୁପ୍ରେମୀ ରହି ଜନତା ଓ ବିଜୁ ଜନତା ଦଳ ସହିତ ଜଡିତ ଥିଲେ। ଆଜି ତାଙ୍କ ମୃତ ଶରୀର ଯୁଯୋମୁରା ଠାରେ ପହଞ୍ଚିବା ପରେ ଅଞ୍ଚଳର ସମସ୍ତ ନେତୃ ସ୍ଥାନୀୟଙ୍କ ସହିତ ବିଦ୍ୟାଳୟର କର୍ମଚାରୀ ଓ ବିଶିଷ୍ଟ ବ୍ୟକ୍ତିମାନେ ଶେଷ ଦର୍ଶନ କରିଛନ୍ତି । ମନୋଜଙ୍କ ଅକାଳ ମୃତ୍ୟୁରେ ବରିଷ୍ଠ ବିଜେଡି ନେତା ତଥା ପୁର୍ବତନ ମନ୍ତ୍ରୀ ପ୍ରଶନ୍ନ ଆଚାର୍ଯ୍ୟ,ସମ୍ବଲପୁର ପୁର୍ବତନ ସାଂସଦ ନଗେନ୍ଦ୍ର ପ୍ରଧାନ,ରେଢାଖୋଲ ବିଧାୟକ ତଥା ସମ୍ବଲପୁର ବିଜେଡି ସଭାପତି ଇଂ ରୋହୀତ ପୂଝାରୀ,ବିଜେପିର ବରିଷ୍ଠ ନେତା ଡଃ.ପ୍ରମୋଦ ରଥ,ସମାଜସେବୀ ଡା.ରାଜାରାମ ଷଡଙ୍ଗୀ ପ୍ରମୁଖ ଗଭୀର ଶୋକ ପ୍ରକାଶ କରି ଅମର ଆତ୍ମାର ସଦଗତି କାମନା କରିଛନ୍ତି। ସମସ୍ତ ଆତ୍ମିୟ ସ୍ୱଜନଙ୍କ ଗହଣରେ ଯୁଯୋମୁରା ଠାରେ ତାଙ୍କ ଅନ୍ତିମ ସଂସ୍କାର ହେଉଥିବା ଖବର ମିଳିଛି।