Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଚିତ୍ରକଳା ପ୍ରଦର୍ଶନୀ ଫାଇନାଲ୍‌ ଟଚ୍‌ ଉଦ୍‌ଘାଟିତ

ସମ୍ବଲପୁର: ସ୍ଥାନୀୟ ଗୌରୀଶଙ୍କର ସାହାଣୀ ପାର୍କ ସ୍ଥିତ ଓଡ଼ିଶା ଲଳିତ କଳା ଏକାମେଡୀର ରିଜିଓନାଲ ଆର୍ଟ ଗ୍ୟାେଲରୀରେ ବରଗଡ଼ କଳା କଳ୍ପନା ପକ୍ଷରୁ ‘ଫାଇନାଲ ଟଚ୍‌’ ଚିତ୍ରକଳା ପ୍ରଦର୍ଶନୀ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଅବସରପ୍ରାପ୍ତ କୁଳପତି ପ୍ର. ଆଦିତ୍ୟ ପ୍ରସାଦ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ବିଶିଷ୍ଟ ଚିତ୍ରଶିଳ୍ପୀ ଭୋଳାନାଥ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅଶୋକ ଦାଶ ପରିଚୟ ପ୍ରଦାନ ଓ ରମାକାନ୍ତ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ। ବିଦ୍ୟାପତି ଏହାକୁ ପରିଚାଳନା କରିଥିଲେ। ଏହି ପ୍ରଦର୍ଶନୀ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଚାଲିବ। ଏହା ଦିନ ୧୧ଟାରୁ ରାତି ୭ଟା ପର୍ଯ୍ୟନ୍ତ ଖୋଲାରହିବ। ଏଥିରେ ଚିତ୍ରଶିଳ୍ପୀ ଅଶୋକ ଦାଶ, ଶୀତଲ କୁମାର ମହାପାତ୍ର, ସଞ୍ଜୟ ସାହୁ, ପ୍ରେମଚାନ୍ଦ ରାଉତ, ସୁଧାଂଶୁ ନାଏକ, ବିଦ୍ୟାପତି ପଧାନ, କୁଶ ଭୂୟାଁ, କେବଲ ତିର୍କି, ଦୀପକ ବିଶ୍ବାଳ, ଅଶୋକ ପଟ୍ଟନାୟକ, ନରେଶ ନାୟକ, ସଚ୍ଚିନ୍ଦ୍ରଅ ବେହେରା, ରମାକାନ୍ତ ତ୍ରିପାଠୀ, ପବିତ୍ର ମୋହନ ଶତପଥୀ ଓ ଡ. ଦୀନବନ୍ଧୁ ସାହୁଙ୍କ ପେଣ୍ଟିଂ ସ୍ଥାନ ପାଇଛି।