Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଫଳ ଚାଷ ଜନିତ ୨ ଦିନିଆ ଜାତୀୟ କର୍ମଶାଳାରେ ଯୋଗଦାନ ପାଇଁ ୫ ଜଣ ଚାଷୀଙ୍କ କୁରୁକ୍ଷେତ୍ର ଯାତ୍ରା

ସମ୍ବଲପୁର: ଆଗାମୀ ୪ ଏବଂ ୫ ତାରିଖ ହରିଆଣା ର ଲଡ଼ୱା, କୁରୁକ୍ଷେତ୍ର ରେ ଅନୁଷ୍ଠିତ ହେବାକୁ ଥିବା ଫଳ ଚାଷ ଜନିତ ୨ ଦିନିଆ ଜାତୀୟ କର୍ମଶାଳା ଓ ତାଲିମ୍ କାର୍ଯ୍ୟକ୍ରମ ରେ ଯୋଗଦାନ ପାଇଁ ପଶ୍ଚିମ ଓଡିଶାର ୫ ଜଣ ଅଗ୍ରଣୀ ଚାଷୀ ଆଜି ଟ୍ରେନ୍ ଯୋଗେ କୁରୁକ୍ଷେତ୍ର ଯାତ୍ରା କରିଛନ୍ତି I ଉର୍ନ୍ନତ ପ୍ରଣାଳୀ ଫଳ ଚାଷ ଉପରେ କାର୍ଯ୍ୟ କରୁଥିବା ସମ୍ବଲପୁର ର ‘ଅଭିନବ କୃଷି ଅନୁଷ୍ଠାନ ଦ୍ୱାରା ଫଳ ଗବେଷଣା କେନ୍ଦ୍ର ଲଡୱା, କୁରୁକ୍ଷେତ୍ର ସହାଭାଗୀତାରେ ଏହି କର୍ମଶାଳା ଅନୁଷ୍ଠିତ ହେଉଛି I ଏହି ଜାତୀୟ କର୍ମଶାଳାରେ ସମ୍ବଲପୁର ର ଚାଷୀ ଅଭିଳାଷ ପ୍ରଧାନ, ଜଟା ଭୂଷଣ ସାହୁ ବରଗଡ ର ଚାଷୀ ଜଟାଧାରୀ ପ୍ରଧାନ ଏବଂ ଅଭିଷେକ ଖମାରୀ, ଝାରସୁଗୁଡା ର ଚାଷୀ ସୁନୀଲ ପ୍ରଧାନ ଆଜି ଦିବା ୧୧ ଘଣ୍ଟା ସମୟରେ ଜମ୍ବୁ ତାବି ଏକ୍ସପ୍ରେସ୍ ଟ୍ରେନ ଯୋଗେ କୁରୁକ୍ଷେତ୍ର ଯାତ୍ରା କରିଛନ୍ତି I ଉର୍ନ୍ନତ୍ତ ପଦ୍ଧତି ଆମ୍ବ, ଲିଚୁ, ସେଓ, ଡାଳିମ୍ବ ଆଦି ଫଳ ଚାଷ ସମ୍ପର୍କ ରେ ହେବାକୁ ଥିବା ଜାତୀୟ କର୍ମଶାଳା ରେ ଭାରତ ର ବିଭିନ୍ନ ପ୍ରଦେଶ ରୁ ଚାଷୀ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି I