Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗ୍ରୀଷ୍ମ ପ୍ରବାହ ପାଇଁ ଏସ୍‌ଓପି ଜାରି; ସତର୍କ ରହିବାକୁ ଚେତାବନୀ

ଭୁବେନଶ୍ୱର: କିଛିଦିନ ତଳେ ପଶ୍ଚିମାଝଡ ପ୍ରଭାବରେ ବର୍ଷା ଯୋଗୁ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା ଜନଜୀବନ। ଏବେ କଲବଲ କରୁଛି ଖରା। ଭୀଷଣ ତାତି ଯୋଗୁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହାସହିତ ସତର୍କ ରହିବାକୁ ପାଣିପାଗ ବିଭାଗ ଚେତାବନୀ ଦେଇଥିବା ବେଳେ ଗ୍ରୀଷ୍ମପ୍ରବାହର ମୁକାବିଲା ପାଇଁ ଏସ୍‌ଓପି ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର। ଜିଲ୍ଲାସ୍ତରରେ ଏହାର ମୁକାବିଲା ପାଇଁ ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଗତ ଦୁଇ ତିନି ଦିନ ହେବ ରାଜ୍ୟରେ ପ୍ରଚଣ୍ଡ ଖରା ଅନୁଭୂତ ହେଉଛି। ଜୁନ୍‌ ମାସ ପର୍ଯ୍ୟନ୍ତ ଏଭଳି ଗ୍ରୀଷ୍ମପ୍ରବାହ ଜାରି ରହିବ। ଏଥିପାଇଁ ସତର୍କ ରହିବାକୁ ଏସ୍‌ଆର୍‌ସି କହିଛନ୍ତି। ଏହାସହିତ ଖରାଦିନ ପାଇଁ କଣ ସବୁ ସତର୍କତାମୂଳକ ପଦକ୍ଷେପ ନେବା ଆବଶ୍ୟକ ସେ ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରଚାର କରିବାକୁ କୁହାଯାଇଛି।

ସେହିପରି ଯେଉଁସବୁ ଗାଁ ଓ ଅଞ୍ଚଳରେ ପିଇବା ପାଣିର ଅସୁବିଧା ରହିଛି ସେଗୁଡ଼ିକର ତୁରନ୍ତ ସମାଧାନ କରିବାକୁ ଦିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।  ଖରାପ ନଳକୂପକୁ ମରାମତି କରିବା, କେନାଲରେ ପାଣି ଛାଡ଼ିବା, ପାନୀୟ ଜଳସେବା କେନ୍ଦ୍ର ଖୋଲିବା, ପଶୁପକ୍ଷୀଙ୍କ ପାଇଁ ବିଭିନ୍ନ ସ୍ଥାନରେ ପିଇବା ପାଣି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ