Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଜାଗା ମିଶନ ଯୋଜନାରେ ଏକ ଡିସିମିଲ ବଦଳରେ ଚାରି ଡିସିମିଲ ଜମିପଟ୍ଟା ପାଇଁ ଦାବି

ସମ୍ବଲପୁର:ସମ୍ବଲପୁର ସ୍ଥିତ ସାମ୍ବାଦିକ ଭବନ ଠାରେ ‘ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ’ ପକ୍ଷରୁ ଜାଗା ମିଶନ ଓ ଦଳିତ ଅଧିକାର ସମ୍ବନ୍ଧେ ଏକ ସାମ୍ବାଦିକ ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଯାଇଛି। ପରିଷଦର ଅଧ୍ୟକ୍ଷ ନିହାଲ ସିଂ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସମ୍ବଲପୁର ବିଧାନସଭା କ୍ଷେତ୍ର ଅନ୍ତର୍ଗତ ବୁର୍ଲା, ହୀରାକୁଦ ଓ ସମ୍ବଲପୁର ସହରରେ ଜାଗା ମିଶନ ଯୋଜନାରେ ଏକ ଡିସିମିଲ ଜମି ପ୍ରଦାନ ବ୍ୟବସ୍ଥାକୁ ପରିବର୍ତ୍ତନ କରାଯାଇ ଡକ୍ଟର ବିଆର ଆମ୍ବେଦକରଙ୍କ ସାମ୍ବିଧାନିକ ବ୍ୟବସ୍ଥାରେ ଏହାକୁ ଚାରି ଡିସିମିଲ କରିବାକୁ ଦାବି କରାଯାଇଛି। ମୁଖ୍ୟତଃ ଗଣ୍ଡା ସମାଜର ଏହି ବିଧାନସଭାରେ ୪୨ ହଜାର ଭୋଟର ଥିବାବେଳେ ଘାସି ,ଚମାର ସମାଜର ୨୫ ହଜାରରୁ ଉର୍ଦ୍ଧ ଭୋଟର ରହିଛନ୍ତି। ମୁଖ୍ୟତଃ ୬୦ ପ୍ରତିଶତ ଏହି ସମାଜର ଲୋକଙ୍କ ଜାଗା ମିଶନ ଯୋଜନାରେ ସାମିଲ କରାଯାଇନାହିଁ। ଏଣୁ ଆଉ ଥରେ ସର୍ଭେ କରାଯାଇ ସେମାନଙ୍କୁ ଉକ୍ତ ଯୋଜନାରେ ସାମିଲ କରିବାକୁ ଦାବି କରାଯାଇଛି। ସେମାନେ ଗରିବ,ଦିନ ମଜୁରିଆ ହୋଇଥିବାରୁ ପଟ୍ଟାଯୋଗ୍ୟ ଜାଗା କିଣି ନପାରି ସରକାରୀ ଜାଗାରେ ବସବାସ କରି ଆସୁଛନ୍ତି। ପ୍ରକାଶ ଥାଉକି ସମଲେଇ ଯୋଜନାରେ ଏମାନଙ୍କୁ ପାତର ଅନ୍ତର କରାଯାଉଥିବାରୁ ସରକାରକଙ୍କୁ ଆଗାମୀ ନିର୍ବାଚନ ରେ ଏହାର ପରିଣାମ ଭୋଗିବାକୁ ପଡ଼ିପାରେ । ସେଥିପାଇଁ ଏହି ସମାଜର ଲୋକଙ୍କୁ ଅଣଦେଖା କରାନଯାଇ ଏମାନଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବାକୁ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଉପମହାସଚିବ ସୁନିତା ବାଗ, ଶେଖ୍ ଇନ୍ତେଖାପ୍, ଜିଲ୍ଲା ସହ ସଂଯୋଜକ ପ୍ରଦୀପ କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ।