Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ମେଣ୍ଟ ପାଇଁ ସହମତି ଓ ମାନସିକ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ,ଆସନ୍ତା କାଲି ଓଡିଶା ଜାଣିବ ଅସଲ ରୂପାନ୍ତର

ମେଣ୍ଟ ହେବା ଚୂଡାନ୍ତ! ଓଡିଶାରେ ବିଜେପି- ବିଜେଡି ଏକାଠି ଲଢ଼ିବେ। ସବୁ କସରତ ପରେ ଏଭଳି ଆଲୋଚନା ସତ ହେବାକୁ ଯାଉଛି ଓ ଉଭୟ ଦଳର ମୁଖିଆ ଆସନ୍ତା କାଲି ଅର୍ଥାତ ମାର୍ଚ୍ଚ ୫ ତାରିଖ ଓଡିଶାବାସୀଙ୍କୁ ଦୁଇଟି ଭିନ୍ନ ମଞ୍ଚରୁ ଦେବେ ଭାଇ ଭାଗର ଅସଲ ବାର୍ତ୍ତା।ଓଡିଶାର ଦୀର୍ଘ ଦିନର ଦାବି ଓ ବିକାଶ ପ୍ରସଙ୍ଗରେ ଏହି ମେଣ୍ଟର ଆବଶ୍ୟକତା ଦର୍ଶାଇ ଦୁଇ ପ୍ରମୁଖ ଦଳ ସାଧାରଣ ନିର୍ବାଚନରେ ଭୋଟରଙ୍କ ପାଖକୁ ଯିବେ।ଏଭଳି ଏକ ବାର୍ତ୍ତା ଧରି ଆସନ୍ତା କାଲି ମେଣ୍ଟକୁ ନେଇ ଧରିଥିବା ଚର୍ଚାର ଜବନିକା ପଡିବ ବୋଲି ଆଶା କରାଯାଉଛି।
ଅବଶ୍ୟ ଏହି ଲେଖକ ୩ଦିନ ତଳେ”ମେଣ୍ଟ ଚର୍ଚାର ଭିତିରି କଥା” ନେଇ ଲେଖିଥିବା ପ୍ରସଙ୍ଗର ପ୍ରାସଙ୍ଗିକତା ରହିଥିବା ମଧ୍ୟ ବିଶ୍ୱାସ କରାଯାଉଛି।ମେଣ୍ଟ ପାଇଁ ଉଭୟ ଦଳର ବିଚାର ବିମର୍ଶ ହୋଇ ନିଭୃତ ଆଲୋଚନା ସରିଛି।ଆସନ ଭାଗବଣ୍ଟା କେବଳ ଏକ ସମସ୍ୟା ହୋଇ ଠିଆ ହୋଇଥିବା ବେଳେ ବଡଭାଇର ଭୂମିକା ନେଇ ସିଂହଭାଗ ଆସନ ବିଜେଡି ଚାହୁଁଛି।ଆଜି ରାତି ସୁଦ୍ଧା ଭାଗବଣ୍ଟା ଅନୁପାତ ଉପରେ ଚୂଡାନ୍ତ ମୋହର ବାଜିବ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତ ସୁଦ୍ଧା ଚିତ୍ର ସ୍ପଷ୍ଟ ହୋଇ ଏହାର ଖୁଲାସା କରିବେ ମୋଦି।ଏଭଳି ଆଲୋଚନା ଓଡିଶାବାସୀଙ୍କୁ ମୋଦିଙ୍କ ଅନନ୍ୟ ଉପହାର ହେବ ବୋଲି ବିଚାର କରାଯାଉଛି।ଏପରିକି ଓଡିଶାର ବାଦସାହା କୁହାଯାଉଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ମର୍ଯ୍ୟାଦା ଜନକ ମରଣୋତ୍ତର ଭାରତ ରତ୍ନ ଦେବା ଭଳି ଘୋଷଣାକୁ ଅଣଦେଖା କରା ଯାଇନପାରେ।
ତେବେ ମେଣ୍ଟକୁ ନେଇ ଦୁଇ ଦଳ ନିଜର କରିସ୍ମା ଦେଖାଇବାରେ ପଛାଇ ନାହାଁନ୍ତି।ବିଜେଡିର ଯୁକ୍ତି ହେଲା ନବୀନଙ୍କ ନିର୍ମଳ ଭାବମୂର୍ତ୍ତି ବିଜେଡିକୁ ବହୁମତ ସାବ୍ୟସ୍ତ କରାଇବାରେ ସହାୟ ହେବ। ସେପଟେ ବିଜେପିର ଯୁକ୍ତି ହେଲା ଓଡିଶାରେ ସରକାରୀ ବିରୋଧି ହାୱା ବଢିବା ସହିତ ମୋଦି ନିର୍ବାଚନର ପୋଷ୍ଟର ବୟ ଓ ଓଡିଶାକୁ ଯେଉଁ ପରିମାଣରେ ବିକାଶ ପାଇଁ ଟଙ୍କା ଦେଲେଣି ତାହାହିଁ ବିଜେପି ସପକ୍ଷରେ ବହୁମତ ସାବ୍ୟସ୍ତ ହେବାର କାରଣ ସାଜିବ। ଉଭୟେ ଉଭୟଙ୍କ ଦୃଷ୍ଟିକୋଣରେ ନିଜ ଦଳ ରକ୍ଷା ପାଇଁ ନିଜତ୍ୱ ଜାହିର କରୁଥିଲେବି ଗୁଇନ୍ଦା ବିଭାଗର ରିପୋର୍ଟକୁ ଆଧାର କରି ୨୦୦୯ରେ ଭାଙ୍ଗିଥିବା ମେଣ୍ଟ ୧୫ ବର୍ଷପରେ ପୁଣି ଗୋଟିଏ ସୁତ୍ରରେ ବାନ୍ଧି ହେବାକୁ ବାଧ୍ୟ ହେଉଛନ୍ତି । ଆଉ ସେମିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପି ଆଶିର୍ବାଦରେ ଲୋକପ୍ରିୟତାକୁ ଉଠି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଓ ସବୁବେଳେ ସବୁ ସମୟରେ ଦୀର୍ଘ ୨୫ ବର୍ଷ ଧରି ବିଜେପିର ଗୁଡବୁକରେ ଥିବାରୁ ନବୀନଙ୍କ ଅନୁମତି ମିଳିବାରେ କୌଣସି ପ୍ରତିବନ୍ଧକ ନଥିବା ବିଚାର କରାଯାଉଛି।
ଯଦିଓ ଓଡିଶାକୁ କେନ୍ଦ୍ର ସରକାରଙ୍କ ଅଣଦେଖା କରୁଥିବା ନେଇ ବିଜେଡି ଅଭିଯୋଗ କରୁଥିଲେବି,ବାସ୍ତବ ଚିତ୍ର ଭିନ୍ନ।ଓଡିଶାକୁ କେନ୍ଦ୍ର ଯେଉଁ ପରିମାଣରେ ସାହାଯ୍ୟ ଓ ସହଯୋଗ କରିଛି ତାହା ଆଉ କାହାକୁ ଅଛପା ନୁହେଁ। ଏପରିକି ଚାଉଳକୁ ନେଇ ଓଡିଶାର ଅର୍ଦ୍ଧାଧିକ ଲୋକ ଅସଲ କଥା ଜାଣି ଯିବାରୁ ଏହାକୁ ନେଇ ବିଜେଡି ରାଜନୀତିରେ ସାମାନ୍ୟ ଫିକା ପଡିଥିବା ଓ ବ୍ୟାଗ ବଣ୍ଟନ ଦ୍ୱାରା ବିଜେଡିର ଅଧିକ କ୍ଷତି ହୋଇଥିବା ତଳ ସ୍ତରରୁ ଆସୁଥିବା ମତକୁ ଗ୍ରହଣ ନକରିବାବି ଠିକ ହେବ ନାହିଁ। ରାଜ୍ୟ ସରକାର ଆମ କୃଷି ଭଳି ଯୋଜନା କରି କାଳିଆ ନାମରେ କେବଳ ଅଟକି ଗଲେ ସିନା କିନ୍ତୁ ଅସଲ ଯୋଜନା ପଞ୍ଚାୟତ ଓ ବ୍ଲକ ସ୍ତରରୁ ହେବା ନେଇ ଯେଉଁ ଘୋଷଣା କରି ସମିତି ଏଜେଣ୍ଡାରେ ସ୍ଥାନ ଦେଇଥିଲେ ତାହା ଭୁଲି ଯାଇଥିବା ଯୋଗୁଁ ଏହାର ମଧ୍ୟ ପ୍ରଭାବ ବିଜେଡି ବିପକ୍ଷରେ ଯାଉଛି । ଏହି ବିଷୟକୁ ବିଜେଡିବି ପରୋକ୍ଷରେ ଗ୍ରହଣ କରୁଛି। ରାଜ୍ୟରେ ଆମ ଗାଁ ବିକାଶ ଯେଭଳି ଫିକା ପଡିଲା ସେହିପରି ଆମ ଓଡିଶା ନବୀନ ଓଡିଶାର ଅସଲ ବାର୍ତ୍ତା ପ୍ରାରମ୍ଭରୁହିଁ ଲୋକଙ୍କ ପାଖରେ ପହଞ୍ଚି ନପାରି ଭୁଲ ତଥ୍ୟରେ କୋଟି ଟଙ୍କାର ଯେଭଳି ରାଜସ୍ୱ ହାନି ହେଲା ତାହା ମଧ୍ୟବିତ୍ତ ପରିବାରକୁ ବିଶେଷ ଭାବେ ବାଧିଥିବା ନେଇ ଯେଉଁ ଗୁମର କଥା ପଦାକୁ ଆସୁଛି ତାକୁବି ବିଜେଡି ଭଲ ଭାବରେ ଅନୁଧ୍ୟାନ କରିବା କଥା।ତାଲିମ ନାମରେ ବିଜେଡି ଯାହା କିଛି କଲା ତାର ମଧ୍ୟ କୌଣସି ପ୍ରଭାବ ବିସ୍ତାରିତ ହୋଇ ପାରିନଥିବା ବିଜେଡି ପରୋକ୍ଷରେ ସ୍ୱୀକାର କରିବାକୁ ବାଧ୍ୟ ହୋଇଛି ।ସେଭଳି ବିଭିନ୍ନ ଜାତୀୟ ଯୋଜନାକୁ ଏକ ଏକ୍ଟ୍ରେଟିଭ୍ ନାମରେ ବିଜେଡି କାର୍ଯ୍ୟକାରି କରିବାକୁ ପ୍ରୟାସ କରିଛି ସେଥିପାଇଁ ଧନ୍ୟବାଦର ପାତ୍ର ହୋଇଥିବା ବେଳେ ବିଜେପି ପ୍ରତି ବିଜେଡିର ଅତି କଟାକ୍ଷହିଁ ଏହି ସବୁ ଯୋଜନା ଗୁଡିକର ଅସଲ ମୁଖା ଦେଖାଇ ବିକାଶର ଅନ୍ତରାୟ ସୃଷ୍ଟି କରିଥିବା ନେଇ ଯେଉ ଚାପା ଗୁଞ୍ଜରଣ ହେଉଛି ତାକୁ ବିଜେଡି ଏଡାଇ ନଦେଇ ଗ୍ରହଣ କରିବାକୁ ହେବ।
ଏଭଳି ଅନେକ ବିଷୟ ଓ ପ୍ରସଙ୍ଗକୁ ନେଇ ୨ ଦଳର ଶୀର୍ଷସ୍ଥାନ ନେତାଙ୍କ ମଧ୍ୟରେ ହୋଇଥିବା ନିଭୃତ ଆଲୋଚନା ମେଣ୍ଟର ବାଟ ଫିଟାଇଛି।ଏପରିକି ବିଜେଡି ଛାଡି ବିଜେପିକୁ ଯାଇଥିବା ଅନେକ ନେତାଙ୍କ ପାଇଁ ବିଜେଡି ପ୍ରତି ଅନେକଙ୍କ ବିଶ୍ୱାସ କମିଛି ଓ ବିଜେପି,କଂଗ୍ରେସ ପ୍ରତି ସମର୍ଥନ ବଢିଛି। ବିଜେଡିର ଏଭଳି ଦଶା ଘଟିବାକୁ ଯାଉଥିବା ବେଳେ ବିଜେଡିକୁ ଆସିଥିବା କଂଗ୍ରେସ ଭୋଟ ପୁଣି କଂଗ୍ରେସକୁ ଯାଉଥିବା ନେଇ ଯେଉଁ ସବୁ ଭିତିରିଆ ସର୍ଭେ ରିପୋର୍ଟ ସାମ୍ନକୁ ଆସୁଛି ତାକୁ ଦେଖି ବିଜେଡି ନିଜର ଗର୍ବଠୁ ଦୂରେଇ ଏକପ୍ରକାର ବୁଝାମୁଣାର ସୂତ୍ରକୁ ମାନିବାକୁ ବାଧ୍ୟ ହେଉଛି।
ସୂତ୍ର ଏହାବି ସ୍ପଷ୍ଟ କରୁଛି ପ୍ରଧାନମନ୍ତ୍ରୀ ଓଡିଶା ମାଟିରେ ପାଦ ଦେବା ପୂର୍ବରୁହିଁ ଆସନ ଭାଗ ବଣ୍ଟା ଚୂଡାନ୍ତ ହେବ।ଏଥିରେ ଉଭୟ ଦଳର ସହମତି ରହିଥିବା କୁହାଯାଉଛି।ଏପରିକି ବିକଳ୍ପ ସମୀକରଣରେ ଦୁଇ ଦଳ ମାନସିକ ପ୍ରସ୍ତୁତି ଆରମ୍ଭ କରିଥିବା ନେଇ ମଧ୍ୟ ଆଭ୍ୟନ୍ତର ସୁତ୍ର କହୁଛି। ଯଦି କୌଣସି କାରଣରୁ ଏହା ସଫଳ ନହୁଏ ବୋଲି ବିଚାର କରାଯିବ ତେବେ ଓଡିଶା ମାଟିରେ ନୂଆଁ ସୂର୍ଯ୍ୟୋଦୟ ସ୍ୱପ୍ନର ଆସନ୍ତା କାଲି କେବଳ ବିକିରଣ ହେବ ନାହିଁ,ବରଂ ମୋଦିଙ୍କ ପ୍ରତିଟି ବାକ୍ୟରେ ଓଡିଶା ନୁଆଁ କିଛି ଅନୁଭବ କରିବ ବୋଲି ଆଶା ରହୁଛି। ଓଡିଶାର ରୂପାନ୍ତରିକରଣରେ କେବଳ ରଙ୍ଗ ସିନା ବଦଳିଛି କିନ୍ତୁ ଆସନ୍ତା କାଲି ଅସଲ ରୂପାନ୍ତରର ବାର୍ତ୍ତା ପ୍ରସାରିତ ହେବ ଏଭଳି କାହିଁକି ଅନୁମାନ ହେଉଛି।
ପଡିଆବାହାଲ,ସମ୍ବଲପୁର ଫୋନ:୯୪୩୭୪ ୦୫୪୫୫