ଜାଗା ମିଶନରେ ୪୩୧୮ଟି ଏଲଆରସି ପ୍ରମାଣପତ୍ର ବଣ୍ଟନ, ୫୬୮୭ଟି ବାକି

ସମ୍ବଲପୁର: ଆଜି ଅପରାହ୍ନ ୩ଟା ୪୫ ମି.ରେ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା I ଏଥିରେ ସମ୍ବଲପୁର ମହାନଗର ନିଗମ କମିଶନର ବେଦ ଭୂଷଣ (ଆଇ.ଏ.ଏସ୍) ସଚେତନତା ସୃଷ୍ଟି କରିବା ସହ ଜାଗା ମିଶନ ସମ୍ପର୍କରେ ଆଲୋଚନା କରିଥିଲେ I ଗତ ଫେବ୍ରୁଆରି ୨୯ ତାରିଖରେ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଜମି ଅଧିକାର ପ୍ରମାଣପତ୍ର ବଣ୍ଟନର ଶୁଭାରମ୍ଭ କରିଥିଲେ I ସେହିଦିନ ସମୁଦାୟ ୪୩୧୮ଟି ଏଲ.ଆର.ସି ପ୍ରମାଣପତ୍ର ବଣ୍ଟନ ହୋଇଥିବା ବେଳେ ୫୬୮୭ଟି ବଣ୍ଟନ ବାକି ରହିଥିଲା I ଆଜି ବଣ୍ଟନ କାର୍ଯ୍ୟ ଆରମ୍ଭ ହୋଇଛି ଏବଂ ପ୍ରତ୍ୟେକ କାର୍ଯ୍ୟ ଦିବସରେ ଏହାକୁ ୨୧ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ବଣ୍ଟନ କରାଯିବ I ଏସ,ଏମ.ସି କାର୍ଯ୍ୟାଳୟରେ ଏକ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଛି ଏବଂ ୪ଟି କାଉଣ୍ଟର ସ୍ଥାପନ କରାଯାଇଛି I ଏଲ.ଆର.ସି ବିତରଣ ପାଇଁ ଦୁଇଟି କାଉଣ୍ଟର ଏବଂ ପ୍ରିମିୟମ ସଂଗ୍ରହ ପାଇଁ ଦୁଇଟି କାଉଣ୍ଟର I କାଉଣ୍ଟର-୧ ଓ କାଉଣ୍ଟର-୨ ଏଲ.ଆର.ସି ଡିଷ୍ଟ୍ରିବ୍ୟୁସନ ଏବଂ କାଉଣ୍ଟର-୩ ଏବଂ କାଉଣ୍ଟର-୪ ଏଲ.ଆର.ସି ପ୍ରିମିୟମ କଲେକ୍ସନ କାଉଣ୍ଟର ପାଇଁ ରହିଛି I ଆଜି ବେଲେରାପଡ଼ା, ଗୋଲଗୁଣ୍ଡା , ଗୌଳାପଡ଼ା, ମାଡିଆଡୁଙ୍ଗୁରି, ଓରାମ ପଡ଼ା, କ୍ୟାମ୍ପସ ପଡ଼ା ଓ ତିଆର ପଡ଼ା ବସ୍ତି ପାଇଁ ଏଲ .ଆର .ସି ବଣ୍ଟନ ଓ ପ୍ରିମିୟମ୍ ସଂଗ୍ରହ କାଉଣ୍ଟର ଥିଲା I ଆସନ୍ତା ୬ ତାରିଖରେ ମହତାବ ନଗର ଓ ଗାନ୍ଧୀପଡ଼ା ବସ୍ତି ଅଞ୍ଚଳର ଲୋକଙ୍କ ପାଇଁ ଏହା ହେବ I ମାର୍ଚ୍ଚ ୭ ତାରିଖରେ ଅଟାଚକି ପଡ଼ା ଓ ବିଷ୍ଣୁମନ୍ଦିର ପଡ଼ା ବସ୍ତି ଅଞ୍ଚଳ ପାଇଁ, ମାର୍ଚ୍ଚ ୧୧ ତାରିଖରେ ତାଲିଝୁପଡି ପଡ଼ା, କେନାଲ ପଡ଼ା, ସାଢ଼େଇପାଲି, ସେଣ୍ଟର ଲାଇନ୍, ସନ୍ତୋଷିମା ପଡ଼ା ବସ୍ତି ଅଞ୍ଚଳ ପାଇଁ, ୧୨ ତାରିଖରେ ପୁରୁଣା ବୁର୍ଲା , କିର୍ବା-୧, କିର୍ବା-୨, ସୁଇପର କଲୋନି, ତ୍ରିପାଠୀ ପଡ଼ା ଓ କଲୋନି ବସ୍ତି, ମାର୍ଚ୍ଚ ୧୩ ତାରିଖରେ ଗୌଡ଼ ପାଲି, ଶକ୍ତିନଗର ବସ୍ତି ଅଞ୍ଚଳ ପାଇଁ, ମାର୍ଚ୍ଚ ୧୪ ତାରିଖରେ ମହାନଦୀ ପୋଲ, ପାଣିଟାଙ୍କି ପଡ଼ା ଓ କ୍ରେସସୋରପଡା ବସ୍ତି ଅଞ୍ଚଳ ପାଇଁ ହେବ I ମାର୍ଚ୍ଚ ୧୫ ତାରିଖରେ ପଠାନ ବନ୍ଧ, ତେଲୁଗୁ ପଡ଼ା, ଖଡିଆପଡ଼ା, ତାରାସିଂହପଡ଼ା, ଥାନାପଡ଼ା, ଭଙ୍ଗାମୁଣ୍ଡ, କାପୁପଡ଼ା, ଲରିଆପଡ଼ା ଓରାମପଡ଼ା, ଲାରପାଙ୍ଗ ନାରଧି, ନିମପାଲି, ଭେଜରା ପାଲି, ନୂଆ ଗୁଜାତଲ , ନୂଆ ଜାମଦା, ରାଜାପଡ଼ା, ସାହାଜବାହାଲ, ବରେଇପାଲ୍ଲୀ ହରିଜନପଡ଼ା, ଦୁଆନପାଲି, ଡୁମେର ପଡ଼ା, ୧୬ ତାରିଖରେ ଗୋପାଲପାଲି, ଗୋପାଲପାଲି ଟିକ୍ରାପଡ଼ା, ମଖନାପଡ଼ା, ମିଲପଡ଼ା, କଦମ୍ମାଳ, ମୁଂଗାପଡା , ନୂଆବନ୍ଧପଡ଼ା, ପରଦେଶୀ ପଡ଼ା, ରେମେଡ୍ ହରିଜନପଡ଼ା, ରେମେଡ୍ ଗ୍ରାମ, ବଗର୍ମା ଖଡିଆ ପଡ଼ା, ବଙ୍ଗଲାପଡ଼ା, ଚନ୍ଦନ ନଗର, ଦୁର୍ଗାପାଲି ତାଲିପଡ଼ା, ଦୁର୍ଗାପାଲି ଉପରପଡ଼ା, ୧୮ ତାରିଖରେ କୁସୁମପଡ଼ା, ଲକ୍ଷ୍ମୀ ଡୁଙ୍ଗୁରି, ଭୁଳିଆପଡ଼ା, କୁଷ୍ଟା ପଡ଼ା, ମଝିପଡ଼ା-ବଡ଼ବଜାର, ସୁନାରୀ ଧୋବା ପଡ଼ା, ଅମରିପଡ଼ା, ବଙ୍ଗାଲି ପଡ଼ା, କ୍ୱିୟୁତ ପଡା , ପନିକା ପଡା , ଷ୍ଟେସନ ପଡା , ଗୋପାଲମାଲ , ବୁଢାରଜା ତଲିପଡ଼ା, କତରଧୂଆଁ , ମଝିପଡା, ଶାନ୍ତିନଗର , ମାର୍ଚ୍ଚ ୧୯ ତାରିଖରେ ଦେଓଲ ବନ୍ଧ-ନନ୍ଦରାମ ବନ୍ଧ , ମାନିକମୁଣ୍ଡା, ସମଲେଶ୍ୱରୀ କଲୋନୀ, ଏଲ.ଆଇ.ସି କଲୋନୀ, ନନ୍ଦିନୀ କଲୋନୀ ଚେରୁଆପଡ଼ା, ରୋହିଦାସନଗର, ଧୋବା ପଡ଼ା ଓ ହାଟ ପଡ଼ା ଓ ମାଳିବଗିଚା, ମାର୍ଚ୍ଚ ୨୦ ତାରିଖରେ ତଆଁଲାପଡ଼ା, ଆମ୍ବେଦକର ନଗର, ବହିଦାରବନ୍ଧ, ଧୁତ୍ରା ପଡ଼ା, ସିଦ୍ଧେଶ୍ୱର ବେର୍ଣ୍ଣା, ଦେହୁରିପାଲି, ବିର୍ସା ମୁଣ୍ଡା, ସରଳା, ସରଳାକାନି, ନାଗିଞ୍ଚୋଟି, ସାଖିପଡା , ଦାନିବନ୍ଧ, କାଲିବାଡ଼ି-ଦଳେଇପଡ଼ା, ସାଲିଆବଗିଚା ଦାନିବନ୍ଧ, ଘସିଆପଡ଼ା, ଝୁପୁଡ଼ିପଡ଼ା, ମାୟାବାଗିଚା ବସ୍ତି ଅଞ୍ଚଳରେ ଏବଂ ମାର୍ଚ୍ଚ ୨୧ ତାରିଖରେ ମୋତିଝରଣ, ଭୂତାପଡ଼ା, ଗୋବିନ୍ଦତୋଳା, ତୁରି ପଡ଼ା, ଆମ୍ବୁରିପଡ଼ା, ଭତ୍ରା ଗାନ୍ଧୀ ମନ୍ଦିର ଓ ରାମଜୀ ମନ୍ଦିର, ମହାବୀରପଡ଼ା, ପିଲାଙ୍କାଦେଇ ପଡ଼ା, ଗୁଲୁଣ୍ଡା ସାପୁଆପଡ଼ା, ଗୁଲୁଣ୍ଡିପାଲି-କେନାଲପଡ଼ା, ଗୁଲୁଣ୍ଡିପାଲି ହରିଜନପଡ଼ା ଓ ଗଣ୍ଡପୁର ବେତରା ପଡ଼ା ରହିଛି I ପ୍ରଥମ ପର୍ଯ୍ୟାୟରେ ତହସିଲ ତଥା ଅନ୍ୟନ୍ୟ ସରକାରୀ ବିଭାଗର ବିଧିବଦ୍ଧ ଯାଞ୍ଚ ପରେ ଯୋଗ୍ୟ ବିବେଚିତ ହିତାଧିକାରୀ ମାନଙ୍କୁ ଭୂ-ଅଧିକାର ପ୍ରମାଣପତ୍ର ଦିଆଯାଉଛି । ଯେଉଁମାଙ୍କର ନାମ ପ୍ରଥମ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ ହୋଇନାହିଁ , ସେମାନଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ବିଚାରକୁ ନିଆଯିବ I ପ୍ରିମିୟମ ୧୨ ଟି କିସ୍ତିରେ, ୧୮ ମାସ ସମୟସୀମା ମଧ୍ୟରେ ପୈଠ ପୂର୍ବକ ଭୂ -ଅଧିକାର ପ୍ରମାଣପତ୍ର ସଂଗ୍ରହ କରାଯାଇପାରିବ I ବର୍ତମାନ ସମୟରେ ସର୍ଭେ ବନ୍ଦ ରହିଛି । ସରକାରଙ୍କର ଆଦେଶ ମୁତାବକ ପୁନଃ ସର୍ଭେ କାର୍ଯ୍ୟ ଆରମ୍ଭ ହେଲେ, ଉପରୋକ୍ତ ମାମଲାଗୁଡ଼ିକୁ ବିଚାରକୁ ନିଆଯିବ । ଭୂ -ଅଧିକାର ପ୍ରମାଣପତ୍ର ନିମନ୍ତେ ଆଧାର କାର୍ଡ, ଉଷା ସର୍ଭେ କାର୍ଡ ଓ ପ୍ରିମିୟମ ଦାଖଲ ରସିଦ। ଲିଖିତ ଆବେଦନ ସହ ମୃତ୍ୟୁ ପ୍ରମାଣପତ୍ର , ଲିଗାଲ ହେଆର ପ୍ରମାଣପତ୍ର ଏବଂ ଆଧାର କାର୍ଡ ସଂଲଗ୍ନ କରି ମହାନଗର ନିଗମ କାର୍ଯ୍ୟାଳୟରେ ଆବେଦନ କଲେ ଏହାକୁ ବିଚାରକୁ ନେଇ ତର୍ଜମା କରାଯିବ I ନିୟମାନୁଯାୟୀ ହିତାଧିକାରୀ ନିଜେ ହିଁ ନିଜର ଭୂ -ଅଧିକାର ପ୍ରମାଣପତ୍ର ସଂଗ୍ରହ କରିପାରିବେ । ଶଯ୍ୟାଶାୟୀ , ଭିନ୍ନକ୍ଷମ ଏବଂ ସ୍ୱାସ୍ଥ୍ୟଗତ ସମସ୍ୟା କ୍ଷେତ୍ରରେ ଉପଯୁକ୍ତ ପ୍ରମାଣପତ୍ର ଏବଂ ଲିଖିତ ଦରଖାସ୍ତ ବୁର୍ବକ ମହାନଗର ନିଗମ କାର୍ଯ୍ୟାଳୟରୁ ଏହାକୁ ସଂଗ୍ରହ କରାଯାଇପାରିବ I ଏହି ବୈଠକରେ ଡେପୁଟି କମିଶନର ଶୁଭଦୀପ୍ତା ମହାନ୍ତି ଓ ପ୍ରକଳ୍ପ ପରିଚାଳନା ଅଧିକାରୀ ଶ୍ରିମୟ ପ୍ରମାଣିକ ଉପସ୍ଥିତ ଥିଲେ I