Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପୁଣି ରୋଲ୍‌ ମଡେଲ ସାଜିଲେ ନବୀନ; ଗୋଟେ ବି ନାହିଁ ଅପରାଧିକ ମାମଲା

ଭୁବନେଶ୍ବର: ନିଜ ରେକର୍ଡ ବଜାୟ ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସାଜିଲେ ରୋଲ୍ ମଡେଲ । ନବୀନଙ୍କ ନାଁରେ ନାହିଁ କୌଣସି ଅପରାଧିକ ମାମଲା । ସେ ଦେଶର ଏକମାତ୍ର ମୁଖ୍ୟମନ୍ତ୍ରୀ ଯାହାଙ୍କ ନାଁରେ ନାହିଁ କୌଣସି ଅପରାଧିକ ମାମଲା। ଏ ନେଇ ଏଡିଆର ରିପୋର୍ଟ ପ୍ରକାଶ ପାଇଛି। ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ନେଇ ପ୍ରକାଶ ପାଇଛି ରିପୋର୍ଟ।

ସାରା ଦେଶରେ ନବୀନଙ୍କ ଭଳି ମୁଖ୍ୟମନ୍ତ୍ରୀ ନାହାନ୍ତି। ସ୍ବଚ୍ଛ ଓ ନିର୍ମଳ ଶାସନ ପାଇଁ ସେ ପରିଚିତି ହାସ କରିଛନ୍ତି। ରାଜନେତା ଭାବେ ଅନ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରେରଣାଦାୟକ ବୋଲି କହିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ।