Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଡାପଡ଼ା ମିଶନ ଶକ୍ତି ପକ୍ଷରୁ ଆନ୍ତର୍ଯ୍ୟାତିକ ମହିଳା ଦିବସ ପାଳିତ

ସମ୍ବଲପୁର:କୁଚିଣ୍ଡା ବ୍ଲକ ଅନ୍ତର୍ଗତ କୁଡାପଡା ମିଶନ ଶକ୍ତି ପରିସରରେ ମହିଳା ସ୍ୱୟଂ ସହାୟକ ମହାସଂଘ ସଭାନେତ୍ରୀ ଶ୍ରୀମତୀ ମିନା ମହାନନ୍ଦିଆଙ୍କ ସଭାପତିତ୍ୱରେ ଆନ୍ତର୍ଯ୍ୟାତିକ ମହିଳା ଦିବସ ପାଳିତ ହୋଇ ଯାଇଛି । ଏଥିରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ସମାଜସେବୀ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମହିଳା ମାନଙ୍କ ଅଧିକାର ଓ ସାମାଜିକ କର୍ତ୍ତବ୍ୟ ଉପରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଏମବିକେ ଶ୍ରୀମତୀ ପୁଷ୍ପାଞ୍ଜଳୀ ମାଝୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସିଆରପି ଶ୍ରୀମତୀ କ୍ରିଷ୍ଣପ୍ରିୟା ପୋଢ଼ ମହିଳା ଅଧିକାର ଉପରେ ଜାଗରଣ ସଂଗୀତ ଗାନ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ସାମାଜିକ କର୍ମୀ ତଥା ୱାର୍ଡ଼ ସଭ୍ୟ ସରୋଜ ମେହେର ପରିଚାଳନା କରିଥିବା ବେଳେ ଶେଷରେ ମହାସଂଘର ସମ୍ପାଦିକା ଶ୍ରୀମତୀ ପଙ୍କଜିନୀ ଛଞ୍ଚାଣ ଧନ୍ୟବାଦ ଅର୍ପଣ କରିଥିଲେ । ଏହା ପରେ ନାରୀ ଏକତା ଓ କର୍ତ୍ତବ୍ୟ ଉପରେ ବିଭିନ୍ନ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରାଯାଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ