Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଭାଙ୍ଗିଲା ଦହିହାଣ୍ଡି,ଯଶୋଦାଙ୍କୁ ଗୋପପୁର ବାସୀଙ୍କ ଅଭିଯୋଗ ପରେ କାଳିଆ ଦହନ,କାଳିନ୍ଦ୍ରି ହ୍ରଦରେ କୃଷ୍ଣଙ୍କ ସପ୍ତଫେଣି ବଧ,ମଥୁରାନଗରୀରେ କଂସଙ୍କ ଧନୁଯାତ୍ରା ଆୟୋଜନ ର ମନ୍ତ୍ରଣା,ଦୁଲୁକୁଛି ଗଙ୍ଗାଧର ମଣ୍ଡପ

ସମ୍ବଲପୁର,ତା.୦୯।୦୩:ଗୋପପୁରରେ ଆଜି ଚମଟ ସୃଷ୍ଟି ହୋଇଛି।ଶ୍ରୀକୃଷ୍ଣ ଭାଙ୍ଗିଲେ ଦହି ହାଣ୍ଡି।ଏହାକୁ ନେଇ ଗୋପପୁର ବାସୀ ଯଶୋଦାଙ୍କୁ ଅଭିଯୋଗ କରିବା ପରେ କାଳିଆ ଦଳନ ଓ କାଲିନ୍ଦି ହ୍ରଦରେ ସପ୍ତଫେଣି ନାଗକୁ ଶ୍ରୀକୃଷ୍ଣ ବଧ ଭଳି ନାଟ୍ୟ ରୂପାନ୍ତର ଦର୍ଶକଙ୍କ ହୃଦୟସ୍ପର୍ଶ ହୋଇପାରିଥିଲା।କୃଷ୍ଣ,ବଳରାମ,ନନ୍ଦ ରାଜା,ଯଶୋଦା, ରୋହୀଣି ପ୍ରମୁଖଙ୍କ ଗହଣରେ ଗୋପପୁ୍ର ଠାରୁ କାଲିନ୍ଦି ହ୍ରଦକୁ ଚାଉଁରପୁର ଓ ମୁଣ୍ଡୋଘାଟର ନାମ ସଂକିର୍ତ୍ତନ ସହିତ ଶୋଭାଯାତ୍ରା ଖୁବ ଆକର୍ଷଣୀୟ ହୋଇଥିଲା। ଗୋପପୁରର ଆଜି ରାଜ ଅତିଥି ଭାବରେ କୃଷକ ନେତା ଅଶୋକ ପ୍ରଧାନ ପଶ୍ଚିମ ଓଡିଶା କୃଷକ ସଙ୍ଗଠନ ଆବାହକ, ଉମେଶ ମିଶ୍ର ସଭାପତି ସମ୍ବଲପୁର କୃଷକ ସଂଗଠନ ,ସୁଶାନ୍ତ ପଣ୍ଡା ଉପ ସଭାପତି ସମ୍ବଲପୁର କୃଷକ ସଂଗଠନ,ଯୋଗ ଦେଇଥିବା ବେଳେ ସଭା ରେ ଆଦିତ୍ୟ ପ୍ରସାଦ ନାୟକ ସଭାପତିତ୍ୱ କରିଥିଲେ।ମଞ୍ଚ ପରିଚାଳନା କରିଥିଲେ ଗୋପପୁର ଧନୁଯାତ୍ରା କମିଟି ସାଧାରଣ ସଂପାଦକ ଗଣେଷ ମହତ୍ତମ। ଗୋପପୁର ଆଧ୍ୟାତ୍ମିକ ପରିବେଶରେ ସମୃଦ୍ଧ ହୋଇଥିବା ବେଳେ ସନ୍ଧ୍ୟାରେ ବୁର୍ଦା ଓ ତଲାବିରାର କୃଷ୍ଣଗୁରୁ ପରିବେଷଣ କରାଯାଇଥିଲା।ସବୁଦିନ ପରି ଆଜି ମଧ୍ୟ ଭକ୍ତ ମାନଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରା ଯାଇଥିଲା।ଗୋପପୁର(ଚାଉଁରପୁର) ଏଥିପାଇଁ ଆଜି ଜନ ସମୁଦ୍ରରେ ପରିଣତ ହୋଇଥିଲା।
ସେପଟେ ମଥୁରାନଗରୀ ଉଠୁଛି ପଡୁଛି।ମଥୁରାନଗରୀ ଭ୍ରମଣ କରି ଫେରିବା ପରେ ବିବ୍ରତ ହୋଇ ଯାଇଛନ୍ତି ମହାରାଜ କଂସ।ଗୋପପୁରରେ ସକଟାଶୁର, ବକାସୁର, ଚାଣୁର,ମୁଷ୍ଟିକ, ଶଣ୍ଢାଶୁର ବଧ ହେବା ସମ୍ବାଦ ଶୁଣି କଂସ ମହାରାଜ ବିବ୍ରତ ହୋଇ କୃଷ୍ଣଙ୍କ ବଧ କରିବା ପାଇଁ ଅକ୍ରୁରଙ୍କୁ ଗୋପପୁର ପଠାଇବା ପାଇଁ ଧନୁଯାତ୍ରା କରିବାର ଯୋଜନା କରି କୃଷ୍ଣ ବଳରାମଙ୍କୁ ମଥୁରାପୁର ଆଣିବା ପାଇଁ ମନ୍ତ୍ରଣା କରିଛନ୍ତି । ଏଭଳି ନାଟ୍ୟ ଅଭିନୟ ନିଜ ଭାଷାରେ ଦର୍ଶକ ଦେଖି କରତାଳିରେ ମଥୁରାନଗରୀ କମ୍ପାଇ ଦେଇଥିଲେ। ଏହି ଅବସରରେ ଆଜି ମଥୁରାନଗରୀର ରାଜଅତିଥି ଭାବେ କର୍ଣ୍ଣେଲ ପ୍ରଭାତ ପଣ୍ଡା ଓ ବରିଷ୍ଠ ସାମ୍ବାଦିକ ସୁବାସ ପାଣିଗ୍ରାହୀ ଯୋଗଦେଇଥିବା ବେଳେ ବ୍ରହ୍ମକୁମାରୀ ଭଉଣୀ ଯୋଗଦେଇ ମହାରାଜା କଂସଙ୍କ ମାଧ୍ୟମରେ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଥିଲେ।ଏହି ସଭାରେ କମିଟି ସଭାପତି ସଞ୍ଜୟ ବାବୁ ଅଧ୍ୟକ୍ଷତା କରିଥିବା ବେଳେ ସାଧାରଣ ସଂପାଦକ ଗୁଣ ରଞ୍ଜନ ସାଲିମା ଧନ୍ୟବାଦ ଅର୍ପଣ କରିଥିଲେ।ଏହି ସମୟରେ ସଂପାଦକ ଲଲିତ ମୋହନ ବେବର୍ତ୍ତା ମଞ୍ଚାସୀନ ଥିଲେ। ଧନୁଯାତ୍ରାରେ କୃଷ୍ଣ ବାଗଙ୍କ ଦ୍ୱାରା ପ୍ରସ୍ତୁତ ସମ୍ବଲପୁରୀ ଗୀତ ଓ ନୃତ୍ୟରେ ଗଙ୍ଗାଧର ମଣ୍ଡବ ଦୁଲୁକି ଉଠିଥିଲା।