Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୁଆ ଅଢ଼ାପରାରେ ନାରୀ ଶକ୍ତି ବନ୍ଦନ କାର୍ଯ୍ୟକ୍ରମ

ସମ୍ବଲପୁର:ଜନତା ପାର୍ଟି ତରଫରୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ଯୁଯୁମୁରା ବ୍ଲକ ଛାମୁଣ୍ଡା ଗ୍ରମାପଞ୍ଚୟତର ଅଢ଼ାପରା ଗ୍ରାମରେ ନାରୀ ଶକ୍ତି ବନ୍ଧନ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଯୁଯୁମୁରା ବ୍ଲକ ସମିତି ସଭ୍ୟ ଜୟନ୍ତ କୁମାର ପ୍ରଧାନଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ବିକାଶ ଫାଉଣ୍ଡେସର ଅଧ୍ୟକ୍ଷା ମୃଦୁଳା ଠାକୁର ପ୍ରଧାନ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବରେ ଓବିସି ମୋର୍ଚ୍ଚ। ସମ୍ପାଦିକା ସସ୍ମିତା ଦେହୁରୀ, ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ଦେବେନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ସାରା ଦେଶରେ ନାରୀଙ୍କୁ ସମ୍ମାନ ବୋଲି କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏଠି ନିଆରା ଢ଼ଙ୍ଗରେ ହୋଇଥିଲା। ନାରୀ ଦେଶର ପ୍ରଗତୀରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି। ଆଜି ନାରୀ ଦେଶର ବିଭିନ୍ନ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିସାରିଲେଣି। ସବୁ ଜାଗାରେ କାମ କରିବାକୁ ନିଜକୁ ସକ୍ଷମ ମନେ କଲେଣୀ। ନାରୀ ଜାଗ୍ରତ ହେଲେ ଦେଶର ପ୍ରଗତିରେ ସହାୟକ ହେବ ବୋଲି କୁହାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ୧୧ଟି ଗ୍ରାମର ଶତାଧିକ ମହିଳା ଯୋଗ ଦେଇଥିଲେ। ଯୁଯୁମୁରାର ମଣ୍ଡଳ ସଭାପତି ଓମମ ପ୍ରକାଶ ବିଶ୍ବାଳ, ବ୍ଲକ ମହିଳା ମୋର୍ଚ୍ଚ।ର ନେତ୍ରୀ ପ୍ରଭାଶିନୀ ବାରିକ, ରେଢ଼ାଖୋଲ ବିଧାସଭାର ସଂଯୋଜକ ମିତ୍ରଭାନୁ ପ୍ରଧାନ, ଯୁବ ମୋର୍ଚ୍ଚ। ସଭାପତି ଅପୁ ପ୍ରଧାନ, ଯୁବମୋର୍ଚ୍ଚ। ସାଧାରଣ ସମ୍ପାଦକ ଆଲୋକ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ