ମାରୁତି ନଗର, ଗୋବିନ୍ଦତୋଳା ଜଳୁନିଷ୍ଟ୍ରିଟ ଲାଇଟ,ଅନ୍ଧାର ରେ ହଇରାଣ ହେଉଛନ୍ତି ଅଞ୍ଚଳବାସୀ

ସମ୍ବଲପୁର:ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଗୋବିନ୍ଦତୋଳା, ମାରୁତି ନଗର ର ଷ୍ଟ୍ରିଟ ଲାଇଟ ଚାରିଦିନ ହେଲା ଜଳୁନାହିଁ, ଯଦ୍ୱାରା ଅନ୍ଧାର ରେ ଉବୁଟୁବୁ ହେଇଛନ୍ତି ଅଞ୍ଚଳବାସୀ l ଯେଉଁ ଦିନ ଗୋବିନ୍ଦତୋଳା ରାସ୍ତା କଡରେ ଥିବା ଟ୍ରାନ୍ସଫର୍ମର କୁ ରାସ୍ତା ପ୍ରଶସ୍ତିକରଣ ପାଇଁ ସ୍ଥାନାନ୍ତରଣ କରାଗଲା, ସେହି ଦିନରୁ ଏହି ଅନ୍ଧାରୁଆ ପରିସ୍ଥିତି ସୃଷ୍ଟି ହୋଇଛି l
ମହାନଗର ନିଗମ ର ଅନେକ କର୍ମଚାରୀ ମହାନଗରବାସୀ ଙ୍କୁ ପୌର ସେବା ଯୋଗାଣ ପାଇଁ ନିୟୋଜିତ ହୋଇଥିବା ବେଳେ, ଏପରି ଅଭାବନୀୟ ପରିସ୍ଥିତି ସୃଷ୍ଟି ହେବା ଦୁର୍ଭାଗ୍ୟ lଜନକ ବିଷୟ ବୋଲି ବିଜେପି ର ବରିଷ୍ଠ ନେତା ଏକ ପ୍ରେସ ବିବୃତ୍ତି ରେ କ୍ଷୋଭ ପ୍ରକାଶ କରିଛନ୍ତି l ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି ଯେ, ଯେପରି ଭାବରେ ସମ୍ବଲପୁର ସହରରେ ଯେମିତି ଭାବରେ ଚୋରି ଡକାୟତି ବ୍ୟାପୁଛି ଓ ନିୟମିତ ଭାବରେ ଗଲି କନ୍ଦିରୁ ଲୋକଙ୍କଠୁ ସୁନା ଚେନ ଲୁଟ ହେଉଛି, ସେହି ଦୃଷ୍ଟିରୁ ଏମିତି ଅନ୍ଧାରୁଆ ପରିସ୍ଥିତି ଲାଗି ରହିଲେ ଆହୁରି ଭୟ ର ବାତାବରଣ ବଢ଼ିବାର ଆଶଙ୍କା ରହିଛି lତେଣୁ ଆଗାମୀ ଦିନରେ ସହରାଞ୍ଚଳ ରେ ଯେମିତି ଏମିତି ସୃଷ୍ଟି ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ଶ୍ରୀ ପାଣିଗ୍ରାହୀ ଦାବୀ ଜଣାଇଛନ୍ତି l