Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

କଂସ ମହାରାଜଙ୍କ ମଥୁରାନଗରୀ ପରିଦର୍ଶନ:ଧନୁପାଲିରେ ଦେଲେ କଡା ନିର୍ଦ୍ଦେଶ

ସମ୍ବଲପୁର,ତା.୧୦।୦୩:ଆଜି ଧନୁଯାତ୍ରାର ଅନ୍ତିମ ଦିବସରେ ମହାରାଜ ତାଙ୍କ ନଗର ଭ୍ରମଣରେ ବାହାରି ଧନୁପାଲିର ବିଭିନ୍ନ ସମସ୍ୟାକୁ ନେଇ କଡା ନିର୍ଦ୍ଦେଶ ଦେଇଛନ୍ତି। ମଥୁରାବାସୀଙ୍କ ଅଭିଯୋଗ କ୍ରମେ ଧନୁପାଲି ଭଳି ଜନଗହଳି ଛକରେ ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା ଦେଖି ଟ୍ରାଫିକ ପୋଲିସକୁ କଡା ଚେତାବନି ଶୁଣାଇ ସମସ୍ୟାର ସମାଧାନ ପାଇଁ ତତ୍ପରତା ଓ ଦକ୍ଷତା ପ୍ରଦର୍ଶନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଧନୁପାଲି ଭଳି ଛକରେ ପରିଶ୍ରାଗାର ନଥିବାରୁ ମହାନଗର ନିଗମକୁ ତୁରନ୍ତ ଯାତ୍ରୀ ବିଶ୍ରାମଗାର ସହିତ ପରିଶ୍ରାଗାର ନିର୍ମାଣ କରିବାକୁ ପରାମର୍ଶ ଦେଇଥିଲେ। ଏପରିକି ନିଜ ପରିଦର୍ଶନ ସମୟରେ ଧନୁପାଲି-ଗୋବିନ୍ଦତୋଲା ରାସ୍ତାରେ ସପ୍ତାହେ ଧରି ଷ୍ଟ୍ରିଟ ଲାଇଟ ଜଳୁନଥିବାରୁ ବିଜୁଲି ସେବା ଯୋଗାଇଦେବା ଦାୟିତ୍ୱ ନେଇଥିବା ଟିଡବ୍ଲୁଡିଓର ଖାମଖିଆଲି ମନୋଭାବକୁ ପରିହାସ କରି ଆସନ୍ତାକାଲି ଠାରି ରାସ୍ତା ପାର୍ଶ୍ୱ ବିଜୁଳି ସେବା ଯୋଗାଇ ଦେବାକୁ ତାଗିଦ କରିଥିଲେ। ମହାରାକ କଂସଙ୍କ ଏଭଳି ଆଦେଶ,ନିର୍ଦ୍ଦେଶ ଓ ତାଗିଦକୁ ନେଇ ଅଞ୍ଚଳରେ ଖୁସୀ ପ୍ରକାଶ ପାଇଥିଲା।