Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାମଦାଶ ଆରମ୍ଭ କଲେ ଶେଷବନ୍ଧୁ ପ୍ରକଳ୍ପ

ସଂସାର ରେ ମଣିଷ ଜନ୍ମ ହେବା ପରେ ଦିନେ ନା ଦିନେ ମୃତ୍ୟୁ ସୁନିଶ୍ଚିତ। ଏହା ହିଁ ଵିଧିର ବିଧାନ ।କିନ୍ତୁ ମଣିଷ ମୃତ୍ୟୁ ପରେ ତାର ସମ୍ପର୍କୀୟ ଶୋକ ଓ ଚିନ୍ତାଗ୍ରସ୍ତ ରେ ରହିଥାଏ ।କେମିତି ସ୍ୱର୍ଗଦ୍ୱାରରେ ଶବ ସତ୍କାର କରିବ ଓ ସୁଚାରୁ ରୂପେ ଶବ ସତ୍କାରରେ ଆବଶ୍ୟକ ହେଉଥିବା ସମସ୍ତ ସୁବିଧା ପାଇ ପାରିବ। ଏହି ସୁବିଧା ଯୋଗେଇବା ପାଇଁ ରାମଦାସ ପଣ୍ଡାଙ୍କ ଦ୍ଵାରା ଆରମ୍ଭ କରାଗଲା ଶେଷ ବନ୍ଧୁ ପ୍ରକଳ୍ପl ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ୍ବ ହେବ ସମ୍ବଲ ଅନୁଷ୍ଠାନ ମାଧ୍ୟମ ରେ ୮୦୦ରୁ ଅଧିକ ଶବ ସତ୍କାର ରେ ସହଯୋଗ କରିଥିବା ରାମଦାସ ପଣ୍ଡା ଶବ ସତ୍କାର ସମୟରେ କଣ ଅସୁଭିଧା ହୂଏ ବେଶ ଭଲ ଭାବରେ ଜାଣିଛନ୍ତି ସେଥିପାଇଁ ମୁର୍ତ୍ୟୁ ପରେ କେମେତି ତାର ସମ୍ପର୍କୀୟ ଶବ ସତ୍କାର କିପରି ସୁଚାରୁ ରୂପେ କରି ପାରିବ ସେଥିପାଇଁ ଏକ ଛୋଟ ପ୍ରୟାସ ଶେଷ ବନ୍ଧୁ ନାମ ରେ ପଣ୍ଡା ଆରଂଭ କରିଛନ୍ତି.ଆଜି ସାମ୍ବାଦିକ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି l ଏଥି ପାଇଁ ତିନୋଟି ମୋବାଇଲ ନମ୍ବର ଦିଆଯାଇଛି ଯେଉଁଥିରେ କଲ କଲେ ଶବ ସତ୍କାର ପାଇଁ ଆବଶ୍ୟକ ହେଉଥିବା ଶବ ବାହକ ଗାଡି,କାଠ, ବିଡା କାଠ, କିରୋସିନ କିମ୍ବା ଡିଜଲ, ପଣ୍ଡିତ, ପୂଜାସାମଗ୍ରୀ, ଅନ୍ୟାନ୍ୟ ସମସ୍ତ ସାମଗ୍ରୀ ରାଜଘାଟ ରେ ଯୋଗାଇ ଦିଆଯିବ ସେହି ସୁଭିଧା ଯୋଗେଇବା ପାଇଁ ଯୋଗାଯୋଗ ନମ୍ବର ଗୁଡିକ ହେଲା :8249062551/ 8249055815/9937945377.
ମହାନଗରନିଗମ ଦ୍ଵାରା ଧାର୍ଯ୍ୟ କରାଯାଇଥିବା ଦେୟ ବ୍ୟତୀତ ଆଉ କୌଣସି ଦେୟ ଦେବାକୁ ପଡିବ ନାହିଁ l ବର୍ତମାନ କେବଳ ମହାନଗର ନିଗମ ରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି l ଏଥିରେ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହଯୋଗ କରୁଛନ୍ତି l ଆଜି ସାମ୍ବାଦିକ ସମ୍ମିଳନୀ ସମୟରେ ସୁବ୍ରତ କୁମାର ପଣ୍ଡା, ବିପିନ ବିହାରୀ ପଣ୍ଡା, ନନ୍ଦକିଶୋର ଅଗ୍ରୱାଲ,ସନ୍ତକ ପଣ୍ଡା, ଅମିତ କୁମାର ସ୍ୱାଇଁ, ବିପ୍ଳବ ଦଣ୍ଡସେନା ଏବଂ ନୀଳକଣ୍ଠ ସ୍ୱାଇଁ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ