Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତ୍ରିସ୍ତରୀୟ ଜନପ୍ରତିନିଧିଙ୍କ ବଢିଲା ଭତ୍ତା:ଜିଲ୍ଲାପରିଷଦ ସଦସ୍ୟ ଓ ସରପଞ୍ଚ ପାଇବେ ୧୦ ହଜାର, ସମିତି ସଦସ୍ୟ ୭.୫୦୦

ଭୁବନେଶ୍ବର:ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ସରକାର ଶେଷରେ ତ୍ରିସ୍ତରୀୟ ଜନପ୍ରତିନିଧି ମାନଙ୍କ ଦୀର୍ଘ ଦିନର ୧୫ ଦଫା ଦାବି ମଧ୍ୟରୁ କେବଳ ଭତ୍ତା ବଢାଇ ସେମାନଙ୍କୁ ସନ୍ତୁଷ୍ଟ କରାଇ ଚୁପ୍ କରିବାକୁ ପ୍ରୟାସ କରିଛନ୍ତି।
ଡିସେମ୍ବର ଶେଷ ସୁଦ୍ଧା ଦାବି ପୂରଣ ନେଇ ସରକାର ସରପଞ୍ଚ୍ ମାନଙ୍କ ଆନ୍ଦୋଳନ ସମୟରେ ପ୍ରତିଶୃତି ଦେଇଥିଲେ ସୁଦ୍ଧା ଜାନୁୟାରୀ ମାସରେ କେବଳ ବିଡିଓଙ୍କ କାଉଣ୍ଟର ଦସ୍ତଖତ ହଟାଇବାକୁ ସରକାର ସମସ୍ତ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖି ସନ୍ତୁଷ୍ଟ କରିବାକୁ ଚାହିଁଥିଲେ। କିନ୍ତୁ ତା ଫଳ ଓଲଟା ଜନ ପ୍ରତିନିଧି ମାନଙ୍କ ପାଇଁ ହୋଇଥିଲା। ଆମଗାଁ ଆମ ବିକାଶ କୁହନ୍ତୁ ଅବା ଆମ ଓଡିଶା ନବୀନ ଓଡିଶା କାମ କହନ୍ତୁ, ଅର୍ଦ୍ଧାଧିକ କାମ ଅଧୁରା ପଡିଛି।ବିଡିଓଙ୍କ କାଉଣ୍ଟର ଦସ୍ତଖତ ପଡିଥିଲେ ଅନ୍ତତଃ ଜନ ପ୍ରତିନିଧି ମାନେ ନିଜ ଦୋଶ ଦୁର୍ବଳତାରେ ସାମାନ୍ୟ ବଞ୍ଚି ଯାଇପାରିଥାନ୍ତେ। ପ୍ରଶାସନ ଉପରେ ଦୋଷ ଲଦି। କିନ୍ତୁ ନିଜ ଦାବି ଭିତରୁ ଗୋଟିଏ ବାଛି ଓଡିଶା ସରକାର ଦାବି ପୂରଣ କରିବା ନାମରେ ପଞ୍ଚାୟତ ପ୍ରତିନିଧିଙ୍କ ମୁଣ୍ଡରେ ଅଠା ବୋଲିବାକୁ ଚେଷ୍ଟା କରିଥିଲେ । ଶେଷରେ ଗତକାଲି ରାଜଧାନୀ ଛାତି ଉପରେ ଥିବା ନବୀନ ନିବାସକୁ ସାମୁହିକ ସରପଞ୍ଚ୍ ଧସେଇ ପଶିବାକୁ ଯେଉଁ ପ୍ରୟାସ କରିଥିଲେ ସେଥିରେ ସରକାର ଏକ ପ୍ରକାର ଭୟଭିତ ହୋଇ ତ୍ରିସ୍ତରୀୟ ବ୍ୟବସ୍ଥା ଭିତରେ ଥିବା ସମସ୍ତ ଜନପ୍ରନିଧି ମାନଙ୍କ ଭତ୍ତା ବଢ଼ାଇବାକୁ ବାଧ୍ୟ ହୋଇଛନ୍ତି। ସରପଞ୍ଚ ଓ ଜିଲ୍ଲାପରିଷଦ ସଦସ୍ୟ ମାନଙ୍କ ମାସିକ ଭତ୍ତା ସମାନ ଭାବରେ ୧୦ ହଜାରକୁ ବୃଦ୍ଧି କରିଛନ୍ତି।ଜିଲ୍ଲା ପରିଷଦ ସଦସ୍ୟ ପୁର୍ବରୁ ୩.୫୩୦ ଓ ସରପଞ୍ଚ୍ ୨.୩୫୦ ପାଉଥିଲେ। କିନ୍ତୁ ପଞ୍ଚାୟତ ସମିତି ସଦସ୍ୟ ମାନେ ସବୁବେଳେ ପଞ୍ଚାୟତ ସମିତି ଉପରେ ନିର୍ଭର କରିବାକୁ ପଡୁଥିବା ବେଳେ ଓ ଯାତାୟତ ପାଇଁ ବହୁ ଖର୍ଚ ହେଉଥିଲେ ସୁଦ୍ଧା ସେମାନଙ୍କ ସରପଞ୍ଚ୍ ସହିତ ସମାନ ଭତ୍ତା ଥିଲେବି ତାଙ୍କ ଭତ୍ତାକୁ ଗୁଣେ କମାଇ ୭.୫୦୦ ଟଙ୍କା କରାଯାଇଛି। ସେହିପରି ଜିଲ୍ଲା ପରିଷଦ ସଭାପତିଙ୍କ ୯.୩୦ ଯାଗାରେ ୩୦ ହଜାର ଓ ଉପ ସଭାପତିଙ୍କ ୭.୦୪୦ ଯାଗାରେ ୨୦ ହଜାରକୁ ବଢିଛି।ପଞ୍ଚାୟତ ସମିତ ଅଧ୍ୟକ୍ଷ ଆଗରୁ ପାଉଥିବା ୩.୫୦୩୦ ସ୍ଥାନରେ ଏଥର ୧୫ ହଜାର ଓ ଉପାଧ୍ୟକ୍ଷ ୨.୩୫୦ ସ୍ଥାନରେ ଅଧ୍ୟକ୍ଷଙ୍କ ଅଧା ଅର୍ଥାତ ସେହି ସମିତି ସଦସ୍ୟଙ୍କ ୭.୫୦୦ ଟଙ୍କା ପାଇବେ।ନାଏକ ସରପଞ୍ଚ୍ ମାନେ ୯୪୦ ଟଙ୍କାରୁ ୪୦୦୦ ପାଇବାକୁ ଥିବା ବେଳେ ୱାଡମେମ୍ବର ମାନଙ୍କ ବୃଦ୍ଧି ରାଶି ଏଯାଏ ଜଣାପଡିନି।
ତେବେ ସରକାର ଅତି ହରବର ହୋଇ ଏ ଯେଉଁ ଭତ୍ତା ବୃଦ୍ଧି କରିଛନ୍ତି ଏଥିରେ ବହୁ ତାରତମ୍ୟ ରହିଥିବାରୁ ସରକାରଙ୍କ ପାଇଁ ଏହା ଲାଭ ବଦଳରେ ବୁମେରାଂ ହୋଇପାରେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ