Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରେରଣା ୨୦୨୪ ସମ୍ମାନ ପାଇଲେ ସମାଜସେବୀ ରାମେଶ୍ୱରି ନନ୍ଦ

ବ୍ରହ୍ମପୁର:ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପି ପି ଏଲ ଓଡ଼ିଆ ଅନୁଷ୍ଠାନ ପକ୍ଷରୁ ଉତ୍ତମ ସେବା ନିମନ୍ତେ ରାଜ୍ୟର ବିଶିଷ୍ଟ ୩୫ଜଣ ମହିଳା ମାନଙ୍କୁ ଭୁବେନଶ୍ବର ସ୍ଥିତ ହୋଟେଲ ଏମ୍ପୋରିଅମ୍ ସମ୍ମିଳନୀ ପ୍ରକୋଷ୍ଠରେ ସାଂସଦ ଶ୍ରୀମତୀ ସୁଲତା ଦେଓ ସମ୍ମାନିତ କରିଥିଲେ। ଏହି ଅବସରରେ ଦକ୍ଷିଣ ଓଡ଼ିଶା ରୁ ବିଶିଷ୍ଟ ସମାଜ ସେବୀ , ଉଦ ଘୋଷିକା, ସଂଗଠିକା ତଥା ଅଭିନେତ୍ରୀ ଶ୍ରୀମତୀ ରାମେଶ୍ୱରୀ ନନ୍ଦ ଙ୍କୁ ପ୍ରେରଣା ୨୦୨୪ ସମ୍ମାନରେ ବିଶିଷ୍ଟ ଅତିଥି ଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା। ଶ୍ରୀମତୀ ନନ୍ଦ କଳାଞ୍ଜଳି ଆର୍ଟିଷ୍ଟ ଟ୍ରଷ୍ଟ ମାଧ୍ୟମରେ ଦୀର୍ଘ ୫ ବର୍ଷ ଧରି ସମାଜ ସେବା, ସାଂସ୍କୃତିକ କାର୍ଯ କ୍ରମ, ଲୋକ କଳା ର ବିକାଶ ତଥା ରିଲିଫ କାର୍ଯ୍ୟକ୍ରମ କରି ଆସୁଛନ୍ତି। ଶ୍ରୀମତୀ ନନ୍ଦ ମହାନ୍ ସଂଘ ସାଂସ୍କୃତିକ ସମ୍ପାଦିକା, ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ନୂଆଦିଲ୍ଲୀ ସହ ସମ୍ପାଦିକା ଓ ବିଭିନ୍ନ ଅନୁଷ୍ଠାନ ସହ ଜଡ଼ିତ ହୋଇ ବହୁ ଜନ କଲ୍ୟାଣ କାର୍ଯ୍ୟ କରି ଦିଲ୍ଲୀ, ବମ୍ବେ, ଚଣ୍ଡିଗଡ, ଅମୃତସର ସହ ରାଜ୍ୟର ବିଭିନ୍ନ ଅନୁଷ୍ଠାନ ରୁ ଶହେରୁ ଉର୍ଦ୍ଧ୍ବ ସମ୍ମାନ ପାଇ ନିଜ ସହ ଗଞ୍ଜାମ ର ଗୌରବ ଆଣିପା। ଶ୍ରୀମତୀ ନନ୍ଦ ଙ୍କୁ ଏଥି ଅବସରରେ ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ,ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡ ରମେଶ ଚନ୍ଦ୍ର ଚାଉ ପଟ୍ଟନାୟକ, ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା, ମହାନ୍ ସଂଘ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ, କାଜୁ ନିଗମ ଅଧ୍ୟକ୍ଷ ଶ୍ରୀ ସୁବାସ ମହାରଣା ପ୍ରମୁଖ ଙ୍କ ସମେତ ବହୁ ଅନୁଷ୍ଠାନ ପକ୍ଷ ରୁ ଶୁଭେଚ୍ଛା ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ